ଭାରତରେ ଲଂଚ ହେଲା ଏହି ନୂଆ ଓ ସୁନ୍ଦର କାର, ଏକ୍ସ ସୋ ରୁମ ଦାମ କଣ ଜାଣନ୍ତୁ…

Published By : Prameya-News7 Bureau | September 24, 2019 IST

ଟୟୋଟା ନିଜ ଲୋକପ୍ରିୟ ଏସୟୁଭି ଫର୍ଚ୍ୟୁନର ଲିମିଟେଡ୍‌ ଏଡିସନ (2019 Toyota Fortuner TRD Celebratory Edition) ଭାରତରେ ଲଂଚ କରିଛି। ଏହାର ଏକ୍ସ ଶୋରୁମ ମୂଲ୍ୟ ୩୩.୮୫ ଲକ୍ଷ ଟଙ୍କା ରହିଛି। ନୂଆ ଫର୍ଚ୍ୟୁନର ଟିଆରଡି ସେଲିବ୍ରେଟରୀ ଏଡିସନକୁ ଟୟୋଟା ରେସିଂ ଡେଭଲପମେଣ୍ଟ ଡିଜାଇନ କରି ପ୍ରସ୍ତୁତ କରିଛି। ଏହା ଅଟୋମେଟିକ ଟ୍ରାନ୍ସମିଶନ ଓ ଡିଜେଲ ଇଂଜନ୍‌ ସହିତ ଉପଲବ୍ଧ ହେବ।

{"id":162036,"width":583,"height":341}

ଏହି ନୂଆ ଏଡିସନରେ ଫ୍ରଣ୍ଟ ବମ୍ପର ,ରିୟର ବମ୍ପର ସ୍ପୟଲର,ଡୁଅଲ ଟନ ରୁଫ, ସ୍ପୋର୍ଟି କଳା ଏବଂ ଖଇରିଆ ରଂଗର ଲେଦର ସିଟ୍‌ତଥା ଚାର୍କୋଲ ବ୍ଲାକ ଏଲୟ ଚକ ସମେତ ଅନ୍ୟ ଫିଚର ମଧ୍ୟ ରହିଛି। ଏଥିରେ ୨.୮ ଲିଟରର ଡିଜେଲ ଇଂଜିନ ରହିଛି ।

{"id":162038}

କମ୍ପାନୀର ଡେପୁଟି ମ୍ୟାନେଜିଂ ନିର୍ଦ୍ଦେଶକ ରାଜା କହିଛନ୍ତି ଯେ, କମ୍ପାନୀ ମାର୍କେଟକୁ ଏହି ଗାଡି ଛାଡିବା ପରେ ପାଖାପାଖି ୧.୬୦ ଲକ୍ଷ ୟୁନିଟ୍‌ ବିକ୍ରି ହୋଇସାରିଛି। ନୂଆ ଫର୍ଚ୍ୟୁନର ଟିଆରଡି ସେଲିବ୍ରେଟରୀ ଏଡିସନକୁ ଲୋକେ ବହୁତ ପସନ୍ଦ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.