ଡିସେମ୍ବର ୩୧ରେ ବନ୍ଦ ହେବ କେନ୍ଦ୍ର ସରକାରଙ୍କର ଏହି ଯୋଜନା, ଆପତ୍ତି ଥିଲେ ୨ ଦିନରେ କରନ୍ତୁ ପଞ୍ଜୀକରଣ

Published By : Prameya-News7 Bureau | December 29, 2019 IST

ନୂଆଦିଲ୍ଲୀ ୨୯।୧୨: ନୂଆ ବର୍ଷରେ କେନ୍ଦ୍ର ସରକାର ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ବନ୍ଦ କରିବାକୁ ଯାଉଛନ୍ତି। ଯଦି ଆପଣ ଏହି ଯୋଜନାର ଲାଭ ନେବାକୁ ଚାହୁଁଥାନ୍ତି ତେବେ ଆପଣଙ୍କ ହାତରେ ମାତ୍ର ଆଉ ୨ ଦିନ ରହିଛି। ଯଦି ସର୍ଭିସ ଟ୍ୟାକ୍ସ ଅଥବା ଏକ୍ସାଇଜ୍ ଡ୍ୟୁଟିକୁ ନେଇ ଆପଣ କୌଣସି ବିବାଦରେ ଫସିଥାନ୍ତି ଏଥିଲାଗି ୩୧ ଡିସେମ୍ବର ପୂର୍ବରୁ ନିଜର ଆବେଦନ ପଞ୍ଜୀକରଣ କରାଇ ନିଅନ୍ତୁ।

{"id":204119,"width":574,"height":389,"sizeSlug":"large"}

କେନ୍ଦ୍ର ସରକାର ଗତ ବଜେଟ୍ ରେ ‘ସବକା ବିଶ୍ୱାସ’ସ୍କିମ୍ ହାତକୁ ନେଇଥିଲେ। ସର୍ଭିସ ଟ୍ୟାକ୍ସ ଓ ଏକ୍ସାଇଜ୍ ଡ୍ୟୁଟି ବାକି ରଖିଥିବା ଲୋକଙ୍କୁ ଆଂଶିକ ରିହାତି ପ୍ରଦାନ ଜରିଆରେ ବିବାଦ ମୁକ୍ତ କରିବା ଏହି ଯୋଜନାର ଉଦ୍ଦେଶ୍ୟ ଥିଲା। ମାତ୍ର ୪ ମାସ ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ଏହି ଯୋଜନା ଆଣିଥିବା ବେଳେ ଏଥିଲାଗି ଅଭିଯୋଗ ପଞ୍ଜୀକରଣର ଶେଷ ତାରିଖ ୩୧ ଡିସେମ୍ବର ୨୦୧୯ ରଖାଯାଇଥିଲା। ଏଥିଲାଗି ପରେ ସରକାର ଅବଧି ସମ୍ପ୍ରସାରଣ କରିବେ ନାହିଁ। ଏଣୁ ଅବଧିର ଏପର୍ଯ୍ୟନ୍ତ ୫୫ ହଜାର ୬୯୩ଟି ଆବେଦନ ମିଳିଥିବା ବେଳେ ଏଥିରେ ୨୯ହଜାର ୫୫୭.୨ କୋଟି ଟଙ୍କାର ଶୁଳ୍କ ବିବାଦର ସମାଧାନ ଲାଗି ଆବେଦନ ରହିଛି।

{"id":204120,"sizeSlug":"large"}

ତେବେ ଅର୍ଥମନ୍ତ୍ରାଳୟ ଯୋଜନା ଆରମ୍ଭ କରିବା ବେଳେ ୧.୮୩ଲକ୍ଷ କୋଟି ଟଙ୍କାର ଶୁଳ୍କ ବିବାଦ ସମାଧାନ ଲାଗି ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ଏଥିରୁ ୩.୫ କୋଟି ଟଙ୍କା ଅଟକି ରହିଥିବା ଶୁଳ୍କ ଥିଲା। ତେବେ ସରକାର ହାତକୁ ନେଇଥିବା ସବକା ବିଶ୍ୱାସ ସ୍କିମରେ ୪୦ରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଥିବା ଜଣାପଡିଛି। ସେହିପରି ସୁଧ ଓ ଜରିମାନା ମଧ୍ୟ ସରକାର ଛାଡ କରୁଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.