Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||
  • ଭୁବନେଶ୍ବର : ବାତ୍ୟାରୁ ଗଭୀର ଅବପାତର ରୂପ ନେଲା ‘ଗୁଲାବ’, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲାଗି ରହିଛି ବର୍ଷା
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
  • ||
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||

ଆଜି ବିଶ୍ବ ନର୍ସ ଦିବସରେ ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କୁ ସମ୍ମାନ ଜଣାଉଛି ସାରା ବିଶ୍ବ : ସଂକ୍ରାମକ ରୋଗର ତଥ୍ୟ ଏକାଠି କରି ହୋଇଥିଲେ ଚର୍ଚ୍ଚିତ

12/05/2020 at 10:34 AM

ନୂଆଦିଲ୍ଲୀ ୧୨/୫: ଆଧୁନିକ ନର୍ସିଂର ଫାଉଣ୍ଡର ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜନ୍ମ ଇଟାଲୀର ଫ୍ଲୋରେନ୍ସରେ ହୋଇଥିଲା। ସେ ଗଣିତ ଏବଂ ଡାଟାରେ ପାରଙ୍ଗମ ଥିଲେ। ଏହି ଦକ୍ଷତାର ବ୍ୟବହାର ସେ ହସ୍ପିଟାଲ୍ ଏବଂ ଲୋକଙ୍କ ସ୍ବାସ୍ଥ୍ୟ ସୁଧାରିବାରେ କରିଥିଲେ। ଫ୍ଲୋରେନ୍ସ ଯେତେବେଳେ ପ୍ରଥମ ଥର ନର୍ସିଂରେ ଯିବାର ଇଚ୍ଛା ପ୍ରକାଶ କରିଥିଲେ ସେତେବେଳେ ବାପା-ମାଆ ପ୍ରସ୍ତୁତ ହୋଇନଥିଲେ। ପରେ ତାଙ୍କ ଜିଦ୍ ଆଗରେ ବାପା-ମାଆ ନଇଁଯାଇଥିଲେ ଏବଂ ଟ୍ରେନିଂ ପାଇଁ ତାଙ୍କୁ ଜର୍ମାନୀ ପଠାଇଥିଲେ।

୧୮୫୩ମସିହାରେ କ୍ରିମିଆ ଯୁଦ୍ଧ ସମୟରେ ତାଙ୍କୁ ତୁର୍କୀର ସୈନ୍ୟ ହସ୍ପିଟାଲ୍ ପଠାଯାଇଥିଲା। ଏହା ପ୍ରଥମ ଥର ଥିଲା ଯେତେବେଳେ ବ୍ରିଟେନ୍ ମହିଳାଙ୍କୁ ସେନାରେ ସାମିଲ କରିଥିଲେ। ଯେତେବେଳେ ସେ ବରାକ ହସ୍ପିଟାଲ୍ ପହଞ୍ଚିଥିଲେ,ସେତେବେଳେ ତଳେ ଚଟାଣରେ ମଇଳାର ମୋଟା ଆସ୍ତରଣ ବିଛାଇ ହୋଇଛି। ସର୍ବ ପ୍ରଥମେ ସେ ପୂରା ହସ୍ପିଟାଲକୁ ସଫା କରିଥିଲେ। ସୈନିକଙ୍କ ପାଇଁ ଭଲ ଖାଦ୍ୟ ଏବଂ ସଫା ପୋଷାକର ବ୍ୟବସ୍ଥା କରିଥିଲେ।

.

ପ୍ରଥମ ଥର ସୈନିକଙ୍କୁ ଏତେ ଧ୍ୟାନ ଦିଆଯାଇଥିଲା। ତାଙ୍କ ଦାବିରେ ହୋଇଥିବା ଯାଞ୍ଚ କମିଟି ଜାଣିବାକୁ ପାଇଥିଲା ଯେ ତୁର୍କୀରେ ୧୮ହଜାର ସୈନିକଙ୍କ ମଧ୍ୟରୁ ୧୬ହଜାର ସୈନିକଙ୍କ ମୃତ୍ୟୁ ଅସ୍ବଚ୍ଛତା ଏବଂ ସଂକ୍ରାମକ ରୋଗ ଯୋଗୁଁ ହୋଇଥିଲା। ଫ୍ଲୋରେନ୍ସଙ୍କ ଉଦ୍ୟମରେ ହିଁ ବ୍ରିଟିଶ ସେନାରେ ମେଡିକାଲ୍,ସାନିଟାରୀ ସାଇନ୍ସର ବିଭାଗ ହୋଇଥିଲା। ହସ୍ପିଟାଲରେ ପରିଷ୍କାର-ପରିଚ୍ଛନ୍ନତାର ଚଳଣି ଫ୍ଲୋରେନ୍ସଙ୍କ ଅବଦାନ।

ଏହି ହସ୍ପିଟାଲରେ ଫ୍ଲୋରେନ୍ସ ନାଇଟ୍ ଶିଫ୍ଟରେ ଆଲୁଅ ବତୀ ଧରି ରୋଗୀଙ୍କ ସେବା କରୁଥିଲେ। ଏଥିପାଇଁ ସେ ‘ଦ ଲେଡି ଓ୍ବିଥ ଦ ଲ୍ୟାମ୍ପ’ ନାମରେ ପ୍ରସିଦ୍ଧ ହୋଇଥିଲେ। ଆଜି ବି ତାଙ୍କ ସମ୍ମାନରେ ନର୍ସିଂର ଶପଥ ହାତରେ ଲ୍ୟାମ୍ପ ଧରି କରାଯାଇଥାଏ। ଏହାକୁ ନାଇଟିଙ୍ଗେଲ୍ ପ୍ଲେଜ୍ କୁହାଯାଏ। ୧୮୬୦ମସିହାରେ ତାଙ୍କ ନାଁରେ ବ୍ରିଟେନରେ ନର୍ସିଂ ସ୍କୁଲର ସ୍ଥାପନା କରାଯାଇଥିଲା। ୧୯୧୦ମସିହାରେ ଫ୍ଲୋରେନ୍ସ ୯୦ବର୍ଷରେ ଆଖି ବୁଜି ଦେଇଥିଲେ। ସେ ‘ଅର୍ଡ଼ର ଅଫ୍ ମେରିଟ୍’ ସମ୍ମାନ ପାଇଥିବା ପ୍ରଥମ ମହିଳା ଥିଲେ।

   Related Posts