ଏହି ଉଦ୍ୟୋଗପତି ଝିଅ ନାମରେ କରିଦେଲେ ୮ ହଜାର କୋଟି ଟଙ୍କାର ସମ୍ପତ୍ତି, ଜାଣନ୍ତୁ କିଏ

Published By : Prameya-News7 Bureau | January 01, 2020 IST

ମୁମ୍ବାଇ : ଭାରତରେ ଜିଓ ବ୍ରାଣ୍ଡ ଲଞ୍ଚ କରିବା ସହ ଦେଶରେ ନୂଆ କ୍ରାନ୍ତି ଆଣିଥିଲେ ମୁକେଶ ଅମ୍ବାନୀ। ୨୦୧୯ ବର୍ଷ ଶେଷରେ ନୂଆ ଜିଓ ଓଣ୍ଡରଲ୍ୟାଣ୍ଡକୁ ଲଞ୍ଚ କରିଛନ୍ତି। ଏହି ଓଣ୍ଡରଲ୍ୟାଣ୍ଡକୁ ପିଲାଙ୍କ ସ୍ୱର୍ଗ ବୋଲି କୁହାଯାଇପାରେ। କୁନିକୁନି ପିଲାଙ୍କ ସ୍ୱପ୍ନ ଏଠାରେ ଏବେ ସତ ହେଉଛି। ଏଠାରେ ଶିଶୁଙ୍କ ମନୋରଞ୍ଜନ ଲାଗି ବିଭିନ୍ନ ପ୍ରକାର ଜିନିଷ ସବୁ ରହିଛି। ଯାହକୁ ନିଜେ ମୁକେଶ ଅମ୍ବାନୀ ତାଙ୍କ ଝିଅ ଇଶାଙ୍କ ସହ ଉଦଘାଟନ କରିଛନ୍ତି।

{"id":205568,"sizeSlug":"large"}

ଏହି ଉନ୍ମୋଚନୀ ଉତ୍ସବରେ ଇଶା ତାଙ୍କ ପିତାଙ୍କ ସହ କ୍ୟାମେରା ଆଗକୁ ଆସିବା ବେଳେ ବହୁତ ଖୁସି ଦେଖାଯାଉଥିଲେ।  ଏଭଳି କାର୍ଯ୍ୟକ୍ରମରେ ମୁକେଶ ଅମ୍ବାନୀ ଖୁବ୍ କ୍ୱଚିତ୍ ଦେଖାଯାଆନ୍ତି। କାରଣ ଏଠାରେ ବିଜନେସ ଟାଇକୁନଙ୍କ ଅପେକ୍ଷା ବଲିଉଡ ଓ କ୍ରିକେଟ ଜଗତର ସେଲିବ୍ରିଟିଙ୍କ ଉପସ୍ଥିତି ସର୍ବାଧିକ ଥିଲା।

{"id":205569,"sizeSlug":"large"}

ବିଶ୍ୱରେ ମୁକେଶ ଅମ୍ବାନୀ ଏବେ ଧନିକଙ୍କ ସୂଚୀର ନବମ ସ୍ଥାନରେ ଅଛନ୍ତି। ୨୦୧୯ରେ ତାଙ୍କର ମୋଟ ସମ୍ପତ୍ତି ପରିମାଣ ୩ଲକ୍ଷ ୮୦ ହଜାର ୭୦୦ କୋଟିରେ ପହଞ୍ଚିଯାଇଛି। ମୁକେଶ ତାଙ୍କ ଏକମାତ୍ର ଅଲିଅଳି ଝିଅ ନାମରେ ଏହି ବିପୁଳ ସମ୍ପତ୍ତିରୁ ୮ ହଜାର କୋଟି ଟଙ୍କାର ସମ୍ପତ୍ତି କରିଦେଇଛନ୍ତି। ଯେଉଁଥିରେ ଏବେ ତାଙ୍କର ଜିଓ ଓଣ୍ଡରଲ୍ୟାଣ୍ଡ ବି ସାମିଲ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.