ସାବଧାନ!ସାରା ଦେଶରେ ବ୍ୟାପିଛି ଏହି ମାରାତ୍ମକ ଫଙ୍ଗସ୍ : କିଛି କାମ ଦେଉନାହିଁ ଔଷଧ

Published By : Prameya-News7 Bureau | April 12, 2019 IST

ନୂଆଦିଲ୍ଲୀ ୧୨/୪: ଦେଶବ୍ୟାପି ଏକ ରହସ୍ୟମୟ ଏବଂ ଭୟଙ୍କର ଫଙ୍ଗଲ୍ ଇନଫେକସନ କାଣ୍ଡିଡା ଅରିସ୍ ଧୀରେ ଧୀରେ ନିଜର ଚେର ବିସ୍ତାରିତ କରିବାରେ ଲାଗିଛି। ଏହା ଏକ ଅତ୍ୟନ୍ତ ଚିନ୍ତାଜନକ ବିଷୟର କାରଣ ଏଥିରେ ପ୍ରଭାବିତ ହେଉଥିବା ଅଧିକାଂଶ ରୋଗୀଙ୍କୁ ଆରୋଗ୍ୟ କରାଯାଇ ପାରୁନାହିଁ। ଏହା ସହିତ ଏଥିରେ କୈାଣସି ଔଷଧର ପ୍ରଭାବ ମଧ୍ୟ ପଡ଼ୁନାହିଁ।

{"id":102675,"width":594,"height":395}

ଏବେ ଯାଏଁ ଫଙ୍ଗସର କୈାଣସି ଚିକିତ୍ସା ସାମନାକୁ ଆସିନାହିଁ ଏବଂ ସବୁଠୁ ଭୟାନକ ଜିନିଷ ହେଲା ଏହି ଫଙ୍ଗସର ସଂସ୍ପର୍ଶରେ ଆସିବା ଦ୍ବାରା ଯଦି କୈାଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଏ ତେବେ ମଧ୍ୟ ଫଙ୍ଗସ୍ ଜୀବିତ ହୋଇଯାଏ ଏବଂ ଅନ୍ୟର ଶରୀରରେ ଫଙ୍ଗସ୍ ସହଜରେ ପ୍ରବେଶ କରି ସଂକ୍ରମିତ କରିଥାଏ। କ୍ୟାଣ୍ଡିଡା ଅରିସକୁ ସି ଅରିସ୍ ଭାଇରସ୍ ନାମରେ ମଧ୍ୟ ଜଣାଯାଏ।

{"id":102676,"width":594,"height":314}

ସି ଅରିସ୍ ଭାଇରସ୍ ଏକ ଏପରି କ୍ଷତିକାରକ ଫଙ୍ଗସ୍ ବ୍ଲଡଷ୍ଟ୍ରିମରେ ପ୍ରବେଶ କରିବା ପରେ ଶରୀରରେ କ୍ଷତିକାରକ ସଂକ୍ରମଣ ସୃଷ୍ଟି କରିଥାଏ ଯାହା ଦ୍ବାରା ଜୀବନ ଚାଲିଯାଇଥାଏ। ବୈଜ୍ଞାନିକମାନେ ୨୦୦୯ମସିହାରେ ସର୍ବପ୍ରଥମେ ଜାପାନର ଏକ ମହିଳାଙ୍କ ଶରୀରରେ ଏହାର ଚିହ୍ନଟ କରିଥିଲେ। ଗତ କିଛି ବର୍ଷରେ ଏହାର ଖବର ସାମନାକୁ ଆସିଛି।

{"id":102677,"width":596,"height":447}

ୟୁଏସରେ ଏହି କ୍ଷତିକାରକ ଫଙ୍ଗସର ୫୮୭ଟି କେସ୍ ଆସିଛି। ୨୦୧୧ମସିହାରେ ଭାରତରେ ଏହାର ମାମଲା ସାମନାକୁ ଆସିଥିଲା।

{"id":102678,"width":588,"height":440}

ଫଙ୍ଗଲ୍ ଇନଫେକସନ୍ ୨ପ୍ରକାରର ଫଙ୍ଗସ୍ ଗ୍ରୃପ୍ କାରଣରୁ ହୋଇଥାଏ; ଯଥା –ଆଲବିକାନସ୍ ଏବଂ ନନ ଆବ୍ଲିକାନସ। କାଣ୍ଡିଡା ଅରିସ୍ ନନ ଆବ୍ଲିକାନସ୍ ଶ୍ରେଣୀଭୁକ୍ତ ହୋଇଥାଏ। ଏହା ଏକ ଏପରି ଫଙ୍ଗସ୍ ଯାହା ଉପରେ ଆଣ୍ଟିଫଙ୍ଗସ୍ ଔଷଧ କୈାଣସି ପ୍ରଭାବ ପକାଇନଥାଏ। ଏହି ଫଙ୍ଗସ୍ ସଂସ୍ପର୍ଶରେ ଆସିବା ଦ୍ବାରା ସଂକ୍ରମିତ ରୋଗୀର ବଞ୍ଚିବାର ସମ୍ଭାବନା ବହୁତ କମ୍ ଥାଏ।

{"id":102679,"width":595,"height":397}

ଜ୍ବର,ଥଣ୍ଡା-କାଶ,ଦୁର୍ବଳତାର ଲକ୍ଷଣ ତ ସାଧାରଣ ହୋଇଥାଏ କିନ୍ତୁ ଯଦି କୈାଣସି ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ ଏବଂ ଏହି ବ୍ୟକ୍ତିଙ୍କୁ ଫଙ୍ଗସ୍ ଅତ୍ୟନ୍ତ ସହଜରେ ଆକ୍ରମଣ କରିଥାଏ।

{"id":102681,"width":594,"height":394}

 ଏହା ସଂକ୍ରମିତ ରୋଗୀ,ଉପକରଣ,ପରିବା ଏବଂ ଖୋଲା ମାଂସ ଜରିଆରେ ସହଜରେ ସଂକ୍ରମିତ ହୋଇଥାଏ। ଅରିସ୍ ଫଙ୍ଗସରେ ପୀଡ଼ିତ ବ୍ୟକ୍ତି ୩୦ରୁ ୯୦ଦିନ ମଧ୍ୟରେ ମୃତ୍ୟୁବରଣ କରିଥାଆନ୍ତି।

{"id":102683,"width":595,"height":397}

ସି ଅରିସରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ମଧ୍ୟ ନିଜ ସୁରକ୍ଷା ଚିନ୍ତା ଘାରିଥାଏ। ଏହି ଫଙ୍ଗସକୁ ବିନାଶ କରିବା ପାଇଁ କୈାଣସି ଔଷଧ ଏଯାଏଁ ବାହାରିନାହିଁ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.