Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ନିଜ ଗାର୍ଲଫ୍ରେଣ୍ଡକୁ ମାରି ଖାଇ ଯାଇଥିଲା ଏହି ଯୁବକ : ଜେଲରୁ ହୋଇସାରିଛି ମୁକ୍ତ

22/08/2019 at 10:33 AM

ମାଦ୍ରିଦ ୨୨/୮: ଗାର୍ଲଫ୍ରେଣ୍ଡ ବୟଫ୍ରେଣ୍ଡ ହେବା ଆଜିକାଲି ସାଧାରଣ କଥା। କିନ୍ତୁ ଆପଣଙ୍କୁ ପାର୍ଟନର ବାଛିବା ପୂର୍ବରୁ ପ୍ରଥମେ ତାଙ୍କର ନେଚର ଏବଂ କ୍ୟାରିୟର ବ୍ୟାକଗ୍ରାଉଣ୍ଡ ବିଷୟରେ ଜାଣିବା ଅତ୍ୟନ୍ତ ଜରୁରୀ। କାରଣ ଅନେକ ଥର ନଜାଣି କାହାକୁ ଭଲ ପାଇବା ପୂରାପୂରି ମହଙ୍ଗା ପଡ଼ିଥାଏ ଯେପରିକି ୪୧ବର୍ଷ ବୟସ୍କ କ୍ୟାରେନର ଅବସ୍ଥା ହୋଇଥିଲା। ତାଙ୍କର ନିଶାସକ୍ତ ବୟଫ୍ରେଣ୍ଡ କେବଳ ଯେ ତାଙ୍କୁ ହତ୍ୟା କରିଥିଲେ ତାହା ନୁହେଁ ବରଂ ତାଙ୍କୁ ଟୁକୁରା ଟୁକୁରା କରି ଖାଇ ଯାଇଥିଲେ।

ଏହି ଘଟଣାଟି ହେଉଛି ସ୍ପେନର। ଏଠାରେ ୬୦ବର୍ଷ ବୟସ୍କ ଡ୍ୟୁରେଣ୍ଟ ପଲ୍ ନିଜର ଗାର୍ଲଫ୍ରେଣ୍ଡକୁ ହତ୍ୟା କରି ଖାଇଯିବା ଅପରାଧରେ ୧୪ବର୍ଷ ଜେଲ୍ ଦଣ୍ଡ ଭୋଗି ଆଜି  ଜେଲରୁ ମୁକ୍ତ। ଆସନ୍ତୁ ଜାଣିବା କ’ଣ ଥିଲା ପୂରା ଘଟଣା।

ଗତ ମାସରେ ୬୦ବର୍ଷ ବୟସ୍କ ଡ୍ୟୁରେଣ୍ଟ ପଲ୍ ଜେଳରୁ ମୁକୁଳି ଯାଇଛି। ସେ ବାହାରକୁ ଆସିବା ପରେ ଆଖପାଖର ଲୋକେ ଜମା ଖୁସି ନାହାନ୍ତି,ବରଂ ସମସ୍ତେ ଡରି ଯାଇଛନ୍ତି।

ଘଟଣାଟି ହେଉଛି ୨୦୦୪ମସିହାର। ଡ୍ୟୁରେଣ୍ଟ ନିଶା ନେବା ସହ ଲୁଟ ମଧ୍ୟ କରୁଥିଲା। ଅନେକ ମାସରୁ ସେ ଲୁଟ ମାମଲାରେ ଫେରାର ଥିଲା। ଏଥିପାଇଁ ସେ ବ୍ରିଟେନରୁ ପଳାୟନ କରି ସ୍ପେନ୍ ଆସି ଯାଇଥିଲା। ଏହି ସମୟରେ ତା’ର ସାକ୍ଷାତ ୪୧ବର୍ଷ ବୟସ୍କ କ୍ୟାରେନ୍ ସହ ହୋଇଥିଲା। କ୍ୟାରେନଙ୍କର ବିବାହ ବିଚ୍ଛେଦ ହୋଇଥିଲା। ତାଙ୍କର ଦୁଇଟି ପିଲା ଥିଲେ।

କ୍ୟାରେନଙ୍କ ସହ ଦେଖା ହେବାର ଗୋଟିଏ ସପ୍ତାହ ପରେ ଡ୍ୟୁରେଣ୍ଟ କ୍ୟାରେନଙ୍କ ଆପାର୍ଟମେଣ୍ଟର ଉପର ମହଲାରେ ରହିବାକୁ ଆସିଥିଲା। ଏହାର କିଛି ଦିନ ପରେ କ୍ୟାରେନ ଘରୁ  ନବାହାରିବାରୁ ପଡ଼ୋଶୀଙ୍କୁ ସନ୍ଦେହ ହୋଇଥିଲା। ମୋନେ ଏହାର ସୂଚନା ପୋଲିସକୁ ଦେଇଥିଲେ। ଏହା ପରେ ପୋଲିସ କ୍ୟାରେନଙ୍କ ଘରେ ଯାଞ୍ଚ କରିବାରୁ ସେଠାରେ ରକ୍ତ ଜୁଡ଼ୁବୁଡ଼ୁ ଛୁରୀ ଦେଖିଥିଲେ। ଏହା ପରଠୁ ପୋଲିସ୍ ତାଙ୍କୁ ଖୋଜିବା ଆରମ୍ଭ କରି ଦେଇଥିଲା। ଡ୍ୟୁରେଣ୍ଟକୁ ଧରିବା ପରେ ସେ ସ୍ବୀକାର କରିଥିଲା ସେ ହାତୁଡ଼ି​‌ରେ ପିଟି ପିଟି କ୍ୟାରେନଙ୍କୁ ହତ୍ୟା କରିଛି। ଏହା ସହିତ କ୍ୟାରେନଙ୍କ ଶରୀରକୁ ଛୋଟ ଛୋଟ ଟୁକୁରା କରିଦେଇଥିଲା। କେବଳ ଏତିକି ନୁହେଁ କିଛି ଅଂଶକୁ ସେ ଖାଇଯାଇଥିଲା ଯେଉଁଥିପାଇଁ ମୃତଦେହ ମିଳି ପାରିନଥିଲା।

ଡ୍ୟୁରେଣ୍ଟର ଜଣେ ସାଙ୍ଗ କହିଥିଲା ଯେ ସେ ନିଜ ଗାର୍ଲଫ୍ରେଣ୍ଡଙ୍କୁ ହତ୍ୟା କରିବା ଘଟଣା ତାକୁ କହିଥିଲା। ଏହି ଅପରାଧ ପାଇଁ ତାକୁ ୧୨ବର୍ଷର ଜେଲ୍ ଦଣ୍ଡ ଦିଆଯାଇଥିଲା,ଏହା ସହିତ ତା’ର ଅନ୍ୟ ଅପରାଧ ପାଇଁ ସବୁ ମିଶାଇ ୧୫ବର୍ଷର ଜେଲ୍ ଦଣ୍ଡ ଦିଆଯାଇଥିଲା। କ୍ୟାରେନଙ୍କ ପରିବାର ଲୋକଙ୍କ କହିବାନୁସାରେ ଡ୍ୟୁରେଣ୍ଟକୁ ତା’ର ଅପରାଧ ପାଇଁ କେବେବି ମୁକ୍ତ କରାଯିବା ଅନୁଚିତ୍ କାରଣ ଏପରି ଅପରାଧୀଙ୍କୁ ଛାଡ଼ିବା ଅତ୍ୟନ୍ତ ବିପଦଜନକ ହୋଇପାରେ।

   Related Posts