ବିଦ୍ୟୁତ୍ କାଟ ଲାଗି ଆଉ ଚିନ୍ତା ନାହିଁ, ବିନା ବିଜୁଳିରେ ୬ ଘଣ୍ଟାରୁ ବି ଅଧିକ ସମୟ ଜଳିବ ଏହି ନୂଆ ଇନଭର୍ଟର ବଲବ୍

Published By : Prameya-News7 Bureau | November 16, 2019 IST

ନୂଆଦିଲ୍ଲୀ : ଗ୍ରେଟର ଇଣ୍ଡିଆ ଏକ୍ସପୋ ମାର୍ଟରେ ଆରମ୍ଭ ହୋଇଛି ଏଲଇଡି ପ୍ରଦର୍ଶନୀ। ଏଠାରେ ଏପରି ଏଲଇଡି  ବଲବ୍ ସବୁ ପ୍ରଦର୍ଶିତ ହେଉଛି ଯେଉଁଗୁଡିକ ବିନା ବିଦ୍ୟୁତରେ ବି ଜଳିପାରୁଛି। ଏଥିରେ ଏପରି ଏକ ଇନଭର୍ଟର ବଲବ୍ ପ୍ରଦର୍ଶିତ ହେଉଛି ଯାହା ବିଦ୍ୟୁତ କଟିଯିବା ପରେ ବି ୬ ଘଣ୍ଟାରୁ ଅଧିକ କାଳ ଜଳିପାରୁଛି। ଫଳର ଦେଶର ଯେଉଁ ସବୁ ଅଞ୍ଚଳରେ ଅଧିକ ସମୟ ବିଦ୍ୟୁତ୍ କାଟ୍ ହେଉଛି ସେହି ସବୁ ଅଞ୍ଚଳ ଲାଗି ଏଭଳି ଇନଭର୍ଟର ବଲବ୍ ବେଶ ଉପଯୋଗୀ ସାବ୍ୟସ୍ତ ହେବ।

ଏହି ଇନଭର୍ଟର ବଲବ୍ ପ୍ରସ୍ତୁତ କରୁଥିବା ଏଲଇଡି କମ୍ପାନୀର ନିର୍ଦ୍ଦେଶିକା  ଅଞ୍ଜୁ ଜୈନ୍ ଦେଶର ଗ୍ରାମୀଣ ଅଞ୍ଚଳର ଆବଶ୍ୟକତାକୁ ଦେଖି ବଲବ୍ ପ୍ରସ୍ତୁତ କରାଯାଇଥିବା କହିଛନ୍ତି। ଦେଶର ଗ୍ରାମାଞ୍ଚଳକୁ ଯଦିଓ ବିଦ୍ୟୁତ ଯୋଗାଇ ଦିଆଯାଇଛି, ତଥାପି ଅନେକ ଅଞ୍ଚଳରେ ୮ ଘଣ୍ଟାରୁ ବି କମ୍ ସମୟ ବିଦ୍ୟୁତ ଯୋଗାଣ ରହୁଛି। ଏଥିରେ ଲାଇନ କଟିଗଲେ ଏଭଳି ଏଲଇଡି ଲୋକଙ୍କୁ ବିଦ୍ୟୁତ୍ କାଟ ଜନିତ ପରିସ୍ଥିତିରେ ବିଶେଷ ସହାୟକ ହୋଇପାରିବ ବୋଲି କହିଛନ୍ତି।

ବିଦ୍ୟୁତ କାଟ୍ ଜନିତ ପରିସ୍ଥିତିରେ ଲୋକେ ଜେନେରେଟର ବା ଇନଭର୍ଟର ବ୍ୟବହାର କରୁଛନ୍ତି। ହେଲେ ସବୁ ଲୋକଙ୍କ ଲାଗି ଇନଭର୍ଟର ବା ଜେନେରେଟର କିଣିବା ସାଧ୍ୟବାହାରେ।  ଏଥିରେ ଜେନେରେଟର ପରିବେଶ ପ୍ରଦୂଷଣ  କରୁଥିବା ଜଣାପଡିବା ପରେ ଏହାର ବ୍ୟବହାର ବି କମିଛି। ତେବେ ଏଭଳି ବଲବ୍ ଗ୍ରାମୀଣ ଲୋକଙ୍କ ଲାଗି ସହାୟକ ହୋଇପାରିବ ବୋଲି ଅଞ୍ଜୁ କହିଛନ୍ତି। ଏହି ବଲବ ବିଦ୍ୟୁତ ଥିବା ବେଳେ ଏସି ମୋଡରେ ଜଳିବ ଓ ବିଦ୍ୟୁତ କଟିଗଲେ ଆପେ ଆପେ ଡିସିମୋଡକୁ ଚାଲିଯିବ।

ଏହାର ବ୍ୟାଟେରୀକୁ ସେଭଳି ପ୍ରସ୍ତୁତ କରାଯାଇଛି ଯେପରି ଓଭର ଚାର୍ଜ ଅଥବା ଡିଶ୍ଚାର୍ଜ ହେବ ନାହିଁ। ଏଣୁ ପିଲାଙ୍କ ପାଠପଡା ହେଉ କି ଘରର ଆଲୋକିକରଣ ଏଥିରେ ବିଦ୍ୟୁତ କାଟ ବେଳେ ବି ବଲବ ଆଲୋକିତ କରିପାରିବ। ତେବେ ସବୁଠାରୁ ବଡ କଥା ହେଉଛି ୮ ଘଣ୍ଟା କରେଣ୍ଟ ରହୁଥିବା ସ୍ଥାନରେ ଏହା ୨୪ ଘଣ୍ଟା ସେବା ଯୋଗାଇଦେବାକୁ ଦକ୍ଷ। ଏଣୁ ଲୋକଙ୍କୁ  ଆଉ ବିଜୁଳିକାଟରେ ଅନ୍ଧାରରେ ରହିବାକୁ ପଡିବନି ବୋଲି କହିଛନ୍ତି କମ୍ପାନୀର ନିର୍ଦ୍ଦେଶିକା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.