ଏହି ଜଙ୍ଗଲ ହେଉଛି ଦୁନିଆର ସବୁଠାରୁ ଭୟାନକ ସ୍ଥାନ, ରହସ୍ୟମୟ ଭାବେ ଗାୟବ ହୋଇଯାଆନ୍ତି ଲୋକେ

Published By : Prameya-News7 Bureau | July 26, 2019 IST

ଦୁନିଆରେ ଏମିତି କିଛି ଭୟାନକ ସ୍ଥାନ ଅଛି,ସେହି ସ୍ଥାନକୁ ଲୋକେ ଯିବାକୁ ଭୟ କରନ୍ତି। ରୋମାନିଆର ଟ୍ରାନ୍ସଲଭେନିଆ ଅଞ୍ଚଳରେ ଏହି ଭୟାନକ ସ୍ଥାନ ରହିଛି। ଏହି ସ୍ଥାନରେ ଘଟୁଥିବା ବିଭିନ୍ନ ପ୍ରକାର ରହସ୍ୟମୟ ଘଟଣା କାରଣରୁ ଲୋକେ ଏହି ସ୍ଥାନକୁ ଯିବାକୁ ଭୟ କରନ୍ତି।

{"id":137496}

ରୋମାନିଆରେ ଥିବା ହୋୟା ବାସୁ ଜଙ୍ଗଲ ଦୁନିଆର ଭୟାନକ ଜଙ୍ଗଲ ମଧ୍ୟରୁ ଅନ୍ୟତମ। ରହିସ୍ୟମୟ ଘଟଣା ପାଇଁ ଏହି ଜଙ୍ଗଲକୁ ରୋମାନିଆ ବା ଟ୍ରାନ୍ସଲଭେନିଆର ବରମୁଡା ଟ୍ରାଏଙ୍ଗଲ ମଧ୍ୟ କୁହାଯାଏ। ଏହି ଜଙ୍ଗଲରେ ଥିବା ଗଛଗୁଡିକ ଆକୃତି ଅଜବ ପ୍ରକାର ହୋଇଥାଏ। ଜଙ୍ଗଲରେ ଥିବା ଗଛଗୁଡିକ ମୋଢ଼ି ମୋଢ଼ି ବା ଅଙ୍କାବଙ୍କା ଓ ତେଢ଼ାମେଢ଼ା ଭଳି ଦେଖା ଯାଉଥାଏ। ଦିନ ଆଲୋକରେ ଏହି ଜଙ୍ଗଲକୁ ଗଲେ ବି ଭୟ ଲାଗିଥାଏ। ଅଦୃଶ୍ୟ ଶକ୍ତି ଓ ଭୂତ-ପ୍ରେତକୁ ଯୋଡି ଲୋକେ ଏହି ଜଙ୍ଗଲ ସମ୍ପର୍କରେ ନା ନା କଥା ଆଲୋଚନା କରିଥାନ୍ତି । ହୋୟା ବାସୁ ଜଙ୍ଗଲରୁ ଅନେକ ଲୋକ ରହସ୍ୟମୟ ଭାବେ ଗାୟବ ହୋଇଯାଇଥିବା କଥା ମଧ୍ୟ କୁହାଯାଏ। ଏହି କୁଖ୍ୟାତ ଭୟାନକ ଜଙ୍ଗଲ କ୍ଲୁଜ କାଉଣ୍ଟିରେ ଅବସ୍ଥିତ, ​‌ଯେଉଁ କ୍ଲୁଜ ନେପୋକା ସହରର ପଶ୍ଚିମ ଦିଗରେ ରହିଛି।

{"id":137497}

 ପାଖାପାଖି ୭୦୦ ଏକରର ଆୟତନ ମାଡି ବସିଛି ଏହି ଜଙ୍ଗଲ । ଶହ ଶହ ଲୋକ ଏହି ଜଙ୍ଗଲରୁ କୁଆଡ଼େ ଗାୟବ ହୋଇଯିବାର କଥା ମଧ୍ୟ କୁହାଯାଉଛି। ଯେତେବେଳେ ଜଣେ ଗାଇଚରାଳି ରହିସ୍ୟମୟ ଭାବେ ଏହି ଜଙ୍ଗଲରୁ ଗାୟବ ହୋଇଥିଲେ। ସେତେବେଳେ ହୋୟା ବାସୁ ଜଙ୍ଗଲକୁ ନେଇ ଲୋକଙ୍କ ମନରେ ପ୍ରଥମେ ଭୟ ଖେଳିଯାଇଥିଲା।

