Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଲକଡାଉନରେ ଭିଆଇପି ଟ୍ରିଟମେଣ୍ଟ ? ମେଡିକାଲ ଏମର୍ଜେନ୍ସି ବାହାନାରେ ମହାବଳେଶ୍ୱର ବୁଲିବାକୁ ଯାଇଥିଲେ ଏହି ପରିବାର, ମାମଲା ରୁଜ୍ଜୁ

10/04/2020 at 12:01 PM

ମୁମ୍ବାଇ ୧୦/୦୪ : କରୋନା ମହାମାରୀକୁ ମାତ ଦେବା ପାଇଁ ପୁରା ଦେଶକୁ ୨୧ ଦିନ ପାଇଁ ଲକଡାଉନ କରାଯାଇଛି | ପ୍ରାୟ ୧୦୦ କୋଟିରୁ ଅଧିକ ଲୋକ ବର୍ତ୍ତମାନ ନିଜ ନିଜ ଘରେ ରହି ସରକାରଙ୍କ ଆଦେଶ ପାଳନ କରୁଛନ୍ତି | ମହାମାରୀ ସଂକ୍ରମଣ ରୋକିବା ପାଇଁ ଲୋକେ ସରକାରଙ୍କ ସମସ୍ତ ନିର୍ଦେଶ ପାଳନ କରିବାକୁ ପୁରା ଚେଷ୍ଟା ମଧ୍ୟ କରୁଛନ୍ତି | ଏହା ଭିତରେ ମହାରାଷ୍ଟ୍ରରେ ଭିଆଇପି ଟ୍ରିଟମେଣ୍ଟ ମାମଲାକୁ ନେଇ ପୁରା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠୁଛି | ଦିୱାନ ହାଉସିଂ ଫାଇନାନ୍ସ ଲିମିଟେଡ଼ (ଡିଏଚଏଫଏଲ) ପ୍ରମୋଟର କପିଳ ଓ ଧୀରଜ ଵଧାବନ ଲକଡାଉନ ନିୟମ ଉଲଙ୍ଘନ କରି ନିଜ ପରିବାର ସହ ମହାବଳେଶ୍ୱର ବୁଲିବାକୁ ଯାଇଥିଲେ | ଏହାକୁ ନେଇ ବର୍ତ୍ତମାନ ପ୍ରଶାସନ ଠାରୁ ଆରମ୍ଭ କରି ସରକାର ପ୍ରଶ୍ନ ଘେରରେ |

ସୂଚନାଯୋଗ୍ୟ ଯେ, ଡିଏଚଏଫଏଲ ପ୍ରମୋଟର ଵଧାବନ ବନ୍ଧୁ ମହାବଳେଶ୍ୱର ବୁଲିବାକୁ ଯାଇଥିଲେ | ତାଙ୍କ ସହ ତାଙ୍କ ପରିବାର ଏବଂ କିଛି ସହଯୋଗୀ ମଧ୍ୟ ଥିଲେ | ସେ ଯେତେବଳେ ମହାବଳେଶ୍ୱର ସ୍ଥିତ ନିଜ ବଙ୍ଗଳାରେ ପହଞ୍ଚିଥିଲେ ସେତେବେଳେ ଆଖପାଖ ଅଞ୍ଚଳର ଲୋକେ ସେମାନଙ୍କ ଆସିବା ସୂଚନା ପୋଲିସକୁ ଦେଇଥିଲେ | ସୂଚନା ପାଇ ପୋଲିସ ସେଠାରେ ପହଞ୍ଚିଥିଲା ଏବଂ ସେଠାକୁ ଆସିବାର କାରଣ ପଚାରିଥିଲେ | ପୋଲିସ ପ୍ରଶ୍ନରେ ଵଧାବନ ବନ୍ଧୁ ମେଡିକାଲ ଏମର୍ଜେନ୍ସି ବୋଲି ଉତ୍ତର ଦେଇଥିଲେ | ଏହାଆସୁଣୀ ପୋଲିସ ସମସ୍ତଙ୍କୁ କ୍ଵାରେଣ୍ଟାଇନରେ ରଖିଥିଲା | ଏହାସହ ଲକଡାଉନ ନିୟମ ଉଲଙ୍ଘନ କରିଥିବା ଯୋଗୁଁ ପୋଲିସ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜ୍ଜୁ କରିଥିଲା | ସମସ୍ତ ୨୩ ଜଣଙ୍କ ବିରୋଧରେ ୧୮୮ ଓ ସେକ୍ସନ ୫୧ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି |  

