ଏହି ପାହାଡ଼ୀ ଯୁବତୀ ହେଉଛନ୍ତି କଳିଯୁଗର ଦ୍ରୌପଦୀ : ୫ ଭାଇଙ୍କୁ କରିଛନ୍ତି ବିବାହ
6/08/2019 at 1:16 PM

ଡେହରାଡୁନ୍ ୬/୮: ଅନେକ ଲୋକ ମହାଭାରତ ପଢ଼ିଛନ୍ତି। ସମସ୍ତଙ୍କୁ ମହାଭାରତ ବିଷୟରେ ବହୁତ କିଛି ଜଣା ଅଛି। କିନ୍ତୁ ସବୁଠୁ ଅଧିକ ଚର୍ଚ୍ଚା ଦ୍ରୌପଦୀଙ୍କର ହୋଇଥାଏ। ଦ୍ରୌପଦୀଙ୍କର ନାଁ ଏଥିପାଇଁ ସମସ୍ତଙ୍କ ମୁହଁରେ ରହିଥାଏ କାରଣ ମହାଭାରତର ମୁଖ୍ୟ ଘଟଣା ଦ୍ରୌପଦୀଙ୍କର ବସ୍ତ୍ରହରଣ ଥିଲା। ଦ୍ରୌପଦୀଙ୍କର ୫ଜଣ ସ୍ବାମୀ ଥିଲେ। ଆଜିର ସମୟରେ ଦ୍ରୌପଦୀଙ୍କର ଏହି ଚରିତ୍ର ବିଷୟରେ ଭାବି ଲୋକେ ଆଶ୍ଚର୍ଯ୍ୟ ହୋଇଥାଆନ୍ତି। ୫ଜଣ ବ୍ୟକ୍ତି ଜଣେ ଯୁବତୀଙ୍କୁ କିପରି ବିବାହ କରିପାରିବେ। ମାଆ କୁନ୍ତୀଙ୍କ ଶବ୍ଦକୁ ଆଦର୍ଶ ମାନି ପଞ୍ଚୁ ପାଣ୍ଡବ ଦ୍ରୌପଦୀଙ୍କୁ ବିବାହ କରିଥିଲେ।

ତାହା ଦେବତାଙ୍କ ଯୁଗ ଥିଲା,କିନ୍ତୁ ଆଜି ବି ଆମ ମଧ୍ୟରେ ଏପରି ଜଣେ ମହିଳା ଅଛନ୍ତି,ଯିଏ ପାଞ୍ଚ ଭାଇଙ୍କ ପତ୍ନୀ। ତାଙ୍କୁ ଅଧିକାଂଶ ଲୋକେ ଦ୍ରୌପଦୀ କହିଥାଆନ୍ତି। ଉତ୍ତରାଞ୍ଚଳରେ ରହୁଥିବା ରଜ୍ଜୋ ନାମ୍ନୀ ଜଣେ ଯୁବତୀ ଗୋଟିଏ ପରିବାରର ୫ଜଣ ଭାଇଙ୍କୁ ବିବାହ କରିଛନ୍ତି।

ସୂଚନା ଅନୁଯାୟୀ ଉତ୍ତରାଞ୍ଚଳର ଡେହରାଡୁନରେ ଥିବା ଏକ ଗାଁରେ ପରମ୍ପରା
ରହିଛି ଯେ ଜଣେ ଯୁବତୀଙ୍କୁ ପରିବାରର ସମସ୍ତ ଯୁବକଙ୍କ ସହ ବିବାହ କରାଯାଇଥାଏ। ଏହି ପରମ୍ପରା ଅନେକ
ଦିନରୁ ଚାଲିଆସିଛି।
ରଜ୍ଜୋଙ୍କ ସମସ୍ତ ଭାଇ ଶାରିରୀକ ସମ୍ପର୍କ ରଖିଥାଆନ୍ତି। ଭିନ୍ନ ଭିନ୍ନ ଦିନ ଏହି ଭାଇମାନେ ରଜ୍ଜୋଙ୍କର
ସହ ଶାରିରୀକ ସମ୍ପର୍କ ରକ୍ଷା କରିଥାଆନ୍ତି। ସେମାନେ ଅତ୍ୟନ୍ତ ଖୁସିରେ ଜୀବନ ବିତାଉଛନ୍ତି।