ଚା’ ନ ପିଇଲେ କାମକୁ ଯାଇ ନଥାଏ ଏହି ଘୋଡ଼ା : ଜାଣନ୍ତୁ ଏହି ବିଚିତ୍ର ଘୋଡ଼ା ବିଷୟରେ

Published By : Prameya-News7 Bureau | December 03, 2019 IST

ଏପରି ଏକ ଘୋଡ଼ା ରହିଛି ଯିଏ ଚା’ ନ ପିଇ କାମ ଆରମ୍ଭ କରିନଥାଏ। ଏହି ଘୋଡ଼ାର ନାଁ ଜ୍ୟାକ୍। ସେ ଗତ ୧୫ବର୍ଷ ହେବ ଇଂଲଣ୍ଡର ମର୍ସିସାଇଡ ପୋଲିସ୍ ବିଭାଗରେ କାମ କରୁଛି। ସେ ପ୍ରତିଦିନ କାମ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଏକ କପ୍ ଚା’ ପିଇଥାଏ।

{"id":193247,"sizeSlug":"large"}

ସୂଚନା ଅନୁଯାୟୀ ଜ୍ୟାକକୁ ଯେତେବେଳେ ୫ବର୍ଷ ସେବେଠାରୁ ସେ ଚା’ ପିଉଛି। ଜ୍ୟାକକୁ ଚା’ ପିଇବାର ଅଭ୍ୟାସ ତା’ ପିଠିରେ ଯାଉଥିବା ଯାତ୍ରୀଙ୍କ ଚା’ କପ୍ ଚାଟିବା ଯୋଗୁଁ ହୋଇଛି। ସେ ଏବେ ଚା’ ନ ପିଇ କାମ ଆରମ୍ଭ କରୁନାହିଁ। ଜ୍ୟାକକୁ ଏବେ ୨୦ବର୍ଷ ଏବଂ ସେ ଆଗାମୀ ବର୍ଷ ସେ କାମରୁ ଅବସର ନେବେ। ମର୍ସିଡିଜ ପୋଲିସ୍ ମାଉଣ୍ଟେଡ ସେକ୍ସନର ସମସ୍ତ ଅଧିକାରୀ ଜ୍ୟାକର ଏହି ଅଭ୍ୟାସ ବିଷୟରେ ଜାଣିଛନ୍ତି। ଏଥିପାଇଁ ସକାଳେ ଜ୍ୟାକକୁ ଚାକ୍ଷ ଦିଆଯାଇଥାଏ।

{"id":193248,"sizeSlug":"large"}

 ଜ୍ୟାକକୁ ପ୍ୟାକେଟ କ୍ଷୀରରେ ଫୁଟାଯାଇଥିବା ଚା ଯେଉଁଥିରେ ୨ଚାମଚ ଚିନି ଏବଂ ଥଣ୍ଡା ପାଣି ମିଶାଯାଇଥିବ ସେହି ଚା’ ପିଇବାକୁ ଭଲ ଲାଗିଥାଏ। ଚା’କୁ ଚାଟିବା ପାଇଁ ଜିଭକୁ କପରେ ବୁଡ଼ାଇ ପିଇଥାଏ। ଆଗାମୀ ବର୍ଷ ଜ୍ୟାକ୍ ଅବସର ନେବ ସେଥିପାଇଁ ତା’ର ଚା’ ପିଇବା ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଇଥାଏ। ଅଧିକାରୀଙ୍କ କହିବା ଅନୁସାରେ ଜ୍ୟାକ୍ ଲିଭରପୁଲରେ ଅଲର୍ଟନରେ ରହିବ। ସେଠାରେ ତା’ର ଚା’ ପାଇଁ ବଡ଼ କପର ବିଶେଷ ବ୍ୟବସ୍ଥା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.