Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାପ-ପୁଅଙ୍କ ହିରୋଇନ୍ ଏକ : ଜାଣନ୍ତୁ କିଏ ସେ ଗ୍ଲାମର କୁଇନ୍?

ମୁମ୍ବାଇ ୨୭/୧: ଫିଲ୍ମ ଜଗତରେ ଅନେକ ସୁନ୍ଦରୀ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବଡ଼ ବଡ଼ ଷ୍ଟାରଙ୍କ ସହ ନଜର ଆସିଛନ୍ତି। କିନ୍ତୁ ଆମେ ଆଜି ଆପଣଙ୍କୁ ଏପରି ଏକ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବାପା ଏବଂ ପୁଅ ଉଭୟଙ୍କ ସହ ରୋମାନ୍ସ କରି ସାରିଛନ୍ତି। ଆସନ୍ତୁ ଜାଣିବା ତାଙ୍କ ବିଷୟରେ

ଏହି ଅଭିନେତ୍ରୀ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତ୍ରୀ କାଜଲ୍ ଅଗ୍ରଓ୍ବାଲ୍। ସେ ଦକ୍ଷିଣ ଭାରତୀୟ ଫିଲ୍ମ ବ୍ୟତୀତ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି। କାଜଲ୍ ଅଗ୍ରଓ୍ବାଲ୍ ଏବଂ ଦକ୍ଷିଣ ଭାରତୀୟ ସୁପରଷ୍ଟାର ରାମଚରଣଙ୍କ ଯୋଡ଼ି ଦର୍ଶକ ଖୁବ୍ ପସନ୍ଦ କରିଥାଆନ୍ତି।

ଏହି ସୁନ୍ଦର ଯୋଡ଼ିକୁ ଆପଣ ‘ମଗଧୀରା’ ଏବଂ ‘ଗୋବିନ୍ଦୁଦୁ’ ଭଳି ଫିଲ୍ମରେ ଏକାଠି ଦେଖିଥିବେ। କାଜଲ୍ ରାମଚରଣଙ୍କ ବାପାଙ୍କ ସହ ମଧ୍ୟ କାମ କରିଛନ୍ତି।

ରାମଚରଣଙ୍କ ବାପା ଚିରଞ୍ଜିବୀ ମଧ୍ୟ ଜଣେ ପ୍ରସିଦ୍ଧ ଅଭିନେତା। ସେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଏବଂ ବଡ଼ ସୁପରଷ୍ଟାର। ନିଜ ଚମତ୍କାର ଅଭିନୟ ପାଇଁ ସେ ଜଣା ଯାଆନ୍ତି। ଅଭିନେତା ଚିରଞ୍ଜୀବି ତେଲୁଗୁ ଫିଲ୍ମ ବ୍ୟତୀତ ଦକ୍ଷିଣ ଭାରତୀୟ ଫିଲ୍ମରେ କାମ କରନ୍ତି।

ଚିରଞ୍ଜିବୀ ଏବଂ କାଜଲଙ୍କ ବୟସ ବ୍ୟବଧାନ ୩୦ବର୍ଷଠୁ ବି ଅଧିକ। ତଥାପି ସେମାନେ ଅନେକ ଫିଲ୍ମରେ ଏକାଠି ରୋମାନ୍ସ କରିଛନ୍ତି।

   Related Posts