ଜାଲରେ ପଡିଲା ଏଲିୟନ ପରି ଜୀବ

Published By : Prameya-News7 Bureau | February 06, 2020 IST

ସମୁଦ୍ରରେ ମାଛ ମାରୁଥିବା ବେଳେ ଜଣେ ମତ୍ସଜୀବୀଙ୍କ ଜାଲରେ ଏଲିୟନ ପରି ଜୀବ ପଡିଛି । ଏହାକୁ ଅନେକ ଅକ୍ଟୋପସର ଅନ୍ୟ ଏକ ପ୍ରଜାତି କହୁଥିବାବେଳେ ଆଜି ପର୍ଯ୍ୟନ୍ତ ଏପରି ଅକ୍ଟୋପସ୍‌ କିମ୍ବା ଅନ୍ୟ ଜୀବ ଦେଖାଯାଇ ନାହାନ୍ତି । ଏହାର ଭିଡିଓ ଏବେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । ଅନେକ ଏହାକୁ ଏଲିୟନ ବୋଲି କହୁଛନ୍ତି।

{"id":220928,"sizeSlug":"large"}

ସୁମୁଦ୍ର ମଧ୍ୟରେ ମାଛ ମାରୁଥିବା ବେଳେ ଜାଲରେ ବଡ ମାଛ ପଡିଥିଲା । ସେ ଏହାକୁ ଉପରକୁ ଉଠାଇବା ବେଳେ ଏହା ଅକ୍ଟୋପସ ପରି ଦେଖାଯାଇଥିଲା । ମାତ୍ର ଏହା ଅକ୍ଟୋପସ୍‌ ନଥିଲା ।

ଏବେ ପର୍ଯ୍ୟନ୍ତ ଏହା କେଉଁ ଜୀବ ଜଣା ପଡି ନାହିଁ । ମାତ୍ର ଏହାର ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି । ଏହି ଜୀବର ୩ଟି ଗୋଡଥିବା ବେଳେ ମୁହଁ ବଡ ଆକାରର ଖୋଲି ଦେଉଛି । ଏହାର ୨ଟି ବଡ ବଡ ଆଖି ରହିଛି । ଏହା ସିନେମାରେ ଦେଖାଯାଉଥିବା ଏଲିୟନ ପରି ଦେଖାଯାଉଛି । ଏହାର ଶୁଣ୍ଢରେ ଛୋଟ ଛୋଟ ପିନାକଲ୍‌ସ ରହିଛି ।

ଏହାକୁ କେହି ଅକ୍ଟୋପସ୍‌ କେହି ସି -ସ୍କିୟରଲସ୍‌ କହୁଥିବା ବେଳେ ପ୍ରକୃତ ପ୍ରଜାତି ବିଷୟରେ କହି ପାରୁ ନାହାନ୍ତି । ଜୀବ ବିଜ୍ଞାନୀମାନେ ଏହା ଇଲାସ୍ମୋବ୍ରାଞ୍ଚ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.