ଏହି ଭାରତୀୟ ପ୍ରସିଦ୍ଧ ଗଣିତଜ୍ଞ ବୈଜ୍ଞାନିକ ଆଇନଷ୍ଟାଇନ୍ଙ୍କୁ ଦେଇଥିଲେ ଚ୍ୟାଲେଞ୍ଜ୍, ନାସାର କମ୍ପ୍ୟୁଟରଠାରୁ ଦ୍ରୁତଗତିରେ କାମ କରେ ତାଙ୍କ ଦିମାକ୍
14/11/2019 at 4:16 PM

ନୂଆଦିଲ୍ଲୀ୧୪/୧୧: ଦେଶର ପ୍ରସିଦ୍ଧ ଗଣିତଜ୍ଞ ନାରାୟଣ ସିଂହ ୭୪ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଗତ କିଛି ବର୍ଷ ହେବ ସେ ରୋଗରେ ପୀଡ଼ିତ ଥିଲେ। ବିହାରର ପାଟନା ମେଡିକାଲ କଲେଜ ହସ୍ପିଟାଲରେ ତାଙ୍କର ଚିକିତ୍ସା ହେଉଥିଲା। ସେ ଦେଶର ଜଣେ ପ୍ରସିଦ୍ଧ ଗଣିତଜ୍ଞ ଥିଲେ। ଏପରିକି ଗଣିତ କ୍ଷେତ୍ରରେ ସେ ବୈଜ୍ଞାନିକ ଆଇନଷ୍ଟାଇନଙ୍କୁ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ।

ଦୀର୍ଘ ୪୦ ବର୍ଷ ହେବ ନାରାୟଣ ସିଂହ ମାନସିକ ରୋଗ ସିଜୋଫ୍ରେନିୟା (Schizophrenia) ରେ ପୀଡ଼ିତ ଥିଲେ। ବିହାରର ପାଟନା ସ୍ଥିତ ଏକ ଆପାର୍ଟମେଣ୍ଟରେ ସେ ରହୁଥିଲେ। ପାଟନା ବିଜ୍ଞାନ କଲେଜରେ ନାରାୟଣ ପାଠ ପଢ଼ା ଶେଷ କରି ଉଚ୍ଚ ଶିକ୍ଷା ଲାଗି ଆମେରିକା ଯାଇଥିଲେ। କଲେଜରେ ପଢ଼ିବା ସମୟରେ ଗଣିତ ଅଧ୍ୟାପକ କିଛି ଭୁଲ ପଢ଼ାଉଥିଲେ ସେ ଅଚାନକ ପ୍ରଶ୍ନ ବାଣରେ ତାଙ୍କୁ ପୋତି ପକାଉଥିଲେ। ଗଣିତରେ ତାଙ୍କର ବହୁତ ଜ୍ଞାନ ଥିଲା। ଗୋଟିଏ ଜଟିଳ ହିସାବକୁ ସେ ଦୁଇ ମିନିଟ୍ରେ ସମାଧାନ କରି ଦେଉଥିଲେ।

ପାଟନା କଲେଜରେ ପଢ଼ିବା ସୟରେ କାଲିଫର୍ଣ୍ଣିଆର ଭିଭି କେ ପ୍ରୋ ଜନଙ୍କ ନଜରକୁ ସେ ଆସିଥିଲେ। ଉଚ୍ଚ ଶକ୍ଷା ପାଇଁ ନାରାୟଣ୧୯୬୫ ମସିହାରେ ଆମେରିକା ଯାଇଥିଲେ। ୧୯୬୯ ମସିହାରେ କାଲଫର୍ଣ୍ଣିଆ ବିଶ୍ବ ବିଦ୍ୟାଳୟରୁ ସେ ପିଏଚଡି ଡିଗ୍ରୀ ହାସଲ କରିବା ସହ ଓ୍ବାସିଙ୍ଗଟନ୍ ବିଶ୍ବ ବିଶ୍ବ ବିଦ୍ୟାଳୟରେ ଆସୋସିଏଟ୍ ପ୍ରଫେସର ଭାବେ ପିଲାଙ୍କୁ ପାଠ ପଢ଼ାଇଥିଲେ। ସେ ନାସାରେ ମଧ୍ୟ କାମ କରିଛନ୍ତି। ସେଠାରେ ତାଙ୍କ ମନ ଲାଗିଇବାରୁ ୧୯୭୧ ମସିହାରେ ସେ ଭାରତ ଫେରି ଆସିଥିଲେ। ଏଥିସହ ଆଇଆଇଟି କାନପରୁ, ଆଇଆଇଟି ମୁମ୍ବାଇ ଓ ଆଇଏସଆଇ କୋଲକାତା ଭଳି ସ୍ଥାନରେ ନାରାୟଣ ସିଂହ ଚାକିରି କରିଥିଲେ।