Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ଏହି ନେତ୍ରୀ ୨ଟି ଅଲଗା ଅଲଗା ନାଁରେ କରୁଛନ୍ତି ନିର୍ବାଚନୀ ପ୍ରଚାର, ଜାଣନ୍ତୁ କାରଣ

10/10/2019 at 2:25 PM

ନୂଆଦିଲ୍ଲୀ୧୦|୧୦: ମହାରାଷ୍ଟ୍ରର ଚଳିତ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇସାରିଛି। ସବୁ ରାଜନୈତିକ ଦଳର ଆଶାୟୀ ପ୍ରାର୍ଥୀମାନେ ମତ ଦାତାଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି। ଭୋଟ ହାତେଇବା ଲାଗି ଆଶାୟୀ ପ୍ରାର୍ଥୀମାନେ ନିଜ ନିଜର ରଣକୌଶଳ ପ୍ରୟୋଗ କରୁଛନ୍ତି। ନିର୍ବାଚନୀ ପ୍ରଚାର ସମୟରେ ଏକ ଅଜବ ପ୍ରକାର ଘଟଣା ସାମ୍ନାକୁ ଆସିଛି। ଶିବସେନାର ଜଣେ ଆଶାୟୀ ପ୍ରାର୍ଥିନୀ ନିଜର ଦୁଇଟି ଅଲଗା ଅଲଗା ନାଁରେ ପ୍ରଚାର ଜାରି ରଖିଛନ୍ତି।

ମହାରାଷ୍ଟ୍ରର ମୁମ୍ବ୍ରା ବିଧାନସଭା ଆସନରେ ଶିବସେନାର ଆଶାୟୀ ପ୍ରାର୍ଥିନୀ ଦୀପାଲି ସାୟଦ୍‌ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ଭୋଟରଙ୍କ ଭୋଟ ହାତେଇବା ଲାଗି ସେ ନିଜର ଦୁଇଟି ନାଁକୁ ବ୍ୟବାହାର କରୁଛନ୍ତି। ସେ ହିନ୍ଦୁ ଭୋଟରଙ୍କୁ ଭୋଟର ମାଗିବା ବେଳେ ନିଜର ନାଁ ଦୀପାଲି ବୋଲି କହିଥାନ୍ତି। ସେହିଭଳି ମୁସଲିମ ଭୋଟରଙ୍କୁ ହାତେଇବା ଲାଗି ସେ ନିଜର ନାଁକୁ ବଦଳାଇ ଦୀପାଲି ସାୟଦ କହିଥାନ୍ତି। ଏପରିକି ହିନ୍ଦୁ ଓ ମୁସଲିମ ଅଞ୍ଚଳ ଗୁଡିକରେ ଦୀପାଲିଙ୍କ ଦୁଇଟି ନାଁର ନିର୍ବାଚନୀ ପୋଷ୍ଟ ଲଗା ଯାଇଛି।   

ମରାଠି ଫିଲ୍ମର ଅଭିନେତ୍ରୀ ଦୀପାଲିଙ୍କ ପ୍ରକୃତ ନାଁ ହେଉଛି ଦୀପାଲି ଭୋନସ୍ଲେ। ଦୀପାଲିଙ୍କ ବିବାହ  ପରେ ତାଙ୍କ  ନାଁ ଦୀପାଲି ଭୋନସ୍ଲେରୁ ଦୀପାଲି ସାୟଦ ହୋଇ ଯାଇଥିଲା। ନାଁ ବଦଳାଇ ପ୍ରଚାର କଲେ ଭୋଟର ତାଙ୍କ ଆଡକୁ ଆକୃଷ୍ଟ ହେ​‌ବେ ବୋଲି ଦୀପାଲି କହିଛନ୍ତି। ୨୦୧୪ ମସିହା ବିଧାନସଭା ନିର୍ବାଚନରେ  ଆମ୍‌ ଆଦମୀ ପାର୍ଟରୁ ସେ ନିର୍ବାଚନ ଲଢ଼ି ଥିଲେ। ଚଳିତ ନିର୍ବାଚନରେ ସେ ଶିବସେନା ପକ୍ଷରୁ ନିର୍ବାଚନ ଲଢ଼ିବେ।

   Related Posts