ଭାରତର ଏହି କମ୍ପାନୀ ପ୍ରସ୍ତୁତ କରିବ କରୋନା ଭାକସିନ୍, ଅନୁମତି ଦେଲେ ସରକାର

Published By : Prameya-News7 Bureau | April 12, 2020 IST

ପୁଣେ, ୧୨|୦୪:  ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮ ଲକ୍ଷ ଟପିଲାଣି । ଭାରତରେ ଲକଡାନ ସତ୍ୱେ ନୂଆ ମାମଲା ସାମ୍ନାକୁ ଆସୁଛି । ଏହା ମଧ୍ୟରେ ଭାକସିନ୍ ଉପରେ କାମ କରିବା ପାଇଁ ସରକାର ଔପଚାରିକ ଭାବେ ସିଗୁଲ୍ ବାୟୋସଲ୍ୟୁସନକୁ ଦାୟିତ୍ୱ ଦେଇଛନ୍ତି । ଏଥିପାଇଁ ଆର୍ଥିକ ସହାୟତା ମଧ୍ୟ କରିଛନ୍ତି । ଏଭଳି ଭାବେ ଏହି କମ୍ପାନୀ ଦେଶର ପ୍ରଥମ କମ୍ପାନୀ ହୋଇଛି, ଯାହାକୁ କୋଭିଡ-୧୯ର ଟୀକା ବାହାର କରିବା ପାଇଁ ଅନୁମତି ମିଳିଛି ।

ପୁଣେର ଏହି କମ୍ପାନୀ ବାୟୋଲୋଜିକାଲ ଟେକନିକ୍ ଉପରେ କାମ କରୁଛି । ଏଠାରେ ବିଭିନ୍ନ ପାଥୋଜେନ୍ ସହ ଲଢିବା ପାଇଁ ଔଷଧ ତିଆରି କରାଯାଏ । ଏହି ପ୍ଲାଟଫର୍ମରେ କରୋନା ଭାଇରସକୁ ନାଶ କରିବା ପାଇଁ ଟୀକା ମଧ୍ୟ ବାହାର କରିବ ବୋଲି ଆଶା କରାଯାଉଛି । ଏହାସହ ଏଲିସା କିଟ୍ ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ । ଏହି କିଟ୍ ଶରୀରରେ ଆଣ୍ଟିବଡି ବା ପାଥୋଜେନର ଯାଂଚ କରିଥାଏ । କମ୍ପାନୀକୁ ଏହି ଏଭି ପ୍ଲାଟଫର୍ମ ଆଧାରରେ ସରକାର କୋଭିଡ-୧୯ ଭାକସିନ୍ ପ୍ରସ୍ତୁତ କରିବାକୁ କହିଛନ୍ତି ।

{"id":252880,"width":748,"height":420,"sizeSlug":"large"}

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟରେ କମ୍ପାନୀର ଏମଡି ବିଶ୍ୱାସ ଡି କହିଛନ୍ତି ଯେ, ଏହା ଏକ ଟେକନିକ୍ । ଏଥିରେ ସାର୍ସ-କୋଭ୍-୨ର ଟେକନିକ୍ ବ୍ୟବହାର କରାଯାଉଛି । କମ୍ପାନୀ ଏବେ ୨ ପ୍ରକାରର ଏଭି ଏଜେଣ୍ଟ ପ୍ରସ୍ତୁତ କରିଛି । ଗୋଟିଏ କୋଭିଡ-୧୯ ପାଇଁ ଏସ ପ୍ରୋଟିନ ଓ ଅନ୍ୟ ଭାଇରସର ପ୍ରୋଟିନ୍ । ଜଙ୍ଗଲୀ ମୂଷାଙ୍କ ଉପରେ ୫ଏମଜିର ପ୍ରୋଟିନ୍ ବ୍ୟବହାର କରାଯାଇ ପରୀକ୍ଷଣ କରାଯାଉଛି । ଯାଂଚର ଫଳଫଳ ପଜିଟିଭ୍ ଆସିଲେ ଅନ୍ୟ ମୂଷାଙ୍କ ଉପରେ ଏହା ପ୍ରୟୋଗ କରାଯିବ । ସଫଳତା ମିଳିଲେ ୧ ଲକ୍ଷ ଭାକସିନ୍ ପ୍ରସ୍ତୁତ କରାଯିବ ।

ଏହି ପରୀକ୍ଷଣ ସରିବା ପାଇଁ ଆହୁରି ୮୦ ଦିନ ଲାଗିବ । ଏହାପରେ ଫ୍ରିରେ କ୍ଲିନିକାଲ ଟ୍ରାଏଲ କରାଯିବ । ହ୍ୟୁମାନ୍ କ୍ଲିନିକାଲ ଟ୍ରାଏଲ ଯାଏଁ ୧୮ରୁ ୨୦ ମାସ ଲାଗିପାରେ । କମ୍ପାନୀ ଏସ ପ୍ରୋଟିନ୍ ବିଶିଷ୍ଟ ଏଲଏଫଏ ଟେଷ୍ଟ୍ କିଟ୍ ମଧ୍ୟ ତିଆରି କରୁଛି । ଲୋକମାନେ ନିଜେ ନିଜର ଟେଷ୍ଟ କରିପାରିବେ । ଏବେ ଦେଶରେ ଯେଉଁ କିଟ୍ ରହିଛି ତାହା ପଲିମେରାସ୍ ଚେନ୍ ରିଆକ୍ସନ କିଟ୍ । ଏହା ଶୀଘ୍ର ରିପୋର୍ଟ ଦେଲେ ମଧ୍ୟ ବିନା ଲକ୍ଷଣ ଥିବା ସଂକ୍ରମିତଙ୍କୁ ନେଇ ଦ୍ୱନ୍ଦ୍ୱ ରହୁଛି । କାରଣ ଅନେକଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.