କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ଏହି ଫିଟନେସ ଟ୍ରେନର, ବଲିଉଡରେ ପାଦ ଦେଲେ ସୃଷ୍ଟି ହେବ ହଇଚଇ
11/03/2019 at 2:41 PM

ମୁମ୍ୱାଇ୧୧|୩: ଆଜିକାଲି ଫିଟନେସ୍କୁ ନେଇ କ୍ରେଜ ବଢିବାରେ ଲାଗିଛି। ଯୁବପୀଢୀଙ୍କ ଆଗ୍ରହ ଓ ପାଗଳାମି ଦିନକୁ ଦିନ ବଢୁଛି। ତେବେ ଜାଣନ୍ତୁ ଏମିତି ଜଣେ ଫିଟନେସ ଟ୍ରେନରଙ୍କ ବିଷୟରେ ଯିଏ ଆଜିକାଲିର ପୁଅ ଓ ଝିଅଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଏହି ଭାରତୀୟ ଟ୍ରେନର ଏବେ ବେଶ ଚର୍ଚ୍ଚାରେ ଅଛନ୍ତି।

ଟ୍ରେନର ଜିତେନ୍ଦ୍ର ସିଂହ ରାଜପୁତ ମୁମ୍ୱାଇରେ ମଡଲିଂଗରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଏହା ପରେ ସେ ଫିଟନେସ ଦୁନିଆରେ ପାଦ ଦେଇଥିଲେ। ଜିତେନ୍ଦ୍ରଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ୫ଲକ୍ଷରୁ ଅଧିକ ଜଣ ତାଙ୍କୁ ଫଲୋ କରନ୍ତି।

ପ୍ରାୟତଃ ଝିଅମାନେ ଜିତେନ୍ଦ୍ରଙ୍କୁ ବହୁତ ପସନ୍ଦ କରନ୍ତି। ତାଙ୍କ ଫ୍ୟାନ ମଧ୍ୟରେ ଝିଅଙ୍କର ଲମ୍ୱା ଲିଷ୍ଟ ଥାଏ। ଜିତେନ୍ଦ୍ର ତାଙ୍କ ଜିମ୍ରେ ଟ୍ରେନିଂ ଦେବା ସହ ଭିଡିଓ ଦ୍ୱାରା ମଧ୍ୟ ଲୋକଙ୍କୁ ଟ୍ରେନ କରନ୍ତି।

ତାଙ୍କର ଜିମ୍ ପାଇଁ ଆଜି ସେ କୋଟି କୋଟି ଟଙ୍କାର ମାଲିକ। ଜିତେନ୍ଦ୍ର କୁହନ୍ତି ଯେ “ଯାହାଁ ଚାହ ହେ ୱାହାଁ ରାହ ହେ”। ଦେଶ ବାହାରେ ମଧ୍ୟ ତାଙ୍କର ଅନେକ ଫିଟନେସ ସମ୍ୱନ୍ଧୀୟ କାର୍ଯ୍ୟକ୍ରମ ହୁଏ। ଜିତେନ୍ଦ୍ର କୌଣସି ଅଭିନେତାଙ୍କଠୁ କମ ଲାଗନ୍ତି ନାହିଁ।

ଜିତେନ୍ଦ୍ର ବଲିଉଡରେ ପାଦ ଦେଲେ ଧମାଲ କରିବେ। ତାଙ୍କ ଶରୀର ଓ କଥା ବାର୍ତ୍ତା ଶୈଳି ବେଶ ଆକର୍ଷକ। ଜିତେନ୍ଦ୍ରଙ୍କୁ ପସନ୍ଦ କରୁଥିବା ଲୋକେ ତାଙ୍କୁ ଚଳଚ୍ଚିତ୍ରରେ ଦେଖିବାକୁ ଚାହାନ୍ତି। ତେବେ ଜିତେନ୍ଦ୍ରଙ୍କୁ ସିନେମା ଜଗତରୁ ପ୍ରସ୍ତାବ ମଧ୍ୟ ଆସୁଛି। ବଡ ପରଦାରେ ଜିତେନ୍ଦ୍ରଙ୍କୁ ଦେଖିବା ଆଶାରେ ଅନେକ ଦର୍ଶକ ଅପେକ୍ଷାରେ ଅଛନ୍ତି।