Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହା ହେଉଛି ବିଶ୍ବର ସବୁଠୁ ବିଷାକ୍ତ ମାଛ : ଗୋଟିଏ ବୁନ୍ଦା ବିଷ ନେଇପାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ

14/09/2020 at 3:42 PM

ଆପଣ ବିଶ୍ବର ସବୁଠୁ ବିଷାକ୍ତ ସାପ ବିଷୟରେ ତ ଶୁଣିଥିବେ। ସବୁଠୁ ବିଷାକ୍ତ ସାପ ହେଉଛି କୋବ୍ରା। ଏହି ସାପ ଦଂଶନ କଲେ ମନୁଷ୍ୟ ବଞ୍ଚିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଥାଏ। କିନ୍ତୁ  ଆପଣ ବିଶ୍ବର ସବୁଠୁ ବିଷାକ୍ତ ମାଛ ବିଷୟରେ ଶୁଣିଛନ୍ତି କି? ଯାହାର ବିଷ ଏତେ ପ୍ରଖର ହୋଇଥାଏ ଯେ ଏହାର ବିଷର ଏକ ବୁନ୍ଦା ପୂରା ସହରକୁ ମୃତ୍ୟୁ ନଦୀରେ ଭସାଇ ଦେଇ ପାରିବ।  

ଆଜି ଆମେ ଯେଉଁ ମାଛ ବିଷୟରେ କହିବାକୁ ଯାଉଛୁ ତାହାର ନାଁ ଷ୍ଟୋନ୍ ଫିଶ୍। ଏହି ଷ୍ଟୋନ୍ ଫିଶ୍ ପଥର ଭଳି ଦେଖାଯାଏ। ଏହି ମାଛକୁ ଛୁଇଁବା ଦ୍ବାରା ଆପଣଙ୍କ ମୃତ୍ୟୁ ହୋଇପାରେ। ଏଥିପାଇଁ ସମୁଦ୍ର କୂଳରେ ଚେତାବନୀ ଲେଖାଯାଇଥାଏ ଯଦି ଆପଣଙ୍କୁ ଏପରି ଜୀବ ଦେଖାଯାଏ ତେବେ ତୁରନ୍ତ ଖସି ଆସି ନିଜ ଜୀବନ ବଞ୍ଚାନ୍ତୁ। ଷ୍ଟୋନ୍ ଫିଶ୍ ବିଶ୍ବରେ ମକର ରେଖା ଆଖପାଖରେ ଥିବା ସମୁଦ୍ରରେ ଦେଖିବାକୁ ମିଳିଥାଏ। ଏହି ମାଛଟି ପଥର ଭଳି ଦେଖିବାକୁ ହୋଇଥିବାରୁ ଲୋକେ ଏହାକୁ ଚିହ୍ନି ପାରନ୍ତି ନାହିଁ। ଫଳରେ ଏହି ମାଛ ଯୋଗୁଁ ମୃତ୍ୟୁବରଣ ମଧ୍ୟ କରିଥାନ୍ତି।

ଷ୍ଟୋନ୍ ଫିଶ୍ ଉପରେ ଯଦି ଆପଣଙ୍କ ଗୋଡ଼ ପଡ଼ିଯାଉଛି ତେବେ ଏହା ସେହି ଓଜନ ମାତ୍ରାରେ ନ୍ୟୁରୋଟୋକ୍ସିନ୍ ବିଷ ନିର୍ଗତ କରିଥାଏ। ଯଦି ଏହି ମାଛର ବିଷରେ ଆପଣଙ୍କ କୌଣସି ଅଙ୍ଗ ପ୍ରଭାବିତ ହୋଇଛି ତେବେ ଜୀବନ ବଞ୍ଚାଇବା ପାଇଁ ତୁରନ୍ତ ଏହାକୁ କାଟି ଦେବା ଉଚିତ୍। ନଚେତ୍ ତାଙ୍କର ମୃତ୍ୟୁ ସୁନିଶ୍ଚିତ। ଏହି ମାଛ ଅନ୍ୟ ମାଛ ତୁଳନାରେ ଅନେକ ଅଲଗା ହୋଇଥାଏ। କିନ୍ତୁ ସବୁ ମାଛଠୁ ଏହା ବିଷାକ୍ତ ହୋଇଥାଏ।

ଏହାକୁ ଛୁଇଁବା ମାତ୍ରେ ଏହା ୦.୫ ସେକେଣ୍ଡରେ ନିଜ ବିଷ ଛାଡ଼ି ଦେଇଥାଏ। ଏହାର ଗୋଟିଏ ବୁନ୍ଦା ବିଷ ସହରକୁ ଧ୍ବଂସ କରିବା ପାଇଁ ଯଥେଷ୍ଟ ହୋଇଥାଏ।

   Related Posts