ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କଣ ଖାଆନ୍ତି ଓ ତାଙ୍କ ଜୀବନଶୈଳୀ କଣ ଜାଣନ୍ତୁ…
16/10/2019 at 10:18 AM

ନୂଆଦିଲ୍ଲୀ୧୫|୧୦: ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚା ରହିଥାନ୍ତି। ନିକଟରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ଇମ୍ରାନ ଖାନ ପାକିସ୍ତାନବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଏବେ ବି ଇମ୍ରାନ ବିବାଦ ଘେରରେ ଛନ୍ଦି ହୋଇ ପଡିଛନ୍ତି। ବିବାଦରେ ଥିବା ଇମ୍ରାନଙ୍କ ଜୀବନଶୈଳୀ ସଂପର୍କରେ ଆସନ୍ତୁ ଜାଣିବ।।
ସାଧାରଣତଃ ଇମ୍ରାନ ଖାନ ସରଳ ଜୀବନଯାପନ ଅତିବାହିତ କରିଥାନ୍ତି। ଏପରିକି ରାସ୍ତାରେ ଠେଲା ଗାଡିରେ ବିକ୍ରି ହୋଇଥିବା ଖାଦ୍ୟ ସେ ଖାଇଥାନ୍ତି। ଅଧିକ ଚାକ୍ଚକ୍ୟ ସ୍ଥାନରେ ଇମ୍ରାନ ଖାଇବାକୁ ପସନ୍ଦ କରନ୍ତି ନାହିଁ। ଯେତେବେଳେ ଯାହା ମିଳେ ସେ ଖାଇ ଦିଅନ୍ତି। ଆମିଷ ଖାଇବା ପାଇଁ ଇମ୍ରାନ ଅଧିକ ପସନ୍ଦ କରନ୍ତି। ସେ ଦେଶୀ ଚିକେନ ଖାଇବାକୁ ଅଧିକ ପସନ୍ଦ କରନ୍ତି।
ଇମ୍ରାନ ପ୍ରତ୍ୟେକ ଦିନ ବଜାରରୁ ଦହି, ଫଳ ଓ ଆଣ୍ଡା ନିଜେ ନେଇଥାନ୍ତି ବୋଲି ପାକ୍ ମିଡିଆରୁ ସୂଚନା ମିଳିଛି। ପର୍ବପର୍ବାଣୀରେ ଇମ୍ରାନ ପ୍ରତ୍ୟେକ ଦିନ ଭଳି ସାଧାରଣ ଖାଦ୍ୟ ଖାଇଥାନ୍ତି। ଏପରିକି ଇଫ୍ତାରର ମଧ୍ୟ ଇମ୍ରାନ ସାଧାରଣ ଖାଦ୍ୟ ଖାଇଥାନ୍ତି। ପ୍ରତ୍ୟେକ ଦିନ ଇମ୍ରାନ ନିଜ ସାଙ୍ଗସାଥୀଙ୍କୁ ଦେଖା କରନ୍ତି। ତାଙ୍କ ଦ୍ବିତୀୟ ପତ୍ନୀଙ୍କ କହିବା ଅନୁସାରେ ଇମ୍ରାନ ଖାନ ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦେଇ ନଥାନ୍ତି। ଇମ୍ରାନଙ୍କ ଜୀବନଶୈଳୀ ସଂପର୍କରେ ପାକ୍ ମିଡିଆରୁ ସୂଚନା ମିଳିଛି।