ଶନି ଜୟନ୍ତୀ ଦିନ ଲାଗିବ ବର୍ଷର ପ୍ରଥମ ସୂର୍ଯ୍ୟପରାଗ: ବୃଷ ରାଶି ଉପରେ ପଡିବ ସବୁଠାରୁ ଅଧିକ ପ୍ରଭାବ

Published By : Prameya-News7 Bureau | May 30, 2021 IST

ନୂଆଦିଲ୍ଲୀ ୩୦/୦୫: ମେ ୨୬ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ପରେ, ବର୍ତ୍ତମାନ ୨୦୨୧ ର ପ୍ରଥମ ସୂର୍ଯ୍ୟ ପରାଗ ୧୦ ଜୁନ୍ ରେ ଲାଗିବ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ, ଏହି ସୂର୍ଯ୍ୟ ପରାଗ ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥିରେ ଲାଗିବ। ବିଶେଷ କଥା ହେଉଛି ଏହି ଦିନ ସାବିତ୍ରୀ ବ୍ରତ ଏବଂ ଶନି ଜୟନ୍ତୀ ପଡୁଛି। ଧାର୍ମିକ ବିଶ୍ୱାସ ଅନୁଯାୟୀ, ପରାଗ ସମୟରେ ଶୁଭ କାର୍ଯ୍ୟ ନିଷେଧ । ଏହି ସମୟରେ ପୂଜା, ପାଠ ମଧ୍ୟ ନିଷେଧ ।

surya grahan 2021

ଏହି ସୂର୍ଯ୍ୟ ପରାଗ ଉତ୍ତର ଆମେରିକାର ଉତ୍ତର ଭାଗ, ୟୁରୋପ ଏବଂ ଏସିଆରେ ଆଂଶିକ ଦେଖାଯିବ । ଏହା ବ୍ୟତୀତ ଏହା ଉତ୍ତର କାନାଡା, ଗ୍ରୀନଲ୍ୟାଣ୍ଡ ଏବଂ ଋଷରେ ସମ୍ପୂର୍ଣ୍ଣ ରୂପେ ଦେଖିବାକୁ ମିଳିବ । ଭାରତରେ ଏହା କେବଳ ଆଂଶିକ ଭାବରେ ଦେଖାଯିବ ।

ସୂର୍ଯ୍ୟ ପରାଗର ସର୍ବାଧିକ ପ୍ରଭାବ ବୃଷ ରାଶିରେ ପଡିବ । ଏହି ଦିନ ଚନ୍ଦ୍ର ବୃଷ ରାଶିରେ ସଞ୍ଚାର କରିବେ। ଏହି ରାଶିର ବ୍ୟକ୍ତିମାନଙ୍କୁଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ। ଏହା ବ୍ୟତୀତ ଟଙ୍କା କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବାକୁ ପଡିବ। ସୂର୍ଯ୍ୟ ପରାଗ ସମୟରେ ମୃଗଶିରା ନକ୍ଷତ୍ର ରହିବ । ଜୁନ୍ ୧୦, ୨୦୨୧ , ଗୁରୁବାର ଦିନ, ସୂର୍ଯ୍ୟ ପରାଗ ଅପରାହ୍ନ ୧: ୪୨ ରେ ଆରମ୍ଭ ହେବ, ଯାହା ସନ୍ଧ୍ୟା ୦୬: ୪୧ ରେ ଶେଷ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.