ନୂଆଦିଲ୍ଲୀ, ୩୧|୦୫: ଭାରତୀୟ ଦଳର ଅଧିନାୟକ ତଥା ଚଳିତ ସମୟର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ୍ ବିରାଟ କୋହଲି ମଧ୍ୟ ନିଜ କ୍ୟାରିଅର ଆରମ୍ଭରେ ସଙ୍ଘର୍ଷ କରିଥିଲେ । କିନ୍ତୁ ୨୦୧୨ ଏସିଆ କପରେ ପାକିସ୍ତାନ ବିପକ୍ଷରେ ସେ ଖେଳିଥିବା ୧୮୩ ରନର ଇନିଂସ ତାଙ୍କ କ୍ୟାରିଅରୁ ଏକ ନୂଆ ମୋଡ ଦେଇଥିଲା । ପାକିସ୍ତାନ ସେହି ମ୍ୟାଚରେ ୬ ଓ୍ୱିକେଟ ହରାଇ ୩୨୯ ରନ କରିଥିଲେ । ଜବାବରେ ଭାରତ ୪୭.୫ ଓଭରରେ ଏହି ଲକ୍ଷ୍ଯକୁ ହାସଲ କରିନେଇଥିଲା ।
{"id":278975,"width":830,"height":564,"sizeSlug":"large"}ଏହି ହାଇ ଭୋଲଟେଜ୍ ମ୍ୟାଚରେ କୋହଲି ୧୮୩ ରନର ଇନିଂସ ଖେଳି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହି ଇନିଂସ ତାଙ୍କ ପାଇଁ ଗେମ୍ ଚେଞ୍ଜର୍ ସାବ୍ୟସ୍ତ ହୋଇଥିଲା ବୋଲି ଆର ଅଶ୍ୱୀନଙ୍କ ସହ ଏକ ଭିଡିଓ ଚାଟରେ ସେ ନିଜେ ଏହା କହିଛନ୍ତି ।
କୋହଲି ଏହି ଚାଟ୍ ସୋରେ କହିଛନ୍ତି ଯେ, ପାକିସ୍ତାନର ବୋଲିଂ ଶାଣିତ ଥିଲା । କିନ୍ତୁ ଭାରତୀୟ ବ୍ୟାଟସମ୍ୟାନମାନେ ଏହାର ଉଚିତ ମୁକାବିଲା କରିଥିଲେ । ପାକ୍ ପାଖରେ ସାହିଦ ଆଫ୍ରିଦି, ସଇଦ ଆଜମଲ, ଉମର ଗୁଲ, ଏଜାଜ୍ ଚୀମା ଓ ମହମ୍ମଦ ହାଫିଜ ଥିଲେ । ପ୍ରଥମ ୨୦-୨୫ ଓଭରରେ ସ୍ଥିତି ପାକ୍ ସପକ୍ଷରେ ଥିଲା । ଏହି ମ୍ୟାଚରେ ସେ ସଚିନ ତେନ୍ଦୁଲକରଙ୍କ ସହ ବ୍ୟାଟିଂ କରି ଖୁସିଥିଲେ । ଏହା ସଚିନଙ୍କ ଦିନିକିଆର ଶେଷ ପାଳି ଥିଲା । ସଚିନ ୫୦ ରନ କରିଥିଲେ । ଉଭୟଙ୍କ ମଧ୍ୟରେ ୧୦୦ ରନରୁ ଅଧିକ ପାର୍ଟନରସିପ୍ ହୋଇଥିଲା । ସଚିନ ଏପରି ସ୍ଥିତିର କିପରି ମୁକାବିଲା କରାଯାଏ ସେନେଇ ଟିପସ୍ ଦେଇଥିଲେ ।
କୋହଲି ଆହୁରି କହିଛନ୍ତି ଯେ, ସେଦିନ ରବିବାର ଥିଲା । ଏହି ମ୍ୟାଚରେ ରୋହିତ ଶର୍ମା ଆକର୍ଷଣୀୟ ପାଳି ଖେଳିଥିଲେ । ପରେ ଶେଷରେ ସୁରେଶ ରାଇନା ଓ ଏମଏସ ଧୋନୀ ୩ ଓଭର ପୂର୍ବରୁ ମ୍ୟାଚ ଶେଷ କରିଦେଇଥିଲେ । କୋହଲି ଏହି ମ୍ୟାଚରେ ସଚିନଙ୍କ ସହ ୧୩୩ ରନ ଓ ରୋହିତଙ୍କ ସହ ୧୭୨ ରନର ପାର୍ଟନରସିପ୍ କରିଥିଲେ ।