Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ସବୁଠାରୁ କମ୍ ବର୍ଷ ବୟସରେ ଓ୍ବେଷ୍ଟଇଣ୍ଡିଜ ମାଟିରେ ଡବଲ ଶତକ ହାସଲ କରି ଗୌତମ ଗମ୍ଭୀରଙ୍କ ରେକର୍ଡ ଭାଙ୍ଗିଲେ ଏହି ଭାରତୀୟ ଖେଳାଳି…

10/08/2019 at 1:55 PM

ନୂଆଦିଲ୍ଲୀ୧୦|୮:  ଓ୍ବେଷ୍ଟଇଣ୍ଡିଜରେ ବର୍ତ୍ତମାନ ସୁଦ୍ଧା ଭାରତୀୟ ଟିମ ଭଲ ଖେଳ ପ୍ରଦର୍ଶନ କରିଆସିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଟିମ ଟି-୨୦ ସିରିଜ ମଧ୍ୟ କବଜା କରିସାରିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଟିମ ଏକଦିବସୀୟ ସିରିଜ ହାତେଇବା ପାଇଁ ମଧ୍ୟ ଉଦ୍ୟମ ଜାରି ରଖିଛି। ଅନ୍ୟପଟେ ଟିମ ଇଣ୍ଡିଆ ଏ ଓ୍ବେଷ୍ଟଇଣ୍ଡିଜରେ ଦମଦାର ପ୍ରଦର୍ଶନ କରିଛି।  ଓ୍ବେଷ୍ଟଇଣ୍ଡିଜ ଟିମ ଏ ବିପକ୍ଷରେ ଇଣ୍ଡିଆ ଏ ର ଖେଳାଳୀ ଶୁଭମନ ଗିଲ ଦୁଇଟି ଦମଦାର ଶତକ ହାସଲ କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ମାଟିରେ ୨ଟି ଶତକ ହାସଲ କରିଥିବା ଶୁଭମନ ଗିଲ ଭାରତୀୟ ଟିମର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କ ରେକର୍ଡ ଭାଙ୍ଗିଛନ୍ତି।

ବିରାଟ ବାହିନୀରେ ଶୁଭମନ ଗିଲ ସାମିଲ ହେବା ନେଇ ଚର୍ଚ୍ଚା ଚାଲିଥିଲା ହେଲେ ଚୟନକର୍ତ୍ତା ତାଙ୍କୁ ବାଦ ଦେଇଥିଲେ। ତେଣୁ ଓ୍ବେଷ୍ଟଇଣ୍ଡିଜ ଟିମ ଏ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ୨୫୭ ବଲରେ ୨୦୪ ସଂଗ୍ରହ କରି ଶୁଭମନ ଚୟନକର୍ତ୍ତାଙ୍କୁ କଡ଼ା  ଜବାବ ଦେଇଛନ୍ତି।ଦୁଇଟି ଶତକରେ ୧୯ ଟି ଚୌକା ଓ ଦୁଇଟି ଛକା ସାମିଲ ରହିଛି।

ଫାଷ୍ଟ କ୍ଲାସ କ୍ରିକେଟରେ ସବୁଠାରୁ କମ୍ ବୟସରେ ଶୁଭମନ ଗିଲ ଏହିଭଳି ଦମଦାର ଖେଳ ପ୍ରଦର୍ଶନ କରିଥିବା ପ୍ରଥମ ଭାରତୀୟ ଖେଳାଳି।୧୯ ବର୍ଷ ବୟସରେ ଶୁଭମନ ଗିଲ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ରେକର୍ଡ ଭାଙ୍ଗିଛନ୍ତି। ଫାଷ୍ଟ କ୍ଲାସ କ୍ରିକେଟରେ ୨୦ ବର୍ଷ ବୟସରେ ଜିମ୍ବାଓ୍ବେ ବିରୋଧରେ ଏହି ଦୁଇଟି ଶତକ ହାସଲ କରିଥିଲେ।ଦୀର୍ଘ ୧୭ ବର୍ଷ ପରେ ଶୁଭମନ ଗିଲ ଗୌତମ ଗମ୍ଭୀରଙ୍କ ରେକର୍ଡ ଭାଗିଛନ୍ତି।

   Related Posts