ଏହି ଭାରତୀୟ କ୍ରିକେଟର ଘରୁ ପଳାଇ ନିଜ ପଡ଼ୋଶୀଙ୍କୁ କରିଥିଲେ ବିବାହ : ନାଁ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

Published By : Prameya-News7 Bureau | July 25, 2019 IST

ନୂଆଦିଲ୍ଲୀ ୨୫/୭: ଆଜି ଆମେ ଜଣେ ଭାରତୀୟ କ୍ରିକେଟରଙ୍କ ବିଷୟରେ କହିବା ଯିଏ ନିଜ ପଡ଼ୋଶୀଙ୍କ ସହ ଲୁଚି ଘରୁ ପଳାଇ ବିବାହ କରିଥିଲେ। ଏହି କ୍ରିକେଟର ଜଣକ ଆଉ କେହି ନୁହଁ ବରଂ ସୈାରଭ ଗାଙ୍ଗୁଲି।

{"id":137079}

ଭାରତୀୟ କ୍ରିକେଟ ଇତିହାସର ସବୁଠୁ ସଫଳ ଅଧିନାୟକଙ୍କ ମଧ୍ୟରୁ ସୈାରଭ ଗାଙ୍ଗୁଲି ଜଣେ। ତାଙ୍କୁ ନିଜ ଘର ପାଖରେ ରହୁଥିବା ଯୁବତୀଙ୍କ ସହ ପ୍ରେମ ହୋଇଥିଲା । ତାଙ୍କ ନାଁ ଡୋନା।

{"id":137080}

ସୈାରଭ ଗାଙ୍ଗୁଲି ଏବଂ ଡୋନାଙ୍କ ପ୍ରେମ କାହାଣୀ କୈାଣସି ବଲିଉଡ କାହାଣୀଠାରୁ କମ୍ ନୁହେଁ। ଯେତେବେଳେ ସୈାରଭଙ୍କ ଘର ଲୋକ ଏହି ବିବାହରେ ରାଜି ହୋଇନଥିଲେ ସେତେବେଳେ ସେ ଘରୁ ପଳାଇ କୋର୍ଟ ମ୍ୟାରେଜ କରିଥିଲେ। କିଛି ଦିନ ପରେ ତାଙ୍କ ପରିବାର ଲୋକ ରାଜି ହେବାରୁ ସୈାରଭ ଗାଙ୍ଗୁଲି ପୁଣି ଥରେ ରୀତି ନୀତି ଅନୁସାରେ ଡୋନାଙ୍କୁ ବିବାହ କରିଥିଲେ। ତାଙ୍କ ବିବାହ ଏକ ସଫଳ ବିବାହ ଭାବେ ଜଣାଯାଏ।

{"id":137081,"width":574,"height":382}

 ସୈାରଭ ଗାଙ୍ଗୁଲି ବହୁତ ଦିନ ଯାଏଁ ଭାରତୀୟ କ୍ରିକେଟ ଟିମରେ ଖେଳିଥିଲେ ଏବଂ ଟିମର ସଫଳ ନେତୃତ୍ବ କରିଥିଲେ। ସେ ଦାଦା ନାଁରେ ସବୁଠି ପ୍ରସିଦ୍ଧ।

{"id":137082}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.