ଫିଲ୍ମରେ କେବେ ଆସି ନାହାନ୍ତି ଅମିତାଭ-ମାଧୁରୀ ଯୋଡ଼ି : ଏହା ପଛର କାହାଣୀ ନିଶ୍ଚୟ ଚମତ୍କାର
6/06/2020 at 3:55 PM

ନୂଆଦିଲ୍ଲୀ ୬/୬: ଅମିତାଭ ବଚ୍ଚନ ଏବଂ ମାଧୁରୀ ଦୀକ୍ଷିତ ବଲିଉଡର ସବୁଠୁ ଲୋକପ୍ରିୟ ସେଲିବ୍ରିଟି ମଧ୍ୟରେ ଗଣା ଯାଆନ୍ତି। ଦୁଇ ଷ୍ଟାରଙ୍କ ଜବରଦସ୍ତ ଫ୍ୟାନ୍ ଫଲୋଇଙ୍ଗ୍ ଅଛନ୍ତି। ଦୁହେଁ ଫିଲ୍ମ ‘ବଡ଼େ ମିଆଁ ଛୋଟେ ମିଆଁ’ରେ ‘ଓୟେ ମଖଣା’ ଗୀତରେ ଏକାଠି ନଜର ଆସିଥିଲେ କିନ୍ତୁ କେବେ ବି ଏକାଠି ଫିଲ୍ମରେ କାମ କରି ନାହାନ୍ତି। ଦୁହେଁ ଫିଲ୍ମରେ ଏକାଠି କାମ ନ କରିବାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମାଧୁରୀ ୮୦ଦଶକରେ ବଲିଉଡରେ ଡେବ୍ୟୁ କରିଥିଲେ। ପ୍ରଥମେ ତାଙ୍କୁ ଭଲ ରେସପନ୍ସ ମିଳିନଥିଲା। କିନ୍ତୁ ଅନିଲ କପୁରଙ୍କ ସହ ସେ ବେଟା,ତେଜାବ,ହିଫାଜତ,ପରିନ୍ଦା ଭଳି କିଛି ହିଟ୍ ଫିଲ୍ମ ଦେଇଛନ୍ତି। ଏହି ସବୁ ଫିଲ୍ମ ପରେ ମାଧୁରୀ ଷ୍ଟାର ବନି ଯାଇଥିଲେ।

ଏହା ପରେ ମାଧୁରୀଙ୍କୁ ବିଗ୍ ବି ଙ୍କ ସହ ଏକ ଫିଲ୍ମ ଅଫର ହୋଇଥିଲା କିନ୍ତୁ ଅନିଲ କପୁର ତାଙ୍କୁ ଏହା କରିବାକୁ ମନା କରିଦେଇଥିଲେ। ଏପରି କୁହାଯାଉଥିଲା ଯେ ଅନିଲ ସେହି ସମୟରେ ମାଧୁରୀଙ୍କ ସହ କାମ କରିବାକୁ ନେଇ ପଜେସିଭ୍ ହୋଇଯାଇଥିଲେ। ଏହି କାରଣ ଯୋଗୁଁ ମାଧୁରୀ କେବେ ବି ବିଗ୍ ବି ଙ୍କ ସହ କାମ କରି ପାରିନଥିଲେ।

ଏହି ଘଟଣା ପରେ ମାଧୁରୀ ଏବଂ ଅନିଲ ମଧ୍ୟ ଏକାଠି କାମ କରିନଥିଲେ। ସେମାନେ ପୁଣି ଦୀର୍ଘ ଦିନ ପରେ ୨୦୧୯ମସିହାରେ ଟୋଟାଲ୍ ଧମାଲରେ କାମ କରିଥିଲେ।

ମାଧୁରୀଙ୍କ ଡାନ୍ସର ତ ସମସ୍ତେ ଦିଓ୍ବାନା କିନ୍ତୁ ଏବେ ନିକଟରେ ତାଙ୍କର ଏକ ନୂଆ ଟ୍ୟାଲେଣ୍ଟ୍ ସାମନାକୁ ଆସିଛି। ମାଧୁରୀ ନିକଟରେ ଗୀତ ଗାଇଛନ୍ତି ଯାହାର ନାଁ କ୍ୟାଣ୍ଡଲ୍। ମାଧୁରୀଙ୍କ କଣ୍ଠ ଶୁଣି ଆପଣ ଚମକି ଯିବେ। ମାଧୁରୀ ଜଣେ ପ୍ରଫେସନାଲ୍ ସିଙ୍ଗର ଭଳି ଗାଇଛନ୍ତି। ମାଧୁରୀ ଏହି ଗୀତକୁ ଇଂରାଜୀରେ ଗାଇଛନ୍ତି।
