ବାଇକ୍ ହେଲମେଟ୍ ପିନ୍ଧି ପଡିଆକୁ ଓହ୍ଲାଇଥିଲେ ଇଂଲଣ୍ଡର ଏହି ମହାନ ବ୍ୟାଟ୍ସମ୍ୟାନ୍, ତାଙ୍କ ନାମରେ ରହିଛି ଅନେକ ରେକର୍ଡ

Published By : Prameya-News7 Bureau | April 07, 2020 IST

ଲଣ୍ଡନ, ୦୭|୦୪: କ୍ରିକେଟ ଜଗତର ଅନେକ ଭଲ ବ୍ୟାଟ୍ସମ୍ୟାନ ଦ୍ରୁତ ବୋଲିଂର ସାମ୍ନା କରିବାକୁ ପଛଘୁଞ୍ଚା ଦେଇଥାନ୍ତି । ଏପରିକି ଘଣ୍ଟା ପ୍ରତି ୧୪୦, ୧୫୦ କିମି ବେଗରେ ଆସୁଥିବା ବଲକୁ ଡିଫେନ୍ସ କରିବାକୁ ପ୍ରୟାସ କରିଥାନ୍ତି । ଏହି ଦ୍ରୁତ ବୋଲର ଜବାବ ଦେବା ମାମଲାରେ ଇଂଲଣ୍ଡର ପୂର୍ବତନ ବ୍ୟାଟସମ୍ୟାନ ଡେନିସ୍ ଏମିସଙ୍କ ନାମ ସବୁଠାରୁ ଉପରେ ରହିଛି । ୪୩ ବର୍ଷ ପୂର୍ବରୁ ଏମିସ କ୍ରିକେଟରେ ହେଲମେଟ୍ ପରିଧାନ କରିଥିଲେ । ଆଜି ଅର୍ଥାତ ଏପ୍ରିଲ ୭ ତାରିଖ ହେଉଛି ତାଙ୍କର ଜନ୍ମଦିନ । ସେ ଏବେ ୭୭ ବର୍ଷରେ ପାଦ ଦେଇଛନ୍ତି ।

ଇଂଲଣ୍ଡର ବ୍ୟାଟସମ୍ୟାନ ଏମିସ ଦିନିକିଆ ମ୍ୟାଚରେ ପ୍ରଥମ ଶତକ ଲଗାଇଥିଲେ । ସେ ଦିନିକିଆର ପଦାର୍ପଣ ମ୍ୟାଚରେ ହିଁ ଶତକ ଲଗାଇଥିଲେ । ଏହି ରେକର୍ଡ ତାଙ୍କ ନାମରେ ରହିଛି । ସେ ଅଗଷ୍ଟ ୨୪, ୧୯୭୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ମାଞ୍ଚେଷ୍ଟରରେ ଏହି ଉପଲବ୍ଧି ହାସଲ କରିଥିଲେ । ବିଶ୍ୱର ଏହା ଦ୍ୱିତୀୟ ଦିନିକିଆ ମ୍ୟାଚ ଥିଲା । ଯାହା ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଏମିସ ୧୩୪ ବଲରୁ ୧୦୩ ରନ କରିଥିଲେ ।

ସେହିପରି ବିଶ୍ୱକପର ପ୍ରଥମ ଶତକ ମଧ୍ୟ ଏମିସଙ୍କ ନାମରେ ରହିଛି । ସେ ଜୁନ ୭, ୧୯୭୫ରେ ପ୍ରଥମ ବିଶ୍ୱକପରେ ଶତତକ ଅର୍ଜନ କରିଥିଲେ । ଡିସେମ୍ବର ୧୯୭୭ରେ ଅଷ୍ଟ୍ରେଲିଆ ବୋଲର ଡେଭିଡ୍ ହୁକ୍ ସାଙ୍ଘାତିକ ବାଉନସର୍ ବୋଲିଂ କରୁଥିଲେ । ଏହାର ସାମ୍ନା କରିବା ପାଇଁ ଏମିସ୍ ବାଇକ ହେଲେମେଟ୍ ପିନ୍ଧି ଖେଳିବାକୁ ଓହ୍ଲାଇଥିଲେ । ତେବେ ଏହି ହେଲମେଟ୍ ପିନ୍ଧି ବ୍ୟାଟିଂ କରିବା ସହଜ ନଥିଲା । ଟେଷ୍ଟ୍ ମ୍ୟାଚରେ ପ୍ରଥମ ଥର ପାଇଁ ୧୯୭୮ରେ ହେଲମେଟ୍ ବ୍ୟବହାର କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.