Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ବଲିଉଡ ଷ୍ଟାରଙ୍କ ସହ ନିଜ ଫଟୋ ଏଡିଟ୍‌ କରନ୍ତି ଏହି ଯୁବକ, ଏହି ନିଆରା ଏଡିଟିଂ ତାଜୁବ କରିଦେବ ଆପଣଙ୍କୁ…

11/08/2019 at 4:35 PM

ଆଜିକାଲି ପ୍ରଯୁକ୍ତି ବିଦ୍ୟା ଓ ବୈଷୟିକ ଜ୍ଞାନକୌଶଳ ସବୁ ଜିନିଷକୁ ବଦଳାଇପାରୁଛି।କାରିଗରୀ କୌଶଳର ଯାଦୁ କୁହୁକଭଳି ଆଶ୍ଚର୍ଯ୍ୟ ଚକିତ କରିଦେଉଛି ଆମକୁ ।

ଜ୍ଞାନକୌଶଳ ପୁରୁଣା ଜିନିଷକୁ ନୂଆର ଭ୍ରମ ସୃଷ୍ଟି କରିପାରୁଛି । ଯେମିତି ଉନ୍ନତ ଟେକନୋଲଜି ଦ୍ବାରା ତେଲୁଗୁ ସିନେମା ହିନ୍ଦୀ ଭାଷାରେ ରୂପାନ୍ତରିତ ହୋଇପାରୁଛି।

କେବଳ ସେତିକି ନୁହେଁ ସିନେମାରେ ଅନେକ ଏମିତି ସିନ୍‌ ଥାଏ ଯାହା ପ୍ରକୃତରେ ହୋଇନଥାଏ। କିନ୍ତୁ ଗ୍ରାଫିକ୍ସ ସାହାଯ୍ୟରେ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ତିଆରି କରାଯାଇଥାଏ। ସେହିଭଳି ଏଡିଟିଂ ମଧ୍ୟ ଆଜିକାଲି ବହୁତ ଗୁରୁତ୍ବପୂର୍ଣ୍ଣ ଜିନିଷ ହୋଇଯାଇଛି।

ଭିଜୁଆଲ ଏଡିଟିଂରୁ ଆରମ୍ଭ କରି ଫଟୋ ଏଡିଟିଂର କମାଲ କଣ ହୋଇପାରେ ତାହା ଆପଣ ନଦେଖିଲେ ବିଶ୍ବାସ କରିପାରିବେ ନାହିଁ ।

ଏହି ରିପୋର୍ଟ ଭିତରେ ଆପଣ ଯେତେ ସବୁ ବଲିଉଡ ଷ୍ଟାରଙ୍କ ସହ ଜଣେ ଯୁବକଙ୍କୁ ଦେଖୁଛନ୍ତି ବାସ୍ତବରେ ସଂପୃକ୍ତ ଯୁବକ କେବେ କୌଣସି ବଲିଉଡ ଷ୍ଟାରଙ୍କ ସହ ସାକ୍ଷାତ କରିନାହାନ୍ତି ।

ତେବେ ବଲିଉଡ ଷ୍ଟାରମାନଙ୍କ  ସହ ତାଙ୍କ ପଟୋ ଆସିଲା କେଉଁଠୁ ବୋଲି ପ୍ରଶ୍ନ ଉଠିବା ସ୍ବଭାବିକ । ଅସଲ କଥା ହେଉଛି ଏସବୁ ଫଟୋକୁ ଏଡିଟିଂ କରାଯାଇଛି ।

କିଛି ଲୋକ ଏ ବିଷୟରେ ପାଠ ପଢନ୍ତି ସତ, ହେଲେ ସମସ୍ତେ ଏହି କାମ ନିଖୁଣତାର  ସହ କରିପାରନ୍ତି ନାହିଁ। ଏଥିରେ ମଧ୍ୟ ପ୍ରଚଣ୍ଡ ସୃଜନଶୀଳତାର ଆବଶ୍ୟକତା ରହିଛି ।

ତେବେ ଆଜିକାଲିର ଯୁବପିଢୀ ଏହି କାମରେ ବେଶ ଦକ୍ଷ। ଏଡିଟିଂ  ଓ ମର୍ଫିଂ ହୋଇଥିବା କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଇନ୍‌ଷ୍ଟାଗ୍ରାମରେ ଅନ୍‌ସିନ୍‌ ଫ୍ରେଣ୍ଡ ନାମକ ଏହି ଯୁବକ ବଲିଉଡର ସବୁ ସୁପରଷ୍ଟାରଙ୍କ ସହ ନିଜ ଫଟୋ ଏଡିଟ୍‌ କରିଛନ୍ତି।

ସେ ଏଭଳି ଭାବେ ଫଟୋ ଏଡିଟ୍‌ କରିଛନ୍ତି ଯେ, ଅସଲି ଓ ନକଲି ଫଟୋ ମଧ୍ୟରେ କୌଣସି ତଫାତ ଜଣାପଡୁନାହିଁ। ଏଥି ପାଇଁ ବୈଷୟିକ କୌଶଳ ଯେତିକି ଆବଶ୍ୟକ , ନିଜର ସୃଜନଶୀଳତା ମଧ୍ୟ ସେତିକି ଜରୁରୀ ।

ଏହି ଯୁବକଙ୍କ ଫଟୋଶପର କୌଶଳ ପ୍ରକୃତରେ ପ୍ରଶଂସନୀୟ। ଅଧିକାଂଶ ଲୋକେ ଏହି ଫଟୋ ଦେଖି ଆଚମ୍ବିତ ହୋଇଛନ୍ତି।

   Related Posts