ବିଶ୍ୱ ଆର୍ଥିକ ମଞ୍ଚରୁ ମୋଦୀ,‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାଲର୍ଡ’ ଚିନ୍ତାଧାର ସହ ଆଗକୁ ବଢୁଛି ଭାରତ

Published By : Prameya-News7 Bureau | January 17, 2022 IST

ନୂଆଦିଲ୍ଲୀ,୧୭/୦୧: ବିଶ୍ୱ ଆର୍ଥିକ ମଞ୍ଚର ଡାଭୋସ ୨୦୨୨ ଶିଖର ସମ୍ମିଳନୀକୁ ସମ୍ୱୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜ ସମ୍ୱୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ପରି ମଜବୁତ ଗଣତନ୍ତ୍ର, ସାରା ବିଶ୍ୱକୁ ଏକ ସୁନ୍ଦର ଉପହାର ଦେଇଛି । ଏକ ବିଶ୍ୱାସର ଫୁଲତୋଡା ଦେଇଛି । ଏହି ଫୁଲତୋଡାରେ, ଆମ ଭାରତୀୟମାନଙ୍କ ଗଣତନ୍ତ୍ର ଉପରେ ଅଗାଢ ବିଶ୍ୱାସ ରହିଛି । ମୋଦୀ କହିଛନ୍ତି, କରୋନାର ଏହି ସମୟରେ ଭାରତ ‘ୱାନ ଅର୍ଥ, ୱାନ ହେଲଥ’ର ଲକ୍ଷ୍ୟ ନେଇ ଚାଲିବା ସହ, ଅନେକ ଦେଶକୁ ଆବଶ୍ୟକୀୟ ଔଷଧ ଏବଂ ଟିକା ପ୍ରଦାନ କରି କୋଟି କୋଟି ଲୋକଙ୍କ ଜୀବନ ବଞ୍ଚାଉଛି । ଭାରତ ଆଜି ବିଶ୍ୱର ତୃତୀୟ ସର୍ବବୃହତ ଫାର୍ମା ନିର୍ମାତା, ‘ଫାର୍ମାସୀ ଟୁ ୱାଲର୍ଡ’  ହୋଇଛି ।

wp:html /wp:html

ନିଜ ସମ୍ୱୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଭାରତରୁ ରେକର୍ଡ ଧରଣର ସଫ୍ଟୱେର ଇଞ୍ଜିନିୟର ବାହାରୁଛନ୍ତି । ୫୦ ଲକ୍ଷରୁ ଅଧିକ ସଫ୍ଟୱେର ଡେଭଲପର୍ସ ଭାରତରେ କାମ କରୁଛନ୍ତି । ୧୦ ହଜାରରୁ ଅଧିକ ଷ୍ଟାର୍ଟ-ଅପ ଗତ ୬ ମାସ ମଧ୍ୟରେ ପଞ୍ଜିକୃତ ହୋଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଭାରତ ଇଜ ଅଫ୍ ଡୁଇଙ୍ଗ ବିଜନେସକୁ ପ୍ରୋତ୍ସାହିତ କରୁଛି । ସରକାରୀ ହସ୍ତକ୍ଷେପ ହ୍ରାସ ପାଇଛି । ଭାରତ ନିଜର କର୍ପୋରେଟ୍ ଟ୍ୟାକ୍ସ ହାରକୁ ସରଳ କରିଛି, କମ କରି, ଏହାକୁ ଦୁନିଆର ସବୁଠାରୁ ଅଧିକ ପ୍ରତିଯୋଗୀ କରାଇପାରିଛି ।

wp:html /wp:html

ଏହି ବିଶ୍ୱ ମଞ୍ଚରୁ ମୋଦୀ ସାରା ଦୁନିଆର ନେତାଙ୍କୁ କହିଛନ୍ତି, ଏହି ସମୟ ଭାରତରେ ନିବେଶ କରିବା ପାଇଁ ସର୍ବକୃଷ୍ଟ । ‘ଭାରତୀୟଙ୍କ ମଧ୍ୟରେ ନବସୃଜନ, ନୂଆ ପ୍ରଯୁକ୍ତିକୁ ଆପଣାଇବାର ଯେଉଁ କ୍ଷମତା ରହିଛି, ଉଦ୍ୟମୀ ହେବାର ଯେଉଁ ଇଚ୍ଛାଶକ୍ତି ରହିଛି, ତାହା ଆମର ସବୁ ବୈଶ୍ୱିକ ସହଯୋଗୀଙ୍କ ପାଇଁ ନୂଆ ଉର୍ଜା ଯୋଗାଇ ପାରିବ। ତେଣୁ ଏହି ସମୟ ଭାରତରେ ନିବେଶ ପାଇଁ ସର୍ବକୃଷ୍ଟ’।

wp:html /wp:html

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଯୁବକଙ୍କ ମଧ୍ୟରେ ଏଣ୍ଟରପ୍ରିନରଶିପ୍ ଆଜି ନୂଆ ଶିଖରରେ ରହିଛି । ୨୦୧୪ରେ ଭାରତରେ ଶହେ ପଞ୍ଜିକୃତ ଷ୍ଟାଟ-ଅପ ଥିଲା । ଆଜି ଦେଶରେ ଏହି ସଂଖ୍ୟା ୬୦ ହଜାର ପାର କରିଛି । ଏଥିରେ ୮୦ରୁ ଅଧିକ ୟୁନିକର୍ନସ ରହିଛି । ଯେଉଁଥିରୁ ୪୦ରୁ ଅଧିକ ୨୦୨୧ରେ ଆରମ୍ଭ ହୋଇଛି। ଆତ୍ମନିର୍ଭରତାର ରାସ୍ତାରେ ଆଗକୁ ବଢୁଥିବା ଭାରତର ଲକ୍ଷ୍ୟ କେବଳ ପ୍ରକ୍ରିୟାର ସରଳକରଣ କରିବା ଉପରେ ନୁହେଁ, ବରଂ ନିବେଶ ଏବଂ ଉତ୍ପାଦାନକୁ ପ୍ରୋତ୍ସାହନ କରିବା ଉପରେ ମଧ୍ୟ ରହିଛି। ଏହି ଉଦ୍ଦେଶ୍ୟ ସହ ଆଜି ଭାରତରେ ୧୪ଟି ସେକ୍ଟରରେ ୨୬ ବିଲିୟନ ଡଲାରର ପ୍ରଡକ୍ସନ ଲିଙ୍କଡ୍ ଇନସେନଟିଭ ଯୋଜନା ଲାଗୁ କରାଯାଇଛି।

ପିଏମ ମୋଦୀ କହିଛନ୍ତି, ଭାରତ ମେକ୍ ଇନ ଇଣ୍ଡିଆ, ମେକ ଫର ଦି ୱାଲର୍ଡ ଚିନ୍ତାଧାରା ସହ ଆଗକୁ ବଢୁଛି । ଦୂରସଂଚାର, ବୀମା, ପ୍ରତିରକ୍ଷା ସହ ଭାରତରେ ଏବେ ସେମିକଣ୍ଡକ୍ଟର କ୍ଷେତ୍ରରେ ବି ସୁଯୋଗ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.