ସ୍ବାମୀଙ୍କର ଏହି ଖରାପ ଅଭ୍ୟାସ ନେଲା ମହିଳା ଡାକ୍ତରଙ୍କ ଜୀବନ, ଗୋଟିଏ ବର୍ଷରେ ସବୁ ହୋଇଗଲା ବର୍‌ବାଦ୍..

Published By : Prameya-News7 Bureau | November 21, 2019 IST

ଗୁରୁଗ୍ରାମ୨୧/୧୧: ଓଭରଡୋଜ୍ ଡ୍ରଗ୍ସ ସେବନ ଯୋଗୁଁ ଏକ ଘରୋଇ ହସ୍ପିଟାଲର ମହିଳା ଡାକ୍ତର ସୋନମ୍‌  ମୋତିସ୍‌ଙ୍କ ମୃତ୍ୟୁ ହୋଇଛି। ସେ ଫୋର୍ଟିସ୍ ହସ୍ପିଟାଲରେ ଓ ତାଙ୍କ ସ୍ବାମୀ ଶିଖର ଏମସ୍‌ ହସ୍ପିଟାଲରେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ। ସ୍ବାମୀ ଶିଖରଙ୍କ ଖରାପ ଅଭ୍ୟାସରେ ଅସହ୍ୟ ହୋଇ ସୋନମ୍‌ ଅତ୍ୟଧିକ ଡ୍ରଗ୍ସ ସେବନ କରି ଆତ୍ମହତ୍ୟା କରିଥିଲେ। ସୋନମ୍‌ଙ୍କୁ ଆତ୍ମହତ୍ୟା ପାଇଁ ଉସ୍‌କାଉଥିବା ଅଭିଯୋଗରେ ତାଙ୍କ ସ୍ବାମୀ ଓ ଶ୍ବଶୁରଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଛି। ଦିଲ୍ଲୀର ଗୁରୁଗ୍ରାମର ସେକ୍ଟର ୪୩ରେ ଏଭଳି ଘଟଣା ଘଟିଛି।

ଫରେନ୍‌ସିକ୍‌ ବିଶେଷଜ୍ଞ ଡକ୍ଟର ପଓ୍ବନ ଚୌଧୁରୀଙ୍କ କହିବା ଅନୁସାରେ ଅତ୍ୟଧିକ ଡ୍ରଗ୍ସ ସେବନ ଦ୍ବାରା ମହିଳା ଡାକ୍ତରଙ୍କ ମୃତ୍ୟୁ ହୋଇଛି। ମୃତ ସୋନମ୍‌ଙ୍କ ବାପା ଓଙ୍କାର ଲାଲ୍‌ ମୋତିସ୍‌ଙ୍କ କହିବା ଅନୁସାରେ ୨୦୧୮ ମସିହାରେ ମଥୁରା ବାସିନ୍ଦା ଡାକ୍ତର ଶିଖର ମୋର୍‌ଙ୍କୁ ସୋନମ୍‌ ବିବାହ କରିଥିଲେ। ପ୍ରତିଦିନ ଶିଖର ନିଶା ଖାଇ ଘରକୁ ଫେରୁଥିଲେ। ଏ ନେଇ ଅଧିକାଂଶ ସମୟରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା।

ସୂଚନାଯୋଗ୍ୟ ଯେ, ବିବାହର କିଛିଦିନ ଗଲା  ପରେ ଶିଖର୍‌ ନିଶା ସେବନ କରୁଥିବା ସୋନମ୍ ଜାଣି ପାରିଥିଲେ। ଏମିତି କି ସୋନମ୍‌ଙ୍କୁ ନିଶା ଖାଇବା ପାଇଁ ଶିଖର ବାଧ୍ୟ କରୁଥିଲେ। ତାଙ୍କ କଥାରେ ସୋନମ୍‌ ରାଜି ନ ହେବାରୁ ତାଙ୍କୁ ଶିଖର୍‌ ମାରପିଟ୍‌ କରୁଥିବା କଥା ସୋନମ୍‌ଙ୍କ ବାପା କହିଛନ୍ତି। ଏଭଳି ଭାବେ ଏକ ବର୍ଷ ପର୍ଯ୍ୟନ୍ତ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲ।

ବିବାହର କିଛିଦିନ ପରେ ସୋନମ୍‌ ଅସୁସ୍ଥ ହୋଇ ପଡ଼ିଥିଲେ।  ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସୋନମ୍‌ ହସ୍ପିଟାଲରେ ଚିକିତ୍ସା ହେବା ସମୟରେ ସ୍ବାମୀ ଶିଖର ତାଙ୍କୁ ଦେଖି ପାଇଁ ଆସି ନ ଥିଲେ। ହସ୍ପିଟାଲରୁ ସୋନମ୍ ଡିସ୍‌ଚାର୍ଜ ହେବା ପରେ ବି ସ୍ବାମୀ ଶିଖର୍ ତାଙ୍କୁ ଦେଖା କରି ନ ଥିଲେ। ଶିଖର ଡ୍ରଗ୍ସ ଖାଇବା ଛାଡ଼ି ନାହାନ୍ତି ଏହି ଖବର ପାଇବା ପରେ ସୋନମ୍‌ ଓଭରଡୋଜ୍‌ ଡ୍ରଗ୍ସ ନେଇ ଆତ୍ମହତ୍ୟା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.