ସ୍ବାମୀଙ୍କ ଖୁସି ପାଇଁ ନିଜ କ୍ୟାରିୟରକୁ ବଳିଦାନ ଦେଲେ ଏହି ଅଭିନେତ୍ରୀ : ନାଁ ଜାଣି ହେବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | January 31, 2019 IST

ମୁମ୍ବାଇ ୩୧/୧: ଛୋଟ ପରଦାରେ ଅଭିନୟ କରୁଥିବା ଏପରି କେତେକ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ବିବାହ ହୋଇସାରିଛି କିନ୍ତୁ ବିବାହ ପରେ ମଧ୍ୟ ସେ ଛୋଟ ପରଦାରେ ଅଭିନୟ କରୁଛନ୍ତି। ଏବଂ ଆଉ କେତେକ ଏପରି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ ପରେ ଛୋଟ ପରଦାକୁ ଅଲବିଦା କହିଦେଉଛନ୍ତି। ଆଜି ଆମେ ଜାଣିବା ଏପରି ଅଭିନେତ୍ରୀଙ୍କ ବିଷୟରେ ଯିଏ ବିବାହ ପରେ ନିଜ ସ୍ବାମୀଙ୍କ ଖୁସି ପାଇଁ ନିଜ କ୍ୟାରିୟର ଛାଡ଼ି ଦେଲେ।

{"id":80227,"width":597,"height":597}

ଯାହା ବିଷୟରେ ଆମେ କହୁଛୁ ସେ ହେଉଛନ୍ତି ଆମନା ଶରିଫ। ଆମନା ଶରିଫ ମୁସଲିମ ପରିବାରରୁ ଆସିଛନ୍ତି। ସେ ୧୯୮୨ମସିହା ଜୁଲାଇ ୧୬ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ୨୦୧୩ମସିହାରେ ସେ ଅମିତ କପୁରଙ୍କୁ ବିବାହ କରିଥିଲେ। ଆଜି ତାଙ୍କର ଗୋଟିଏ ୩ବର୍ଷର ପୁଅ ମଧ୍ୟ ଅଛି। ଆମନା ଶରିଫ ଛୋଟ ପରଦାର ଜଣେ ଜଣାଶୁଣା ଅଭିନେତ୍ରୀ ରହିଆସିଛନ୍ତି। ଆମନା ୨୦୦୩ମସିହାରେ  ଷ୍ଟାରପ୍ଲସରେ ‘କହିଁ ତୋ ହୋଗା’ ଧାରାବାହିକ ଜରିଆରେ ସେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ।

{"id":80228,"width":595,"height":334}

ଏହି ସିରିୟଲ୍ ୪ବର୍ଷ ଯାଏଁ ଟେଲିକାଷ୍ଟ ହେବାପରେ ବନ୍ଦ ହୋଇଯାଇଥିଲା। ଏହା ପରେ ଆମନା ଅନ୍ୟ କେତେକ ସିରିୟଲରେ କାମ କରିଥିଲେ। କିନ୍ତୁ ୨୦୧୩ରେ ବିବାହ ପରେ ସେ ଛୋଟ ପରଦାରେ ଅଭିନୟ କରିବା ଛାଡ଼ି ଦେଇଥିଲେ। ଆମନାଙ୍କ ସ୍ବାମୀ ଅମିତଙ୍କୁ ତାଙ୍କ ଛୋଟ ପରଦାରେ ଅଭିନୟ କରିବା ପସନ୍ଦ ନଥିଲା। ଏଥିପାଇଁ ଆମନା ସ୍ବାମୀଙ୍କ ଖୁସି ପାଇଁ ଛୋଟ ପରଦାରେ କାମ କରିବା ବନ୍ଦ କରିଦେଇଥିଲେ।

{"id":80229,"width":596,"height":397}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.