ମୋଦୀଙ୍କ ସ୍ୱର ବନିଲେ ଏହି ମହିଳା ଆଇଏଫ୍‌ଏସ୍‌ ଅଧିକାରୀ

Published By : Prameya-News7 Bureau | October 12, 2019 IST

ମହାବଳୀ - ମହାବଳୀପୁରମରେ ଦୁଇ ଦିନ ଧରି ମୋଦି –ଜିନପିଙ୍ଗ ବିଭିନ୍ନ ଦ୍ବିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିଛନ୍ତି ।ଅନୌପଚାରିକ ଆଲୋଚନା ଶେଷ ପରେ ଏବେ ସମସ୍ତଙ୍କ ବାହାବା ସାଉଁଟିଛନ୍ତି ଜଣେ ମହିଳା ଅଧିକାରୀ। ଏହି ମହିଳା ଅଧିକାରୀ ଜଣଙ୍କ ହେଉଛନ୍ତି ୨୦୧୨ ବ୍ୟାଚର ଆଇଏଫ୍‌ଏସ୍‌ ଅଫିସର ପ୍ରିୟଙ୍କା ସୋହାନି ।

ହିନ୍ଦୀ ଓ ମାଣ୍ଡାରିନ ଭାଷାରେ ଅନର୍ଗଳ କହିପାରୁଥିବା ପ୍ରିୟଙ୍କା ମୋଦିଙ୍କ ଛାଇ ପରି ରହିଥିଲେ । ପ୍ରିୟଙ୍କା ପାଲଟିଯାଇଥିଲେ ମୋଦିଙ୍କ ସ୍ବର । ମୋଦିଙ୍କୁ ରାଷ୍ଟ୍ରପତି ଜିନପିଙ୍ଗ ମାଣ୍ଡାରିନରେ କହୁଥିବା କଥାକୁ ପ୍ରିୟଙ୍କା ହିନ୍ଦୀରେ ଅନୁବାଦ କରୁଥିଲେ । ଏବଂ ଜିନପିଙ୍ଗଙ୍କୁ ମୋଦି ହିନ୍ଦୀରେ କହୁଥିବା କଥାକୁ ମାଣ୍ଡାରିନରେ ଅନୁବାଦ କରୁଥିଲେ। ଦୁଇ ନେତାଙ୍କ ମଧ୍ୟରେ ଥିବା ଭାଷାର ପାଚେରୀକୁ ଦୂର କରିଥିଲେ ପ୍ରିୟଙ୍କା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.