କ୍ୟାନସର ଭଳି ମାରାତ୍ମକ ରୋଗରୁ ମୁକ୍ତି ଦେଇଥାଏ ଏହି ଫୁଲର ପତ୍ର : ଜାଣନ୍ତୁ ଏହାର ଅନ୍ୟାନ୍ୟ ଉପକାରୀତା
28/11/2019 at 4:47 PM

ଭାରତୀୟ ପାରମ୍ପରିକ ଚିକିତ୍ସା ପଦ୍ଧତି ଆୟୁର୍ବେଦ ଅନୁସାରେ ଧଳା ମନ୍ଦାରର ଚେରକୁ ପେଶି ଅନେକ ଔଷଧ ପ୍ରସ୍ତୁତ କରାଯାଇଥାଏ। ମେକ୍ସିକୋରେ ଖୁଖିଲା ଫୁଲକୁ ଫୁଟାଇ ପ୍ରସ୍ତୁତ କରାଯାଇଥିବା ପାନୀୟ ଆଗୁଆ ଡେ ଜାମାଇକା ନିଜ ରଙ୍ଗ ଏବଂ କଡ଼ା ସ୍ବାଦ ପାଇଁ ଖୁବ୍ ଲୋକପ୍ରିୟ। ଯଦି ଏଥିରେ ଚିନି ମିଶାଯାଇଥାଏ ତେବେ ଏହା କ୍ରାନବେରୀ ରସ ଭଳି ଲାଗିଥାଏ। ଡାଏଟିଙ୍ଗ କରୁଥିବା ବ୍ୟକ୍ତି କିମ୍ବା କିଡନି ସମସ୍ୟା ଥିବା ବ୍ୟକ୍ତି ପ୍ରାୟତଃ ଏହାକୁ ବରଫ ସହ ଚିନି ନ ମିଶାଇ ପିଇ ଥାଆନ୍ତି କାରଣ ଏଥିରେ ପ୍ରାକୃତିକ ମୂତ୍ରବର୍ଦ୍ଧକ ଗୁଣ ରହିଥାଏ। ତାଇଓ୍ବାନର ଚୁଙ୍ଗ ଶାନ ମେଡିକାଲ ୟୁନିଭର୍ସିଟିର ଗବେଷକଙ୍କ କହିବା ଅନୁସାରେ ମନ୍ଦାର ଫୁଲର ଅଂଶବିଶେଷ ହୃଦୟ ପାଇଁ ମଧ୍ୟ ଖୁବ୍ ଲାଭଦାୟକ। ପ୍ରାଚୀନ ଭାରତୀୟ ଆୟୁର୍ବେଦରେ ମନ୍ଦାରର ବ୍ୟବହାର ବିଭିନ୍ନ ପ୍ରକାରର ରୋଗକୁ ଦୂର କରିବାରେ ସହାୟକ ହେଉଥିଲା।

୧.ହେୟାର କଣ୍ଡିସନର : ମନ୍ଦାର ପତ୍ର ଏବଂ ଏହାର ଫୁଲରୁ ପ୍ରସ୍ତୁତ ମିଶ୍ରଣ ନ୍ୟାଚୁରାଲ ହେୟାର କଣ୍ଡିସନରର କାମ କରିଥାଏ। ଏହାକୁ ଶ୍ୟାମ୍ପୁ ପରେ ଲଗାଇଲେ କେଶର ରଙ୍ଗ କଳା ହୋଇଥାଏ ଏବଂ ରୂପି ସମସ୍ୟାରୁ ମୁକ୍ତି ମିଳିଥାଏ।

୨. ବୃକକକୁ ସୁସ୍ଥ ରଖିଥାଏ : ଯଦି ଆପଣ ବୃକକ ସମସ୍ୟାରେ ପୀଡ଼ିତ ତେବେ ଏହାର ପତ୍ରରୁ ପ୍ରସ୍ତୁତ ଚା ବିନା ଚିନିରେ ପିଅନ୍ତୁ। ଏହା ପିଇବା ଦ୍ବାରା ମାନସିକ ଅବସାଦରୁ ମୁକ୍ତି ମିଳିବା ସହ ମୁଡ ମଧ୍ୟ ଭଲ ହୋଇଥାଏ।

୩. ତ୍ବଚାର ଯତ୍ନ : ମନ୍ଦାର ନିଜ ଖାସ୍ ଗୁଣ ଯୋଗୁଁ କସମେଟିକ୍ ସ୍କିନ୍ କେୟାରରେ ବ୍ୟବହାର କରାଯାଇଥାଏ। ପାରମ୍ପରିକ ମେଡିସିନରେ ମନ୍ଦାର ପତ୍ରର ବ୍ୟବହାର ଆଣ୍ଟି-ସୋଲାର ଏଜେଣ୍ଟ ଭାବେ କାମ କରିଥାଏ। କାରଣ ଏହା ଅତି-ବାଇଗଣୀ ରଶ୍ମିକୁ ଶୋଷି ନେଇଥାଏ। ଏହା ସହିତ ଏହା ବ୍ୟବହାର କରିବା ଦ୍ବାରା ଚର୍ମକୁଞ୍ଚନ ସମସ୍ୟାରୁ ମୁକ୍ତି ମିଳିଥାଏ।

୪. ରକ୍ତଚାପକୁ କମ୍ କରିଥାଏ: ଗବେଷଣାରୁ ଜଣା ପଡ଼ିଛି ଯେ ମନ୍ଦାର ପତ୍ରରୁ ପ୍ରସ୍ତୁତ ହୋଇଥିବା ଚା ପିଇବା ଦ୍ବାରା ରକ୍ତଚାପ ସମସ୍ୟାରୁ ମୁକ୍ତି ମିଳିଥାଏ। ଏଥିପାଇଁ ରକ୍ତଚାପ କମ୍ କରିବା ପାଇଁ ଏହା ପ୍ରତିଦିନ ସେବନ କରିବା ଉଚିତ୍।

୫. କ୍ୟାନସର ଆଶଙ୍କାକୁ କମ୍ କରିଥାଏ: ମନ୍ଦାରରୁ ପ୍ରସ୍ତୁତ ହୋଇଥିବା ତେଲକୁ ଦ୍ବାରା ଘା ଏବଂ କ୍ୟାନସର ଘା ଉପରେ ବ୍ୟବହାର କରାଯାଇଥାଏ। ଏହା ସହିତ ଏହା କ୍ୟାନସରର ପ୍ରାରମ୍ଭ ପାଇଁ ଉପଯୁକ୍ତ ହୋଇଥାଏ।