{"id":137498}

ଏହି ବ୍ୟକ୍ତି ଜଣଙ୍କ ଜଙ୍ଗଲରୁ ରହସ୍ୟମୟ ଭାବେ ଗାୟବ ହୋଇଯାଥିଲେ। ସବୁଠାରୁ ଆଶ୍ଚର୍ଯ୍ୟକଥା ବ୍ୟକ୍ତି ଜଣଙ୍କ ଗାୟବ ହେବା ସମୟରେ ତାଙ୍କ ସାଙ୍ଗରେ ୨୦୦ ମେଣ୍ଡା ଥିଲେ। ଏହି ମେଣ୍ଡାଗୁଡିକର ପତ୍ତା ମଧ୍ୟ ମିଳିନଥିଲା। ଏହି ରହସ୍ୟମୟ ଜଙ୍ଗଲକୁ ଏକ ଆର୍ମି ଟେକ୍ନିସିଆନ ଯାଇଥିଲେ। ସେଠାରେ ଏକ ଅଦୃଶ୍ୟ ଶକ୍ତି ସେ ଅନୁଭବ କରିଥିବା କଥା କହିଥିଲେ।

{"id":137499}

ପୁରୁଣା କିମ୍ବଦନ୍ତୀ ଅନୁସାରେ, ୧୯୬୮ ମସିହାରେ ଏମିଲ ବରନିଆ ନାମକ ଜଣେ ବ୍ୟକ୍ତି ଏହି ଜଙ୍ଗଲକୁ ଯାଇଥିଲେ। ଏକ ଆଲୌକିକ ଶରୀର ଆକାଶରେ  ଦେଖିଥିଲେ ବୋଲି ସେ କହିଥିଲେ। ହୋୟା ବାସୁ ଜଙ୍ଗଲକୁ ଆସୁଥିବା ଶହ ଶହ ପର୍ଯ୍ୟଟକ ମଧ୍ୟ ଏହି ସମାନ କଥା କହିଥାନ୍ତି। ବୁଲିବାକୁ ଆସିଥିବା ବହୁ ପର୍ଯ୍ୟଟକ ମଧ୍ୟ ହୋୟା ବାସୁ ଜଙ୍ଗଲରୁ ଗାୟବ ହୋଇଯାଇଥିଲେ। କିନ୍ତୁ ପରେ ପୁଣି ଫେରି ଆସିଥିଲେ ବୋଲି ମଧ୍ୟ କୁହାଯାଏ।

{"id":137500}

 ଲୋକଙ୍କ କହିବାନୁସାରେ, ଏହି ଜଙ୍ଗଲ​ରେ ବହୁ ରହସ୍ୟମୟ ଶକ୍ତି ରହିଛି। ​‌ଏଥିସହ ହୋୟା ବାସୁ ଜଙ୍ଗଲରୁ ବିଭିନ୍ନ ଅଜବ ପ୍ରକାର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥାଏ। ସେଥିପାଇଁ ଲୋକେ ଏହି ଜଙ୍ଗଲରେ ପାଦ ରଖିବାକୁ ବି ଚାହାଁନ୍ତି ନାହିଁ।

{"id":137501}

କିମ୍ବଦନ୍ତୀ ଅନୁସାରେ ୧୮୭୦ ମସିହାରେ ପାଖ ଗାଁରେ ରହୁଥିବା ଜଣେ କୃଷକଙ୍କ ଝିଅ ଏହି ଜଙ୍ଗଲକୁ ଯାଇଥିଲେ।  ସେ ମଧ୍ୟ ଗାୟବ ହୋଇଯାଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟକଥା ଝିଅଟି ପାଞ୍ଚବର୍ଷ ପରେ ଫେରିଥିଲା। ହେଲେ ଝିଅଟି ନିଜର ସ୍ମରଣ ଶକ୍ତି ହରାଇ ବସିଥିଲା। କିଛିଦିନ ଭିତରେ ଝିଅର ମୃତ୍ୟୁ ହୋଇଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.