Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ବିଶ୍ବରେ ଏମିତି ଏକ ଗାଁ ଅଛି, ସେଠାକାର ଲୋକେ ଖାଆନ୍ତି ଗୋଟେ ଦେଶରେ ଏବଂ ଶୋଇଥାନ୍ତି ଅନ୍ୟ ଦେଶରେ, ଆଶ୍ଚର୍ଯ୍ୟ ହେବେ ଜାଣିଲେ

18/08/2019 at 3:44 PM

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବିନା ପ୍ରତିବନ୍ଧକରେ ଗୋଟେ ଦେଶରୁ ଆଉ ଗୋଟେ ଦେଶକୁ ପ୍ରତିଦିନ ଲୋକେ ଯାତାୟାତ କରିଥାନ୍ତି। ହେଲେ ଏମିତି ଏକ ଗାଁ ଅଛି ସେଠାକାର ଲୋକେ ବିନା ଭିସାରେ ସହଜରେ ଗୋଟେ ଦେଶରୁ ଅନ୍ୟ ଦେଶକୁ ଯାଇଥାନ୍ତି। ସେଠାକାର ଲୋକଙ୍କୁ ଦୁଇଟି ଦେଶର ନାଗରିକତା ପ୍ରଦାନ କରାଯାଇଛି। ଆସନ୍ତୁ ଜାଣିବା ଏହି ଗାଁର ଲୋକଙ୍କ ସଂପର୍କରେ..

ଭାରତର ପୂର୍ବ ଅର୍ନ୍ତଜାତୀୟ ସୀମାରେ ଲୋଙ୍ଗଓ୍ବା ନାମକ ଏକ ଗାଁ ରହିଛି। ଭାରତ ଓ ମିଆଁମାର ଦେଶର ଅର୍ନ୍ତଜାତୀୟ ସୀମାରେ ଏହି ଗାଁ ରହିଛି। ଏହି ଗାଁଟି ଉଭୟ ଦେଶର ସୀମାରେ ଥିବାରୁ ଲୋଙ୍ଗଓ୍ବା ଗାଁ ଲୋକଙ୍କୁ ଦୁଇଟି ଦେଶର ନାଗରିକତା ପ୍ରଦାନ କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ଏହି ଗାଁ ଲୋକେ ଦୁଇଟି  ଦେଶ ସହ ଖୁସି ବାଣ୍ଟିଥାନ୍ତି। ଦୁଇଟି ଦେଶ ମଧ୍ୟରେ ମଧ୍ୟ ଏମାନେ ଚଳପ୍ରଚଳ କରିଥାନ୍ତି।  

ସୂଚନା ଅନୁସାରେ, ୨୦୧୧ ଜନଗଣନା ଅନୁସାରେ ଏହି ଗାଁରେ ୭୩୨ଟି ପରିବାର ରହିଛନ୍ତି। ଯଦି ଏଠାକାର ଲୋକଙ୍କ ସଂଖ୍ୟା କଥା କହିବା ତେବେ ୫୧୩୨ ଜଣ ଲୋଙ୍ଗଓ୍ବା ଗାଁରେ ବାସ କରନ୍ତି। ଏହି ଗାଁରେ କୋନ୍ୟକ ନାଗା ଜନଜାତି ଲୋକ ବାସ କରନ୍ତି। ୧୬ଟି ଜନଜାତି ଲୋକଙ୍କୁ ମଧ୍ୟରୁ କନ୍ୟକ ନାଗା ସବୁଠାରୁ ବଡ ବୋଲି କୁହାଯାଏ। ଏହି ଜନଜାତି ଶିକାର ପାଇଁ ପୂର୍ବରୁ ପ୍ରସିଦ୍ଧ ଥିଲେ।

କୋନ୍ୟକ ନାଗା ଜନଜାତିଙ୍କ ବଂଶଧର ପାଖାପାଖି ୭୫ ଟି ଗାଁରେ ରାଜ କରିଥାନ୍ତି। ମିଆଁମାରରୁ ଆରମ୍ଭକରି ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ତାଙ୍କ ବଂଶଧର ଖେଳିଯାଇଛନ୍ତି। ଲୋଙ୍ଗଓ୍ବା ଗାଁର ଉନ୍ନତି ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି। ସମାଜର ମୁଖ୍ୟ ସ୍ରୋତରେ ଏମାନଙ୍କୁ ସାମିଲ କରିବା ପାଇଁ ମଧ୍ୟ ସରକାର କାର୍ଯ୍ୟ କରିବା ଆରମ୍ଭ କରିଛି।

   Related Posts