Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||

ଆଜି ଆଂଶିକ ଚନ୍ଦ୍ରଗ୍ରହଣ : ଅପରାହ୍ନ ସାଢେ ୪ଟାରୁ ଦେବ ନୀତି ଓ ପାକ ନିଷେଧ

16/07/2019 at 9:00 AM

ଭୁବନେଶ୍ବର ୧୬|୭: ୧୪୯ ବର୍ଷ ପରେ ଆଜି ପ୍ରତୀୟମାନ ହେବ କେତୁଗ୍ରସ୍ତ ଆଂଶିକ ଚନ୍ଦ୍ରଗ୍ରହଣ । ଏହି ବିରଳ ମହାଜାଗତିକ ଦୃଶ୍ୟ ଭାରତ ସମେତ ଅଷ୍ଟ୍ରେଲିଆ, ଆଫ୍ରିକା, ଏସିଆ ମହାଦେଶରେ ଦେଖିବାକୁ ମିଳିବ । ରାତି ଗୋଟିଏ ୩୧ରେ ଚନ୍ଦ୍ରଗହଣ ଲାଗିବ ଏବଂ ରାତି ୪ଟା ୨୯ରେ ମୋକ୍ଷ ହେବ ।  ଏହି ସମୟରେ ଚନ୍ଦ୍ର ଓ ପୃଥିବୀ ନିକଟରେ ରହିବାରୁ ଏହାକୁ ‘ସୁପର୍  ମୁନ୍ ’ କୁହାଯାଇଛି । ଏହା ହେଉଛି ଚଳିତ ବର୍ଷର ଦ୍ବିତୀୟ ଚନ୍ଦ୍ରଗ୍ରହଣ ।

ମଙ୍ଗଳବାର ଚନ୍ଦ୍ରଗ୍ରହଣ । ଏହା ହେଉଛି କେତୁଗ୍ରସ୍ତ ଆଂଶିକ ଚନ୍ଦ୍ରଗ୍ରହଣ । ରାତି ଗୋଟେ ୩୧ ରୁ ଗ୍ରହଣ ଆରମ୍ଭ ହୋଇ ୪ ଟା ୨୯ ମିନିଟ୍ ରେ ଶେଷ ହେବ ।  ରାତି ୧୨ ଟା ୧୩ ମିନିଟ୍ ରେ ଏହାର ପ୍ରଭାବ ଆକାଶରେ ଜଣାପଡ଼ିବ । ସମୁଦାୟ ୨ ଘଣ୍ଟା ୫୮ ମିନିଟ୍ ଧରି ଏହି ମହାଜାଗତିକ ଦୃଶ୍ୟ ପ୍ରତୀୟମାନେ ହେବ । ଏହି ଚନ୍ଦ୍ର ଗ୍ରହଣ ଏସିଆ, ୟୁରୋପ, ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ ଆଦି ଦେଶରେ ଦେଖାଯିବ । ତେବେ ଓଡ଼ିଶାରେ ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ଘରେ ରହି ଏହାକୁ ଖାଲି ଆଖିରେ ଦେଖିବାକୁ ପ୍ଲାନେଟୋରିୟମ୍ ପକ୍ଷରୁ କୁହାଯାଇଛି ।

ତେବେ ହିନ୍ଦୁ ରୀତିନୀତି ଅନୁଯାୟୀ ୪ଟା ୩୦ ପରଠାରୁ ପାକ ନିଷେଧ ରହିବ । ସେହିପରି ଅପରାହ୍ନ ୪ଟା ୩୦ ସୁଦ୍ଧା ସନ୍ଧ୍ୟା ଧୂପ ହୋଇ ନୀତି ସମ୍ପନ୍ନ ହେବ । ଏହା ପରଠୁ ସମସ୍ତ ଦେବାଳୟ ବନ୍ଦ ରହିବ ବୋଲି ପୂଜକ କହିଛନ୍ତି ।

୧୮୭୦ରେ ଏପରି ଗ୍ରହଣ ଲାଗିଥିଲା । ବିଜ୍ଞାନ ଛାତ୍ରଛତ୍ରୀଙ୍କ ଲାଗି ଏହା ଶିକ୍ଷଣୀୟ ହେବାକୁ ଥିବା ବେଳେ ସାଧାରଣ ଲୋକେ ଏହି ବିରଳ ଦୃଶ୍ୟକୁ ଉପଭେ।ଗ କରି ପାରିବେ ।

   Related Posts