ପୋଲିସ ଜବତ କଲା ଏମିତି ଏକ କାର, ଯାହା ଫଳରେ ଲୋକେ ଅନ୍ଧ ହୋଇଯିବା ଆଶଂକା ଥିଲା

Published By : Prameya-News7 Bureau | May 02, 2019 IST

ଜୟପୁର ୨/୫: ଜର୍ମାନ ପୋଲିସ୍ ଜଣେ ସୁନାରେ ନିର୍ମିତ ଏକ ପୋର୍ଶ ପାନୋମେରା କାର ଜବତ କରିଛି। କାରଣ ଏହା ଅତ୍ୟନ୍ତ ଚିକଚିକ୍ କରୁଥିବାରୁ ଅନ୍ୟ ଡ୍ରାଇଭରଙ୍କ ଆଖି ଝଲସାଇ ଦେଉଥିଲା। ପୋଲିସ୍ ଏହି କାରର ଡ୍ରାଇଭରକୁ ସୁନା କାରଟିକୁ ରାସ୍ତାରୁ ହଟାଇବାକୁ ପ୍ରଥମେ ନିର୍ଦ୍ଦେଶ ଦେଇଥିଲେ।

{"id":109808,"width":594,"height":321}

ତେବେ ପୋଲିସ କଥା ନଶୁଣିବାରୁ ଜର୍ମାନୀର ହାମବର୍ଗରେ ପୋଲିସ୍ ୩୧ବର୍ଷ ବୟସ୍କ କାର ଚାଳକକୁ ଗିରଫ ମଧ୍ୟ କରିଛି। ପୋଲିସ୍ କହିଛି ଯେ ସୁନାର ପୋର୍ଶ ପାନୋମେରା କାର ଅତ୍ୟନ୍ତ ବିପଦଜନକ । କାରଣ ଏହା ଅନ୍ୟ ଡ୍ରାଇଭରଙ୍କ ଆଖି ଝଲସାଇ ଦେଉଛି। ଯାହା ଫଳରେ ଅନ୍ଧ ହେବାର ସମ୍ଭାବନା ରହିଛି। କାରରୁ ସୁନାର ଧାତବ ଅଂଶକୁ ହଟାଇବା ସହ କାରକୁ ପୁଣି ଥରେ ପଞ୍ଜୀକୃତ କରିବାକୁ ପୋଲିସ ନିର୍ଦ୍ଦେଶ ଦେଇଥିଲା।

{"id":109811,"width":595,"height":397}

କିନ୍ତୁ ଗାଡି ଚାଳକ ପୋଲିସର ନିର୍ଦ୍ଦେଶ ନମାନିବାରୁ ପୋଲିସ୍ ପୁଣି ଥରେ ଏହି ଗାଡ଼ିକୁ ଜବତ କରିଛି। ଏହି ଗାଡ଼ିର ସୁନା ଅଂଶକୁ ବାହାର କରିବା ପାଇଁ ପୋଲିସ ଗାଡିଟିକୁ ଗ୍ୟାରେଜରେ ଭର୍ତ୍ତି କରିଛି । ତେବେ ଏହା ପୂର୍ବରୁ ଗାଡ଼ିର ଚାବି,କାଗଜପତ୍ର ଏବଂ ଲାଇସେନ୍ସ ପ୍ଲେଟ୍ ଜବତ କରି ରଖିଛି ପୋଲିସ। ଏଭଳି କାର ରାସ୍ତାରେ ଚଳାଉଥିବା ଯୋଗୁଁ ଗାଡିର ମାଲିକଙ୍କୁ ବଡ ଧରଣର ଜୋରିମାନା ଦେବାକୁ ପଡ଼ିବ।

{"id":109812,"width":595,"height":582}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.