Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତୀୟ ଟିମର ଏହି ଖେଳାଳି ଭାଉଜଙ୍କ ସହ ରଖିଥିଲେ ପରକୀୟା ସମ୍ପର୍କ, ଆଉ ଶେଷରେ କଲେ ବିବାହ, ଜାଣନ୍ତୁ କିଏ ଏହି ଖେଳାଳି

1/08/2019 at 7:27 PM

ନୂଆଦିଲ୍ଲୀ୧|୮: କ୍ରିକେଟଜଗତରେ ଏମିତି କିଛି ଅଜଣା କଥା ଅଛି ଯାହା ଆପଣ ଜାଣି ନଥିବେ। ଭାରତୀୟ ଟିମର ଏମିତି ଜଣେ ଖେଳାଳି ଯିଏ ନିଜ ସାଙ୍ଗର ପତ୍ନୀକୁ ନିଜ ପ୍ରେମ ଜାଲରେ ଫଶାଇ ବିବାହ କରିଛନ୍ତି। ଭାରତୀୟ ଟିମର ଦିନେଶ କାର୍ତ୍ତିକ ଓ ମୁରଲୀ ବିଜୟ ଦୁଇଜଣ ଘନିଷ୍ଠ ବନ୍ଧୁ ଥିଲେ। ଦୁଇଜଣ ରଣଜୀ ଖେଳାଳି ଭାବେ ତାମିଲନାଡୁ ଟିମରେ ଖେଳୁଥିଲେ। ଉଭୟଙ୍କ ମଧ୍ୟରେ ସଂପର୍କ ବେଶ ଭଲ ଥିଲା।

୨୦୧୨ରେ ଦିନେଶ କାର୍ତ୍ତିକଙ୍କ ପତ୍ନୀ ନିକିତାଙ୍କ ପାଇଁ ଉଭୟଙ୍କ ମଧ୍ୟରେ ସଂପର୍କରେ ପୂର୍ଣ୍ଣଚ୍ଛେଦ ପଡିଯାଇଥିଲା। ସୂଚନାମୁତାବକ, ମୁରଲି ବିଜୟଙ୍କୁ ବିବାହ କରିଥିବା ନିକିତାଙ୍କ ପ୍ରଥମ ପ୍ରେମ ଦିନେଶ କାର୍ତ୍ତିକ ଥିଲେ। ଛୋଟ ବେଳୁ ପରସ୍ପରକୁ ଜାଣିଥିଲେ। ନିକିତା ଓ ଦିନେଶ ଉଭୟଙ୍କ ପରିବାର ଭିତରେ ନିବିଡ଼ ସଂପର୍କ ଥିଲା। ୨୦୦୭​ ରେ ଦିନେଶ ବୈଦିକ ରୀତିରେ ନିକିତାଙ୍କୁ ବିହାହ କରିଥିଲେ। ୨୦୧୨ ଆଇପିଏଲ-୫ ପର୍ଯ୍ୟନ୍ତ ଉଭୟ ବେଶ ଖୁସିରେ ରହିଥିଲେ।

ବିଜୟ ମୁରଲୀ ବନ୍ଧୁ ଦିନେଶଙ୍କ ଘରକୁ ପ୍ରାୟ ସମୟରେ ଯା ଆସ କରୁଥିଲେ ।  ଦିନେଶଙ୍କ ଅନୁପସ୍ଥିତିରେ ମଧ୍ୟ ସେ ଦିନେଶଙ୍କ ଘରକୁ ଯିବା ସହ ନିକିତାଙ୍କୁ ଦିନେଶଙ୍କ ବିଷୟରେ ପଚାଉଥିଲେ। ତେବେ ୟାରି ଭିତରେ ଦିନେଶଙ୍କ ଅନୁପସ୍ଥିତିରେ ନିକିତା ଓ ବିଜୟଙ୍କ ମିଳାମିଶା ବଢ଼ିବାରେ ଲାଗିଥିଲା। ନିକିତା- ​‌ମୁରଲୀଙ୍କ ବିତରେ ଚୋରା ପରକୀୟା ପ୍ରେମ ଧୀରେ ଧୀରେ କାୟା ବିସ୍ତାର କରୁଥିଲା ।

ଏହି ପରକୀୟା ପ୍ରେମର ଗନ୍ଧ ଦିନେଶଙ୍କ ନାକରେ ବାଜିଥିଲା । ଆରମ୍ଭ ହୋଇଥିଲା ଦାମ୍ପତ୍ୟ ଜୀବନରେ ଫାଟ ।  ଶେଷରେ ନିକିତାଙ୍କୁ ଦିନେଶ ଛାଡ଼ପତ୍ର ଦେଇଥିଲେ। ସେହି ସମୟରେ ନିକିତା ଗର୍ଭବତୀ ଥିବା ସତ୍ବେ ମୁରଲୀ ବିଜୟ ତାଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ବିଜୟ ୩ଟି ପିଲାର ବାପା ହୋଇସାରିଲେଣି। ସେହିପରି ଦିନେଶ କାର୍ତ୍ତିକ ଇଣ୍ଡିଆ ଷ୍ଟାର ସ୍କ୍ବାସ  ଖେଳାଳି ଦିପିକା ପଲ୍ଲିକଲଙ୍କୁ ଦ୍ବିତୀୟ ବିବାହ କରିଥିଲେ।

   Related Posts