ନିଦ ବଟିକା ଖାଇ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ: ଅଡିଓ କ୍ଲିପ୍ ଭାଇାରାଲ...

Published By : Prameya-News7 Bureau | January 18, 2020 IST

ତାମିଲନାଡ଼ୁ୧୮/୧:  ଓଭର ଡୋଜ୍‌ ସ୍ଲିପିଂ ପିଲ୍‌ସ ( ନିଦ ବଟିକା) ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ ଅଭିନେତ୍ରୀ। ଏହି ଖବର ବର୍ତ୍ତମାନ ସମୟରେ ଫିଲ୍ମ ଜଗତରେ ହଇଚଇ ସୃଷ୍ଟି କରିଛି। ଅଭିନେତ୍ରୀ ଜୟଶ୍ରୀଙ୍କ ଆତ୍ମହତ୍ୟା କରିବା ଘଟଣା ତାମିଲ୍‌ଟିଭି ଇଣ୍ଡଷ୍ଟ୍ରୀରେ ଖେଳି ଯାଇଛି। କାହିଁକି ଜୟଶ୍ରୀ ଏମିତି ନିଷ୍ପତ୍ତି ନେଲେ ଏହି ସଂପର୍କରେ ଆସନ୍ତୁ ଜାଣିବା।

{"id":212947,"sizeSlug":"large"}

ସ୍ଲିପିଂ ପିଲ୍‌ସ ଖାଇ ଆତ୍ମହତ୍ୟା କରିବା ପୂର୍ବରୁ ଜୟଶ୍ରୀଙ୍କ ଏକ ଅଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଅଡିଓ କ୍ଲିପ୍‌ରେ ଜୟଶ୍ରୀ ନିଜ ସାଙ୍ଗମାନଙ୍କୁ ଗୁଡ୍‌ ବାଏ କହିବା ସହ ଏଭଳି ପରିସ୍ଥିତିରେ କାହା ହାତ ନ ଛାଡ଼ିବ ପାଇଁ କହିଛନ୍ତି। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ଏମିତି କିଛି କଥା ଜୟଶ୍ରୀ ରେକର୍ଡ କରିଥିଲେ।

{"id":212948,"sizeSlug":"large"}

ଅଧିକାଂଶ ସମୟରେ ଜୟଶ୍ରୀ ନିଜ ସ୍ବାମୀ ଇଶ୍ବରଙ୍କ ପାଇଁ ବେଶ ଚର୍ଚ୍ଚାରେ ରହିଥାଆନ୍ତି। ତାଙ୍କ ସ୍ବାମୀଙ୍କ ଆଫେୟାର ସଂପର୍କରେ ବହୁ ସାକ୍ଷାତକାରରେ ଜୟଶ୍ରୀ କହିଛନ୍ତି। ଅଭିନେତ୍ରୀ ମହାଲକ୍ଷ୍ମୀଙ୍କ ସହ ତାଙ୍କ ସ୍ବାମୀଙ୍କର ଆଫେୟାର ଥିବା କଥା ଜୟଶ୍ରୀ କହିଛନ୍ତି। ଅଭିନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ କରିବା ଖବର ସୀମିତ ହୋଇ ରହି ନାହିଁ। ଏପରି କି ଜୟଶ୍ରୀ ସ୍ବାମୀ ଇଶ୍ବରଙ୍କ ନାଁରେ ଥାନାରେ ଅଭିଯୋଗ ବି କରିଛନ୍ତି।

{"id":212949,"sizeSlug":"large"}

ଜୟଶ୍ରୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ଇଶ୍ବର ତାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଛନ୍ତି। ହେଲେ ଧାର ଟଙ୍କା ଇଶ୍ବର ଜୟଶ୍ରୀଙ୍କୁ ଫେରାଇ ନାହାନ୍ତି। ଅନ୍ୟପଟେ ଏହି ସବୁ ଅଭିଯୋଗ ଭିତ୍ତିହୀନ ବୋଲି ଇଶ୍ବର କହିଛନ୍ତି। ଜୟଶ୍ରୀଙ୍କ ସାଙ୍ଗଙ୍କ କହିବା ମୁତାବକ, ରାତିରେ ଜୟଶ୍ରୀ କଥା ହେବା ସମୟରେ ଘଟଣା ସଂପର୍କରେ କହିଥିଲେ। ରାତିରେ ଓଭର ଡୋଜ୍‌ ସ୍ଲିପିଂ ପିଲ୍‌ସ ଖାଇ ଦେଇଛନ୍ତି ବୋଲି ଜୟଶ୍ରୀ ନିଜେ ତାଙ୍କ ସାଙ୍ଗଙ୍କୁ କହିଥିଲେ। ଏହି ଖବର ଶୁଣିବା ମାତ୍ରେ ତାଙ୍କ ସାଙ୍ଗ ଘରେ ପହଞ୍ଚି ଜୟଶ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.