ୟେ ହେଉଛନ୍ତି ବିଶ୍ବର ସବୁଠୁ ସୁନ୍ଦରୀ ସ୍କୁଲ ଝିଅ : ଫଟୋ ଦେଖି ଫିଦା ହୋଇଯିବେ ଆପଣ

Published By : Prameya-News7 Bureau | November 07, 2019 IST

ଆଜି ଆମେ ଯେଉଁ ଝିଅଙ୍କ ବିଷୟରେ କହିବୁ ସେ ବିଶ୍ବର ସବୁଠୁ ସୁନ୍ଦରୀ ସ୍କୁଲ୍ ବାଳିକା।

{"id":180332}

ଏହି ବାଳିକା ହେଉଛନ୍ତି ଦକ୍ଷିଣ କୋରିଆର ତାଇନାନରେ ରହୁଥିବା ଚାଉ ଜୁ ୟୁ। ସେ ଏବେ ସ୍କୁଲରେ ପାଠ ପଢ଼ୁଛନ୍ତି।

{"id":180333}

ଚାଉ ଜୁ ୟୁ ନିଜ ସୌନ୍ଦର୍ଯ୍ୟ ଏବଂ ସୁନ୍ଦର କଣ୍ଠସ୍ବରରେ ଦକ୍ଷିଣ କୋରିଆର କୋଟି କୋଟି ଲୋକଙ୍କୁ ଫିଦା କରି ଦେଇଛନ୍ତି। ଚାଉ ଜୁ ୟୁ ଜଣେ ବହୁତ ଭଲ ଗାୟିକା। ତାଙ୍କୁ ସୋଶିଆଲ ମିଡିଆରେ ପପ୍-ଗାର୍ଲ ନାଁରେ ମଧ୍ୟ ଜଣାଯାଏ।

{"id":180334}

ଚାଉ ଜୁ ୟୁ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି ଏବଂ ପ୍ରାୟ ସବୁବେଳେ ତାଙ୍କର ସୁନ୍ଦର ଏବଂ କ୍ୟୁଟ ଫଟୋ ସେୟାର କରୁଥାଆନ୍ତି ଏବଂ ଫ୍ୟାନମାନେ ତାଙ୍କ ଫଟୋକୁ ବହୁତ ପସନ୍ଦ କରି ଥାଆନ୍ତି।

{"id":180335}

ଚାଉ ଜୁ ୟୁ ୨୦୧୫ମସିହାରେ ବେଷ୍ଟ ନ୍ୟୁ ଫିମେଲ୍ ଆର୍ଟିଷ୍ଟ ଭାବେ ଏମନେଟ୍ ଏସିୟାନ୍ ଆଓ୍ବାର୍ଡ଼ ମଧ୍ୟ ଜିତିଛନ୍ତି। କିନ୍ତୁ ଚାଉ ଜୁ ୟୁ ଅନେକ ଥର ବିବାଦରେ ଫସିଛନ୍ତି। ଥରେ ଚାଉ ଜୁ ୟୁ ଚାଇନାର ମିଡିଆ ସମ୍ମୁଖରେ ତାଇଓ୍ବାନର ପତାକା ହଲାଇଥିଲେ ଏବଂ ଏହା ପରେ ଚାଉ ଜୁ ୟୁଙ୍କୁ କ୍ଷମା ମାଗିବାକୁ ପଡ଼ିଥିଲା।

{"id":180336}

ଚାଉ ଜୁ ୟୁ କିଛି ବର୍ଷ ତଳେ ଏକ ରିୟଲିଟି ଶୋ ରେ ନଜର ଆସିଥିଲେ। ଏହା ପରେ ଚାଉ ଜୁ ୟୁ ଝିଅଙ୍କର ଏକ ବ୍ୟାଣ୍ଡ ଟ୍ବାଇସର ସଦସ୍ୟ ହୋଇଯାଇଥିଲେ। ଏହା ପରେ ଚାଉ ଜୁ ୟୁ ତାଙ୍କ ପରଫରମାନ୍ସରେ ସମସ୍ତଙ୍କୁ ଚକିତ କରି ଦେଇଥିଲେ।

{"id":180339}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.