‘ଏହା ତୁମ ସମୟ’: ଫଟୋ ସେୟାର କରି ଜୋ ବାଇଡେନ୍ଙ୍କୁ ଶୁଭେଚ୍ଛା ଜଣାଇଲେ ଓବାମା
20/01/2021 at 10:11 PM

ଓ୍ବାଶିଂଟନ ୨୦/୦୧: କିଛି ସମୟର ଅପେକ୍ଷା ପରେ ଆମେରିକା ପାଇବ ତାର ନୂଆ ରାଷ୍ଟ୍ରପତି। ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଉଛନ୍ତି ଜୋ ବାଇଡେନ୍। ତାଙ୍କ ସହିତ ଉପ ରାଷ୍ଟ୍ରପତି ଭାବେ ଶପଥ ନେଉଛନ୍ତି ମୂଳ ଭାରତୀୟ କମଳା ହ୍ୟାରିସ୍ ।ବାଇଡେନ୍ଙ୍କ ପାଇଁ ବିଶ୍ବରୁ ଶୁଭେଚ୍ଛା ଛୁଟି ଆସୁଛି। ଗଲେ ଟ୍ରମ୍ପ ଆସିଲେ ବାଇଡେନ୍। ବାଇଡେଙ୍କୁ ଶୁଭେଚ୍ଛା ଜଣାଇ ହ୍ବାଇଟ୍ ହାଉସ୍ ଛାଡ଼ିଛନ୍ତି ଡୋନାଲ୍ଡ ଟ୍ରମ୍ପ।
ଶପଥ ଗ୍ରହଣ ସାମରୋହ ପୂର୍ବରୁ ଜୋ ବାଇଡେନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା। ଫଟୋ ସେୟାର କରି ଟ୍ବିଟ୍ରରେ ଓବାମା ଲେଖିଛନ୍ତି, ‘ମୋ ବନ୍ଧୁ ରାଷ୍ଟ୍ରପତି ଜୋ ବାଇଡେନ୍ ତୁମକୁ ଶୁଭେଚ୍ଛା, ଏହା ତୁମର ସମୟ।’
ଆମେରିକାରେ ବାଇଡେନ୍ ଯୁଗ ଆରମ୍ଭ । ଡୋନାଲ୍ଡ ଟ୍ରମ୍ପଙ୍କୁ ମାତ ଦେଇ ଡେମୋକ୍ରାଟ ନେତା ଜୋ ବାଇଡେନ୍ ଆମେରିକାର ୪୬ ତମ ରାଷ୍ଟ୍ରପତି ହେବାର ସୌଭାଗ୍ୟ ପାଇଛନ୍ତି। ଜୋସେଫ ଆର ବାଇଡେନ୍ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରୁଛନ୍ତି। ତେବେ ଏହା ପୂର୍ବରୁ ଓବାମା ରାଷ୍ଟ୍ରପତି ଥିବା ବେଳେ ବାଇଡେନ୍ ଆମେରିକାର ଉପରାଷ୍ଟ୍ରପତି ହୋଇଥିଲେ।
ଅନ୍ୟପଟେ ଆମେରିକାର ବାଇଡେନ୍ ସବୁଠୁ ବୟସ୍କ ରାଷ୍ଟ୍ରପତି ହୋଇଛନ୍ତି। ନଭେମ୍ବର ୨୦୨୦ରେ ବାଇଡେନ୍ ୭୮ ବର୍ଷରେ ପଦାର୍ପଣ କରିଛନ୍ତି।