Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଏହା ଏସିଆର ସବୁଠୁ ବଡ ରେଡ୍ ଲାଇଟ୍ ଏରିଆ, ୧୦୦ରୁ ୧୫୦ ଟଙ୍କାରେ ବିକ୍ରି ହୁଏ…

25/08/2019 at 4:42 PM

କୋଲକାତା ୨୫|୮: ଆଜିକାଲି ଦେଶରେ ବିଭିନ୍ନ ସ୍ଥାନରେ ଦେହବ୍ୟବସାୟ ବହୁଳ ଭାବେ ଚାଲିଥିବା ଦେଖିବାକୁ ମିଳୁଛି । ପୋଲିସ ମଧ୍ୟ ବିଭିନ୍ନ ସମୟରେ ଚଢାଉ କରି ଏହି ର୍ୟାକେଟ୍ ର ପର୍ଦ୍ଦାଫାଶ କରୁଛି । ତେବେ ଆପଣ ଜାଣିଛନ୍ତି କି ଏସିଆ ମହାଦେଶର ସବୁଠୁ ବଡ ରେଡ୍ ଲାଇଟ୍ ଏରିଆ କେଉଁଠି ଅଛି ? ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ଏସିଆ ମହାଦେଶର ସବୁଠୁ ବଡ ରେଡ୍ ଲାଇଟ୍ ଏରିଆ ଆଉ କେଉଁଠି ନାହିଁ ବରଂ ଭାରତରେ ହିଁ ରହିଛି । ପଶ୍ଚିମବଙ୍ଗର କୋଲକାତା ସୋନାଗାଛିରେ ରହିଛି ରେଡ୍ ଲାଇଟ୍ ଏରିଆ । ଏଠାରେ ୧୨-୧୭ବର୍ଷ ବୟସରୁ ଝିଅମାନେ ଦେହବ୍ୟବସାୟରେ ଲିପ୍ତ ହୋଇଥାନ୍ତି ।  ଏହି ଏରିଆ ଯେତେ ବଡ ସେହିଭଳି ଏଠାରେ ରହୁଥିବା ଦେହଜୀବୀଙ୍କ ସଂଖ୍ୟା ମଧ୍ୟ ସେତେ ଅଧିକ । ଏଠାରେ ପ୍ରାୟ ୧୪ହଜାରରୁ ଅଧିକ ଦେହଜୀବୀ ରହୁଛନ୍ତି ।

ଏଠାରେ ରହୁଥିବା ଜେହଜୀବୀମାନେ ୧୦୦-୧୫୦ ଟଙ୍କାରେ ନିଜକୁ ବିକ୍ରି କରିଦିଅନ୍ତି । ଏହି ଏରିଆରେ ଗଳି ଗଳିରେ ପିଲା ଏବଂ ମେକଅପ୍ ହୋଇଥିବା ମହିଳାମାନଙ୍କୁ ଦେଖିବାକୁ ମିଳିଥାଏ । ସେହି ଗଳିରେ ଯାଉଥିବା ଯେକୌଣସି ବ୍ୟକ୍ତିଙ୍କୁ ଟାଣି ଟାଣି ନିଜ ରୁମ୍ କୁ ନେଇଯାଇଥାନ୍ତି ଏମାନେ ।

ଏଠାରେ ରହୁଥିବା ମହିଳାମାନଙ୍କର ଦୁର୍ଭାଗ୍ୟ ଯେ, ସେମାନେ ଦେହ ବ୍ୟବସାୟ ଭଳି ଧନ୍ଦାରେ ଲିପ୍ତ ରହିଛନ୍ତି । କେତେକଙ୍କୁ ଜୋରଜବରଦସ୍ତି ଏହି ଧନ୍ଦା କରିବାକୁ ବାଧ୍ୟ କରାଯାଇଥାଏ ତ କେତେକ ନିଜ ଗୁଜୁରାଣ ମେଣ୍ଟାଇବା ଏବଂ ପେଟର ଭୋକ ମେଣ୍ଟାଇବା ପାଇଁ ଏହି ଧନ୍ଦା କରିଥାନ୍ତି ।

ଏହା ବ୍ୟତୀତ କେତେକ ଯୁବତୀ ଏମିତି ବି ଅଛନ୍ତି ଯେଉଁମାନଙ୍କୁ ଏଭଳି ଧନ୍ଦାରେ ଜୋରଜବରଦସ୍ତି ଭର୍ତ୍ତି କରାଯାଇଛି ଯେଉଁମାନଙ୍କର ଏଥିରୁ ମୁକୁଳିବା ମୁସ୍କିଲ ହୋଇଯାଇଛି ।

   Related Posts