ପାକିସ୍ତାନରୁ ଆସିଥିବା ଏହି ହିନ୍ଦୁ ମହିଳା ନିଜ ନବଜାତ ଶିଶୁର ନାଁ ରଖିଲେ ‘ନାଗରିକତା’

Published By : Prameya-News7 Bureau | December 11, 2019 IST

ନୂଆଦିଲ୍ଲୀ୧୧/୧୨: ସଂସଦରେ ନାଗରିକତା ସଂଶୋଧନ ବିଧେୟକକୁ ନେଇ ରାଜନୈତିକ କନ୍ଦଳ ଲାଗି ରହିଛି। କିନ୍ତୁ ଆରତୀ ନାମକ ଜଣେ ମହିଳା ଏହି ବିଧେୟକକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।  ଏହି ମହିଳାଙ୍କର ଦୁଇଟି ଛୋଟ ଛୋଟ ସନ୍ତାନ। ବଡ଼ ଝିଅର ବୟସ ୨ ବର୍ଷ ଏବଂ ଆଉ ଜଣେ ୬ ଦିନର ନବଜାତ ଶିଶୁ। ୨୦୧୧ ମସିହାରେ ଆରତୀ ପାକିସ୍ତାନରୁ ଭାରତରେ ପହଞ୍ଚି ଥିଲେ।  ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ ଭାରତର ନାଗରିକତା ମିଳି ନାହିଁ। ସେଥିଲାଗି ଆରତୀ ତାଙ୍କ ନବଜାତ ଶିଶୁ କନ୍ୟାର ନାଁ ‘ନାଗରିକତା’ ରଖିଛନ୍ତି।

ଏକ ସାକ୍ଷାତକାରେ ଆରତୀ କହିଛନ୍ତି ଯେ ନାଗରିକତା ବିଧେୟକ ସଂପର୍କରେ ତାଙ୍କର ଅଧିକ ଜ୍ଞାନ ନାହିଁ। ଏହି ନାଗରିକତା ବିଧେୟକ ତାଙ୍କୁ ନ୍ୟାୟ ଦେଇ ପାରିବ। ସେଥିଲାଗି ସେ ଏହାକୁ ସମର୍ଥନ ଜଣାଇଛନ୍ତି। ପାକିସ୍ତାନରୁ ପାଖାପାଖି ୧୪୦ ପରିବାର ଦିଲ୍ଲୀର ଟିଲା ଅଞ୍ଚଳରେ ଆଶ୍ରୟ ନେଇ ଥିଲେ। ଏହି ଲୋକମାନଙ୍କ ମଧ୍ୟରୁ ଆରତୀ ଜଣେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.