ବିଶ୍ବକପରେ କେବଳ ଏହି ବ୍ୟାଟ୍ସମ୍ୟାନ ବୁମରାହଙ୍କ ବଲରେ ଛକା ମାରିବାର ସାହସ କରିଥିଲେ ...

Published By : Prameya-News7 Bureau | July 16, 2019 IST

ନୂଆଦିଲ୍ଲୀ୧୬|୭: ଆଇସିସି ବିଶ୍ବକପ ୨୦୧୯ରେ ଭାରତୀୟ ବୋଲର ଯସପ୍ରିତ ବୁମରାହ ବେଶ ଭଲ ପ୍ରଦର୍ଶମନ କରିଥିଲେ । ଲିଗ ମ୍ୟାଚରୁ ଆରମ୍ଭ କରି ସେମିଫାଇନାଲ ପର୍ଯ୍ୟନ୍ତ ବୁମରାହ ୧୦ଟି ଯାକ ମ୍ୟାଚ ଖେଳିଛନ୍ତି । କିନ୍ତୁ ବର୍ଷା କାରଣରୁ ନ୍ୟୁଜିଲାଣ୍ଡ ସହ ଲିଗ ମ୍ୟାଚ ବାତିଲ ହୋଇଥିଲା । ଅର୍ଥାତ ୯ଟି ମ୍ୟାଚ ଖେଳି ସବୁ ମ୍ୟାଚରେ ବୁମରାହ ବୋଲିଂ କରିଥିଲେ ।

{"id":134246}

ଆଇସିସିର ଏକଦିବସୀୟ ବିଶ୍ବ ର୍ୟାଙ୍କିଂରେ ବୁମରା ୧ ନମ୍ବର ସ୍ଥାନରେ ରହିଛନ୍ତି । ବିଶ୍ବକପରେ ଖେଳିଥିବା ୯ଟି ମ୍ୟାଚରୁ ସେ ସମୁଦାୟ ୧୮ଟି ୱିକେଟ ହାସଲ କରିଛନ୍ତି । ଭାରତ ପକ୍ଷରୁ ବିଶ୍ବକପରେ ବୁମାରାହ ସର୍ବାଧିକ ୱିକେଟ ନେଇଥିଲେ । ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ପୂରା ବିଶ୍ବକପରେ ବୁମରାହଙ୍କ ବଲରେ ପ୍ରତିପକ୍ଷ ଖେଳି ମାତ୍ର ଗୋଟିଏ ଛକା ମାରିବାକୁ ସକ୍ଷମ ହୋଇଥିଲେ ।

{"id":134247}

ଅନ୍ୟଭାବରେ କହିଲେ ବିଶ୍ବକପରେ ସାମିଲ ହୋଇଥିବା ୧୦ଟି ଦଳ ମଧ୍ୟରୁ ମାତ୍ର ଜଣେ ଏଭଳି ବ୍ୟାଟ୍ସମ୍ୟାନ ଥିଲେ ଯିଏ ବୁମରାହଙ୍କ ବଲରେ ଛକା ମାରିବାର ସାହସ କରିଥିଲେ ଓ ସଫଳ ମଧ୍ୟ ହୋଇଥିଲେ । ଏହି ବ୍ୟାଟ୍ସମ୍ୟାନ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଆଫଗାନିସ୍ତାନର ଅଲରାଉଣ୍ଡର ମହମ୍ମଦ ନବୀ ।ବିଶ୍ବକପର ୨୮ତମ ଲିଗ ମ୍ୟାଚରେ ବୁମରାହଙ୍କ ବଲରେ ନବୀ ଏକ ଲମ୍ବା ଛକା ମାରିଥିଲେ ।

{"id":134248}

ଲିଗ ପର୍ଯ୍ୟାୟରେ ଭାରତର ୨୨୫ରନର ଟାର୍ଗେଟକୁ ପିଚ୍ଛା କରି ଆଫଗାନିସ୍ତାନ ୧୧୩ ରନ କରିଥିଲା । ତେବେ ଯେ ପର୍ଯ୍ୟନ୍ତ ମହମ୍ମଦ ନବୀ କ୍ରିଚରେ ଥିଲେ ସେ ପର୍ଯ୍ୟନ୍ତ ଆଫଗାନୀସ୍ତାନର ଆଶାକୁ ଉଜ୍ଜୀବୀତ ରଖିଥିଲେ । ମ୍ୟାଚର ୪୭ତମ ଓଭରରେ ଯସପ୍ରିତ ବୋଲିଂ କରୁଥିବାବେଳେ ତୃତୀୟ ବଲରେ ନବୀ ଏକ ସୁନ୍ଦର ଛକା ମାରିଥିଲେ । ଟୁର୍ଣ୍ଣାମେଣ୍ଟରେ ଆଫଗାନିସ୍ତାନର ଏହା ଏକମାତ୍ର ଛକା ଥିଲା ଓ ବୁମାରାହଙ୍କ ବଲରେ ମଧ୍ୟ ଏକମାତ୍ର ଛକା ଥିଲା ।

{"id":134249}

ବିଶ୍ବକପରେ ବୁମରାହ ୫୦୦ଟି ବଲ ପକାଇ ଗୋଟିଏମାତ୍ର ଛକା ଦେଇଥିବା ଏକମାତ୍ର ଖେଳାଳି । ଏ କ୍ଷେତ୍ରରେ ଦ୍ବିତୀୟସ୍ତାନରେ ରହିଥିଲେ ପାକିସ୍ତାନର ବାମ ହାତି ଦୃତ ବୋଲର ମହମ୍ମଦ ଆମିର ।ଆମିର ବିଶ୍ବକପରେ ୪୩୮ଟି ବଲ ପକାଇଥିଲେ । ତାଙ୍କର ମଧ୍ୟ ଗୋଟିଏ ବଲରେ ହିଁ ଛକା ହୋଇଥିଲା । ତାଙ୍କ ବଲକୁ ନ୍ୟୁଜିଲାଣ୍ଡର ଜିମ୍ମି ନିଶାମ ଛକା ମାରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.