Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଶ୍ଚର୍ଯ୍ୟଜନକଭାବେ ସେ ଉଡ଼ାଜାହାଜକୁ ମଧ୍ୟ ଖଣ୍ଡ ଖଣ୍ଡ କରି ଖାଇଯାଉଥିଲେ : ଡାକ୍ତରମାନେ ପେଟ ଯାଞ୍ଚ କରିବାରୁ ଯାହା ଦେଖିଲେ…..

16/04/2019 at 4:46 PM

ଜୟପୁର ୧୬/୪: ପୃଥିବୀରେ ଅନେକ ପ୍ରକାର ଲୋକ ଥାଆନ୍ତି। ଯେଉଁମାନଙ୍କୁ ସାଧାରଣ ଲୋକେ ବୁଝିପାରନ୍ତି ନାହିଁ। ଆଜି ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯାହାଂକୁ କଟ୍ଟର ଫରାସୀ ବୋଲି ବିବେଚନା କରାଯାଏ । ଆମେ କହୁଛୁ ମିଶେଲ ଲାଟୋଙ୍କ ବିଷୟରେ ଯାହାଙ୍କ ପାଖରେ ଅଲୈାକିକ ଶକ୍ତି ଥିଲା ବୋଲି କୁହାଯାଏ।

ଆଶ୍ଚର୍ଯ୍ୟର କଥା ହେଉଛି ଏହା ଯେ ୯ବର୍ଷ ବୟସରେ କେହି ତାଙ୍କ ସାଙ୍ଗ ନହେବାରୁ ସେ ଏକ କାଚ ଗିଲାସ ଖାଇ ଦେଇଥିଲେ। ତାଙ୍କ ଭିତରେ ଏକ ଏପରି ପ୍ରତିଭା ଥିଲା ଯେ ସେ ଏପରି ଅସାଧାରଣ ଜିନିଷ ଖାଇ ଲୋକପ୍ରିୟ ହୋଇଥିଲେ।

ସେ ୧୯୫୦ମସିହାରୁ ଆରମ୍ଭ କରି ତାଙ୍କ ପୂରା ଜୀବନକାଳ ମଧ୍ୟରେ ସାଇକେଲ,ଶପିଙ୍ଗ କାର୍ଟ,ଗ୍ଲାସ,ଟିଭି ଭଳି ଜିନିଷ ଖାଇଛନ୍ତି। କେବଳ ଏତିକି ନୁହେଁ ସେ ଏକ ଉଡ଼ାଜାହାଜକୁ ଗୋଟି ଗୋଟି କରି ପୂରା ଖାଇ ଦେଇଥିଲେ। ସେ କେବେ ବି ଏକ ସାଧାରଣ ମଣିଷ ପରି ଖାଦ୍ୟ ଖାଇ ନାହାନ୍ତି। ବିଭିନ୍ନ ପ୍ରକାର ଧାତୁ ଏବଂ ପ୍ଲାଷ୍ଟିକ୍ ଖାଇବା ଫଳରେ ତାଙ୍କ ସବୁ ଦାନ୍ତ ପ୍ରାୟତଃ ଖରାପ ହୋଇଯାଇଥିଲା।

ଲାଟୋଙ୍କ ଏହି ଅସାଧାରଣ ଖାଇବା ତାଲିକା​‌ରେ ରହିଛି ୧୮ଟି ସାଇକେଲ,ଗୋଟିଏ ସେସନା ବିମାନ,ଗୋଟିଏ କଫିନ୍ ଏବଂ ୧୫ଟି ଟେଲିଭିଜନ ସେଟ୍। ଏହା ଜାଣିବା ପାଇଁ ଅନେକ ଥର ଡାକ୍ତରମାନେ ତାଙ୍କ ପେଟର ଯାଞ୍ଚ କରିଥିଲେ। ଯାଞ୍ଚରୁ ମଧ୍ୟ ପ୍ରମାଣିତ ହୋଇସାରିଛି ଯେ ଲାଟୋ ଏକ ସାଧାରଣ ମଣିଷ ଭଳି ନଥିଲେ।

ଲାଟୋଙ୍କ ପେଟ ଏବଂ ଅନ୍ତନଳୀର ଝିଲ୍ଲୀ ଏକ ସାଧାରଣ ମଣିଷଠାରୁ ଅଧିକ ମୋଟା ଥିଲା। ତାଙ୍କ ପାଚନ ତନ୍ତ୍ର ମଧ୍ୟ ଅତ୍ୟନ୍ତ ମଜବୁତ ଥିଲା। ଏଥିପାଇଁ ସେ ଯେକୈାଣସି ଜିନିଷ ଖାଇବାକୁ ସକ୍ଷମ ଥିଲେ। ୨୦୦୭ମସିହାରେ ତାଙ୍କର ସ୍ବାଭାବିକ ମୃତ୍ୟୁ ହୋଇଥିଲା।

   Related Posts