ରାଜଧାନୀରେ ବି.ଏମ.ସି ର ଏମିତି ଅବସ୍ଥା
1/08/2018 at 4:19 PM

ନାଁ ଅଛନ୍ତି ଡାକ୍ତର ନା ଅଛି ମେସିନ, ନା ଆସୁଛନ୍ତି ରୋଗୀ । ରାଜଧାନୀର କେନ୍ଦ୍ରସ୍ଥଳରେ ଏମିତି ଏକ ସରକାରୀ ଡାକ୍ତରଖାନା ଯାହା ଉପରେ ନିର୍ଭର କରନ୍ତି ହଜାର ହଜାର ଲୋକ । ତେବେ ଆମେ କେଉଁ ହସପିଟାଲ କଥା କହୁଛୁ ଦେଖନ୍ତୁ ଏହି ରିପୋର୍ଟ । ନିଶ୍ଚେତକ ଡ଼ାକ୍ତର ନାହାନ୍ତି । ଓଟି ବନ୍ଦ । ହୋଇ ପାରୁନି ଅସ୍ତ୍ରୋପଚାର । ଡ଼ାକ୍ତର ବି ଠିକ୍ ସମୟରେ ଆସୁ ନାହାନ୍ତି । ନୂଆ ଡ଼ାକ୍ତର ନିଯୁକ୍ତି ବଦଳରେ ଅନ କଲରେ କାମ ଚାଲୁଛି । କହିବାକୁ ଗଲେ ନାହିଁ ନାହିଁରେ ଚାଲିଛି ରୋଗୀସେବା । ଏହା କୌଣସି ଉପାନ୍ତ ଅଞ୍ଚଳର ଚିତ୍ର ନୁହେଁ । ରାଜଧାନୀ ବିଏମସି ହସପିଟାଲର ଇଏ ବାସ୍ତବ ଚିତ୍ର । ୧୦୪ ଶଯ୍ୟା ବିଶିଷ୍ଟ ହସପିଟାଲରେ ଅଧିକାଂଶ ୱାର୍ଡ ଖାଲିପଡ଼ିଛି । ଉପଯୁକ୍ତ ଚିକିତ୍ସା ନପାଇ ରୋଗୀ ଯମ ଯନ୍ତ୍ରଣା ଭୋଗୁଛନ୍ତି । ହସପିଟାଲ ପରିସରକୁ ଗଲେ ଗଣ୍ଡା ଗଣ୍ଡା ସମସ୍ୟା ସାମ୍ନାକୁ ଆସେ । ଅଲଟ୍ରାସାଉଣ୍ଡ, ଏଣ୍ଡୋସ୍କୋପି, ଲାପ୍ରୋସ୍କୋପି ମେସିନ କଥା ନ କହିବା ଭଲ । ୭ବର୍ଷ ହେଲା ଅଚଳ ହୋଇ ପଡିଛି । ସେପଟେ ବାହାରେ ରକ୍ତ ପରୀକ୍ଷା କରୁଛନ୍ତି ରୋଗୀ । ଏମିତି ଅବ୍ୟବସ୍ଥାକୁ ନେଇ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।