ଲକଡାଉନ ଯୋଗୁଁ ଅଜବ ତରିକାରେ ଜନ୍ମଦିନ ପାଳନ କଲେ ଯୁବକ : ଦେଖିଲେ ଆପଣ ମଧ୍ୟ ହସି ହସି ଗଡିଯିବେ

Published By : Prameya-News7 Bureau | April 07, 2020 IST

କରୋନା ପ୍ରକୋପ ପୁରା ଦୁନିଆରେ ବ୍ୟାପିବାରେ ଲାଗିଛି | ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ନିଜ ନିଜ ଘରେ ରହିବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀ ନିର୍ଦେଶ ଦେଇଛନ୍ତି | ଚୀନ, ଇଟାଲୀ, ସ୍ପେନ, ଇରାନ ଭଳି ଦେଶ ପରେ ବର୍ତ୍ତମାନ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ଦୋହଲି ଯାଇଛି | ଆମେରିକାରେ କରୋନା ପ୍ରଭାବିତଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି | ଭାଇରସର ପ୍ରସାର ରୋକିବା ପାଇଁ ଲୋକେ ନିଜ ନିଜ ଘରେ ବନ୍ଦୀ ଅଛନ୍ତି, ସାମାଜିକ ଦୂରତା ଅବଲମ୍ବନ କରୁଛନ୍ତି |

ଇତି ମଧ୍ୟରେ ଲୋକ ବିବାହ, ଜନ୍ମଦିନ ଇତ୍ୟାଦି ଭିନ୍ନ ତରିକାରେ ପାଳନ କରୁଛନ୍ତି | କିଏ ଭିଡିଓ କଲ ଜରିଆରେ ବିବାହ କରୁଛି ତ କିଏ ନିର୍ବନ୍ଧ କରୁଛି | ଏମିତି ଅନେକ ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର ହେଉଛି | ଟିକଟକରେ ଏକ ଏହିଭଳି ମଜାଦାର ଭିଡିଓ ସେୟାର ହୋଇଛି | କରୋନା ସମୟରେ ଏକ ଜନ୍ମଦିନର ମଜାଦାର ଭିଡିଓ ସେୟାର ହୋଇଛି ଯାହାକୁ ଦେଖି ଆପଣ ମଧ୍ୟ ହସି ହସି ଗଡିଯିବେ | 

wp:core-embed/twitter {"url":"https://twitter.com/digbickvibes/status/1246819531416309760","type":"rich","providerNameSlug":"twitter","className":""}
https://twitter.com/digbickvibes/status/1246819531416309760
/wp:core-embed/twitter

ଟ୍ୱିଟର ଏମିତି ଏକ ମଜାଦାର ଟିକଟକ ଭିଡିଓ ସେୟାର କରାଯାଇଛି | ଜଣେ ଯୁବକ କେକ ସାମ୍ନାରେ ମାସ୍କ ପିନ୍ଧି ବସିଥିବା ଭିଡିଓରେ ଦେଖିବାକୁ ମିଳିଛି | କ୍ୟାଣ୍ଡଲ ଫୁଙ୍କିବା ବଦଳରେ ସେ ହେୟାର ଡ୍ରାୟରରେ କ୍ୟାଣ୍ଡଲ ଲିଭାଉଛନ୍ତି | ଯୁବକଙ୍କ ସାମ୍ନାରେ ଅନେକ ଲାପଟପ ଅଛି | ଏହିସବୁ ଲାପଟପରେ ଯୁବକଙ୍କ ସାଙ୍ଗମାନେ ଭିଡିଓ କଲରେ ଅଛନ୍ତି | ତାଙ୍କ ସାଙ୍ଗମାନେ ଯୁବକଙ୍କ ପାଇଁ ଜନ୍ମଦିନ ଗୀତ ଗାଉଛନ୍ତି |

ଏହି ଭିଡିଓକୁ ଏପ୍ରିଲ ୫ ତାରିଖରେ ଟ୍ୱିଟରରେ ସେୟାର କରାଯାଇଥିଲା | ଏବେ ଯାଏଁ ଏହି ମଜାଦାର ଭିଡିଓକୁ ୫୦ ଲକ୍ଷ ଲୋକ ଦେଖି ସାରିଛନ୍ତି | ୨ ଲକ୍ଷରୁ ଅଧିକ ଲାଇକ କରିଥିବାବେଳେ ୭୮ ହଜାର ରି-ଟ୍ୱିଟ କରିଛନ୍ତି | ଯେଉଁମାନଙ୍କ ଜନ୍ମଦିନ ମାର୍ଚ୍ଚ ଓ ଏପ୍ରିଲ ମାସେ ସେମାନେ ଏଥର ନିଜର ଜନ୍ମଦିନ ଏହିଭଳି ପାଳନ କରିଛନ୍ତି | ଆଗକୁ ଯେଉଁମାନଙ୍କ ଜନ୍ମଦିନ ଆସୁଛି ସେମାନେ ମଧ୍ୟ କିଛି ନୂଆ ଅନ୍ଦାଜରେ ନିଜର ଜନ୍ମଦିନ ପାଳନ କରିବାକୁ ପ୍ଲାନ କରୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.