Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ବଜେଟ୍ ୨୦୨୧: ଏହି ଅର୍ଥ ମନ୍ତ୍ରୀଙ୍କ ନାମରେ ରହିଛି ସବୁଠୁ ଅଧିକ ଥର ବଜେଟ୍ ଉପସ୍ଥାପନ କରିବାର ରେକର୍ଡ

31/01/2021 at 7:00 PM

ନୂଆଦିଲ୍ଲୀ ୩୧।୦୧: ଫେବୃଆରୀ ୧ରେ ଆର୍ଥିକ ବର୍ଷ ୨୦୨୧-୨୨ର ସାଧାରଣ ବଜେଟ୍ ଉପସ୍ଥାପନ ହେବାକୁ ଯାଉଛି। ଏହା ମୋଦୀ ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳର ତୃତୀୟ ବଜେଟ୍। ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ ଭାବେ ନିଜର ତୃତୀୟ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। କରୋନା ମହାମାରୀ ଏବଂ ଏହା ପରେ ଉପୁଜିଥିବା ଆର୍ଥିକ ସଙ୍କଟ କାରଣରୁ ଏଥର ବଜେଟ୍ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି। ବଜେଟ୍‌ରେ ଆଗାମୀ ଆର୍ଥିକ ବର୍ଷରେ ସରକାରଙ୍କ ଦ୍ଵାରା ଖର୍ଚ୍ଚ ସହିତ ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଅନେକ ପ୍ରମୁଖ ଘୋଷଣା ହୋଇପାରେ। ସୀତାରମଣ ତୃତୀୟ ଥର ବଜେଟ୍ ଉପସ୍ଥାପନ କରିବେ। କଣ ଆପଣ ଜାଣିଛନ୍ତି ଦେଶରେ ସର୍ବାଧିକ ବଜେଟ୍ ଉପସ୍ଥାପନ କରିବାର ରେକର୍ଡ କେଉଁ ଅର୍ଥ ମନ୍ତ୍ରୀଙ୍କ ନାମରେ ରହିଛି ? ଆସନ୍ତୁ ଜାଣିବା …

ଭାରତରେ ସର୍ବାଧିକ ଥର ବଜେଟ୍ ଉପସ୍ଥାପନ କରିବାର ରେକର୍ଡ ଅର୍ଥ ମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ନାମରେ ରହିଛି। ଦେଶାଇ ୧୦ ଥର ଦେଶର ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ୮ ସାଧାରଣ ବଜେଟ୍ ଏବଂ ୨ ଅନ୍ତରୀଣ ବଜେଟ୍ ସାମିଲ ଥିଲା। ଦେଶାଇ ଅର୍ଥମନ୍ତ୍ରୀ ଭାବେ ନିଜର ପ୍ରଥମ କାର୍ଯ୍ୟକାଳରେ ପାଞ୍ଚ ବାର୍ଷିକ ବଜେଟ୍‌ ୧୯୫୯-୬୦ରୁ ୧୯୬୨-୬୩ ଏବଂ ଗୋଟିଏ ଅନ୍ତରୀଣ ବଜେଟ୍‌ ୧୯୬୨-୬୩ରେ ଉପସ୍ଥାପନ କରିଥିଲେ। ଏହା ପରେ ଦ୍ଵିତୀୟ କାର୍ଯ୍ୟକାଳ ୧୯୬୭-୬୮ ରୁ ୧୯୬୯-୭୦ ବାର୍ଷିକ ସାଧାରଣ ବଜେଟ୍ ଓ ୧୯୬୭-୬୮ରେ ଅନ୍ତରୀଣ ବଜେଟ୍  ଉପସ୍ଥାପନ କରିଥିଲେ।

ବଦଳି ଯାଇଥିଲା ଦେଶର ଛବି

ମୋରାରଜୀ ରଣଛୋଡଜୀ ଦେଶାଇ ଅର୍ଥମନ୍ତ୍ରୀ ଭାବେ ନିଜର ଦ୍ଵିତୀୟ କାର୍ଯ୍ୟକାଳରେ ୧୯୬୮ ଫେବୃଆରୀ ୨୯ରେ ଏମିତି ବଜେଟ୍ ଉପସ୍ଥାପନ କରିଥିଲେ, ଯେଉଁଥିରେ ଦେଶର ଛବି ବଦଳି ଯାଇଥିଲା। ଏହି ବଜେଟ୍‌ରେ ସେ ଇଣ୍ଡଷ୍ଟ୍ରୀ ପାଇଁ ସବୁଠୁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ମ୍ୟାନୁଫେକଚରିଂ ୟୁନିଟ୍‌କୁ ନେଇ ନେଇଥିଲେ। ଆୟକର ବିଭାଗ ଦ୍ଵାରା ଆସେସମେଣ୍ଟ କରାଇବା ଓ ଷ୍ଟାମ୍ପର ବାଧ୍ୟତାମୂଳକତାକୁ ସମାପ୍ତ କରିଥିଲେ।

ଦୁଇ ଥର  ଜନ୍ମ ଦିନରେ ଉପସ୍ଥାପନ କରିଥିଲେ ବଜେଟ୍

ଖାସ୍ କଥା ଏହା ଯେ, ମୋରାରଜୀ ଦେଶାଇଙ୍କ ଜନ୍ମ ଫେବୃଆରୀ ୨୯ରେ ହୋଇଥିଲା। ଅର୍ଥାତ ଚାରି ବର୍ଷରେ ଥରେ ତାଙ୍କର ଜନ୍ମ ପଡିଥାଏ। ୧୯୬୪ ଏବଂ ୧୯୬୮ରେ ସେ ନିଜର ଜନ୍ମ ଦିନରେ ଦେଶର ବଜେଟ୍ ଉପସ୍ଥାପନ କରିଥିଲେ। ଏହା ମଧ୍ୟ ଏକ ରେକର୍ଡ। ଦେଶାଇ ୬ ଥର ଅର୍ଥ ମନ୍ତ୍ରୀ ଭାବେ ବଜେଟ୍ ଉପସ୍ଥାପନ କରିଥିବା ବେଳେ ୪ ଥର ଉପ ପ୍ରଧାନମନ୍ତ୍ରୀ ହୋଇ ସାଧାରଣ ବଜେଟ୍ ଉପସ୍ଥାପନ କରିଥିଲେ।

କେଉଁ ଅର୍ଥ ମନ୍ତ୍ରୀ କେତେ ଥର ବଜେଟ୍ ଉପସ୍ଥାପନ କରିଛନ୍ତି

ମୋରାରଜୀ ଦେଶାଇ- ୧୦

ପି ଚିଦାମ୍ବରମ- ୦୯

ପ୍ରଣବ ମୁଖାର୍ଜୀ- ୦୮

ଯଶବନ୍ତ ସିହ୍ନା- ୦୭

ମନମୋହନ ସିଂହ- ୦୬

ଅରୁଣ ଜେଟଲୀ- ୦୫

ଓ୍ଵାଇବି ଚହ୍ଵାଣ- ୦୭

ସିଡି ଦେଶମୁଖ- ୦୭

   Related Posts