Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ଦୀପାବଳି ଦିନ ଓସ୍ତ ଗଛରେ କରନ୍ତୁ ଏହି ଘରୋଇ ଉପାୟ : ବଦଳିଯିବ ଆପଣଙ୍କ ଭାଗ୍ୟ

27/10/2019 at 1:59 PM

ଦୀପାବଳି ଦିନ ଅନେକ ଘରୋଇ ଉପାୟ ଅବଲମ୍ବନ କରାଯାଇଥାଏ ଏବଂ ଏହାକୁ କରିବା ଦ୍ବାରା ଘରେ ସୁଖ ଶାନ୍ତି ବଜାୟ ରହିଥାଏ। ଏହା କରିବା ଦ୍ବାରା ଭାଗ୍ୟ ବଦଳିଯାଇଥାଏ। ତେବେ ଆସନ୍ତୁ ଜାଣିବା ଏହି ଖାସ୍ ଉପାୟ ବିଷୟରେ

ଦୀପାବଳି ଦିନ ଆପଣ ସ୍ନାନ କରିବା ପରେ ୫ଟି ଓସ୍ତ ପତ୍ର ଆଣନ୍ତୁ। କିନ୍ତୁ ଏହି କଥା ମନେ ରଖନ୍ତୁ ଯେ ସବୁ ପତ୍ର ସବୁଜ ହେବା ସହ ଫାଟିନଥିବା ଆବଶ୍ୟକ। ଏହା ପରେ ଏହି ପତ୍ରକୁ ଘରକୁ ଆଣନ୍ତୁ ଏବଂ ଭଗବାନଙ୍କ ସମ୍ମୁଖରେ ଏକ ଲାଲ ରଙ୍ଗର କନା ବିଛାଇ ଦିଅନ୍ତୁ। ଏବେ ଏହି କପଡ଼ା ଉପରେ ୫ଟି ଓସ୍ତ ପତ୍ର ରଖି ଦିଅନ୍ତୁ। ଏହା ପରେ ପ୍ରଥମ ପତ୍ର ଉପରେ ଟଙ୍କିକିଆ ମୁଦ୍ରା ରଖନ୍ତୁ। ଏହି ମୁଦ୍ରା ଆପଣଙ୍କ ଆର୍ଥିକ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ। ଏହା ପରେ ଦ୍ବିତୀୟ ପତ୍ର ଉପରେ ଆପଣ ସିନ୍ଦୂର ଏବଂ ପାଣି ଦ୍ବାରା ଏକ ସାତ୍ତ୍ବିକ ଚିହ୍ନ କରିବେ ଏହା ଦ୍ବାରା ଆପଣଙ୍କ ଭାଗ୍ୟ ବଦଳିବ।

ଏବେ ଏହା ପରେ ତୃତୀୟ ପତ୍ର ଉପରେ ଗହମ ଏବଂ ଚାଉଳ ଦାନା କିଛି ରଖନ୍ତୁ କାରଣ ଏହା ଦ୍ବାରା ଆପଣଙ୍କ ଘରେ ଅନ୍ନର ଅଭାବ ରହିବ ନାହିଁ ଏବଂ ସବୁବେଳେ ଶାନ୍ତି ବଜାୟ ରହିବ। ଏହା ପରେ ଚତୁର୍ଥ ପତ୍ରରେ କାଜଲ୍ ସାହାଯ୍ୟରେ ଏକ କ୍ରସର ଚିହ୍ନ କରନ୍ତୁ କାରଣ ଏହା ଦ୍ବାରା ଆପଣଙ୍କୁ କେବେ ବି କାହାର ଖରାପ ନଜର ଲାଗିବ ନାହିଁ। ଏବେ ଶେଷ ଅର୍ଥାତ୍ ପଞ୍ଚମ ପତ୍ରରେ ନିଜ ପାଞ୍ଚ ଆଙ୍ଗୁଳିରେ ଚିହ୍ନ କରନ୍ତୁ। ଏହା ଦ୍ବାରା ଦୁର୍ଭାଗ୍ୟ ଦୂରେଇ ଯାଇଥାଏ। ଏହା ପରେ ଭଗବାନଙ୍କ ଆଳତୀ କରନ୍ତୁ। ଆଳତୀ ଶେଷ ହେବା ପରେ ସର୍ବପ୍ରଥମେ ଭଗବାନଙ୍କୁ ଆଳତୀ କରନ୍ତୁ, ଦ୍ବିତୀୟ ଆଳତୀ ଏହା ଲାଲ କପଡ଼ା ଉପରେ ରଖାଯାଇଥିବା ୫ଟି ପତ୍ରକୁ ଦିଅନ୍ତୁ ଏବଂ ଶେଷରେ ଆପଣ ନିଜେ ଆଳତୀ ନିଅନ୍ତୁ।

ସବୁ ଶେଷ ହେବା ପରେ ଭଗବାନଙ୍କ ସମ୍ମୁଖରେ ହାତ ଯୋଡ଼ି ମଥା ଟେକନ୍ତୁ ଏବଂ ଏହି ନାଲି କପଡ଼ାକୁ ବାନ୍ଧି ଏହାର ପୁଟୁଳା କରନ୍ତୁ କିନ୍ତୁ ଧ୍ୟାନ ରଖନ୍ତୁ ୫ଟି ପତ୍ର ଏବଂ ଏହା ଉପରେ ରଖାଯାଇଥିବା ଏହି ଲାଲ ରଙ୍ଗର ପୁଟୁଳାରେ ରହିବା ଆବଶ୍ୟକ। ଏହା ପରେ ପୁଟୁଳାକୁ ନେଇ କୌଣସି ଓସ୍ତ ଗଛ ପାଖକୁ ଯାଆନ୍ତୁ ଏବଂ କୁମକୁମ୍ ଏବଂ ହଳଦୀରେ ଓସ୍ତକୁ ପୂଜା କରନ୍ତୁ ଏବଂ ୫ଟି ଅଗରବତୀ ଲଗାନ୍ତୁ। ଏହା ପରେ ଗଛ ତଳେ ମାଟିରେ ଏକ ଗାତ ଖୋଳନ୍ତୁ ଏବଂ ଲାଲ ରଙ୍ଗର ଏହି ପୁଟୁଳାକୁ ଏଥିରେ ପୋତି ଦିଅନ୍ତୁ। ଆପଣ ସେଠାରୁ ଫେରୁଥିବାବେଳେ ଓସ୍ତ ଗଛକୁ ପଛକୁ ଫେରି ଚାହଁନ୍ତୁ ନାହିଁ। ଏପରି କରିବା ଦ୍ବାରା ଆପଣଙ୍କୁ ଅନେକ ପ୍ରକାର ସୁଫଳ ମିଳିବ।

   Related Posts