ଏହି ମାମଲା ଚର୍ଚ୍ଚାକୁ ଆସିବା ପରେ ବିରୋଧୀ ଦଳ ନେତା ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଥିଲେ | ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ମଧ୍ୟ ଏହିଭଳି ଭିଆଇପି ଟ୍ରିଟମେଣ୍ଟକୁ ନେଇ ପ୍ରଶ୍ନ କରିଛନ୍ତି | ଯାଞ୍ଚରୁ ସାମ୍ନାକୁ ଆସିଛି ଯେ ଵଧାବନ ବନ୍ଧୁ ସରକାରଙ୍କ ଅନୁମତି ନେଇ ମହାବଳେଶ୍ୱର ବୁଲିବାକୁ ଯାଇଥିଲେ | ଯେତେବେଳେ ପୋଲିସ ଵଧାବନ ବନ୍ଧୁଙ୍କୁ ମହାବଳେଶ୍ୱର ଆସିବା କାରଣ ପଚାରିଥିଲେ ସେତେବେଳେ ସେ ପୋଲିସକୁ ଏକ ଚିଠି ଦେଖାଇଥିଲେ | ଏହି ଚିଠି ମହାରାଷ୍ଟ୍ର ଗୃହ ସଚିବ ଅମିତାଭ ଗୁପ୍ତାଙ୍କର ଥିଲା | ଏହି ଚିଠି ଏପ୍ରିଲ ୮ ତାରିଖରେ ଜାରି କରାଯାଇଥିଲା |

ଦେବେନ୍ଦ୍ର ଫଡନାବିସ ଏହି ମାମଲାର ଯାଞ୍ଚ ଦାବି କରିଛନ୍ତି | ଏହାଛଡା ବିଜେପି ନେତା କିରୀଟ ସୋମେୟା ଅମିତାଭ ଗୁପ୍ତା ଜାରି କରିଥିବା ଚିଠିର କପି ଟ୍ୱିଟ କରି କହିଛନ୍ତି ଯେ ଉଦ୍ଧବ ଠାକରେ ସରକାର ବାଧବାନ ପରିବାରକୁ ଭିଆଇପି ଟ୍ରିଟମେଣ୍ଟ ଦେଉଛନ୍ତି | ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ବାଧବାନ ପରିବାରର ୨୩ ସଦସ୍ୟ କିଭଳି ମହାବଳେଶ୍ୱର ପହଞ୍ଚିଥିଲେ ସେନେଇ ତଦନ୍ତ ହେବ |

ଅମିତାଭ ଗୁପ୍ତା ଚିଠିରେ ଲେଖିଥିଲେ, “ନିମ୍ନଲିଖିତ ସମସ୍ତ ବ୍ୟକ୍ତିଙ୍କୁ ମୁଁ ଭଲ ଭାବେ ଜାଣେ କାରଣ ସେମାନେ ଆମର ପାରିବାରିକ ବନ୍ଧୁ ଏବଂ ପରିବାରରେ ଏମର୍ଜେନ୍ସି ଯୋଗୁଁ ସେମାନେ ପୁନେ ସ୍ଥିତ ଖଣ୍ଡାଲାରୁ ସତାରା ମହାବଳେଶ୍ୱର ପର୍ଯ୍ୟନ୍ତ ଯାତ୍ରା କରୁଛନ୍ତି | ଏମାନଙ୍କୁ ଗନ୍ତବ୍ୟ ସ୍ଥାନ ପର୍ଯ୍ୟନ୍ତ ପହଞ୍ଚିବାରେ ସହଯୋଗ କରାଯାଉ |” ବାଧବାନ ପରିବାରର ୫ଟି ଗାଡିର ମଧ୍ୟ ସମସ୍ତ ତଥ୍ୟ ଚିଠିରେ ଲେଖା ଯାଇଥିଲା |

ଅମିତାଭ ଗୁପ୍ତାଙ୍କ ଏହି ପଦକ୍ଷେପ ଯୋଗୁଁ ଉଦ୍ଧବ ଠାକରେ କ୍ଷୋଭ ପ୍ରକାସବ କରିଛନ୍ତି | କାରଣ ସରକାର ଏହିଭଳି ସଂକଟମୟ ପରିସ୍ଥିତିରେ ସମସ୍ତଙ୍କୁ ଘରେ ରହିବାକୁ ବାରମ୍ବାର ନିବେଦନ କରୁଛନ୍ତି |  

ସୂଚନାଯୋଗ୍ୟ ଯେ, କପିଳ ଓ ଧୀରଜ ବାଧବାନ ବିରୋଧରେ ସିବିଆଇ ଲୁକ ଆଉଟ ନୋଟିସ ଜାରି କରିଥିଲେ | ଉଭୟଙ୍କ ବିରୋଧରେ ୟେସ ବ୍ୟାଙ୍କ ଓ ଡିଏଚଏଫଏଲ ଠକେଇ ଅଭିଯୋଗ ହୋଇଛି | କ୍ଵାରେଣ୍ଟାଇନ ଅବଧି ଶେଷ ହେବାପରେ ସିବିଆଇ ଏମାନଙ୍କୁ ହେପାଜତ ନେବ |


   Related Posts