୨୩ବର୍ଷ ହେଲା ଗାତରେ ରହୁଛନ୍ତି ସ୍ବାମୀ ସ୍ତ୍ରୀ : କାରଣ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ

Published By : Prameya-News7 Bureau | June 22, 2019 IST

ଏହି ଦୁନିଆରେ ୨ପ୍ରକାରର ଲୋକ ଅଛନ୍ତି। କାହକୁ ନିଜ ଜୀବନରେ ସମସ୍ତ ପ୍ରକାର ସୁଖ ସୁବିଧା ଦରକାର ଥିବାବେଳେ କେହି ଯେତିକି ରହିଛି ସେତିକିରେ ମଧ୍ୟ ଖୁସୀ ନାହାନ୍ତି। ଆଜି ଆମେ ଆପଣଙ୍କୁ ଏପରି ଦମ୍ପତ୍ତିଙ୍କ ବିଷୟରେ କହିବା ଯେଉଁମାନେ ୨୩ବର୍ଷରୁ ଏକ ଗାତରେ ଘର କରି ରହୁଛନ୍ତି। ମିଗୁଅଲ ରେଷ୍ଟୋପୋ ଏବଂ ମାରିୟା ଗାର୍ସିଆ ନାମକ ସ୍ବାମୀ ସ୍ତ୍ରୀ ନିଜ କୁକୁର ବ୍ଲାକି ସହ ଏକ ଗାତରେ ରହୁଛନ୍ତି। ଏହି ଦମ୍ପତ୍ତିଙ୍କ ବିଷୟରେ ଯେକେହି ଶୁଣିଲେ ବି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏହି ଦମ୍ପତ୍ତି ସୁଡ଼ଙ୍ଗରେ ମଧ୍ୟ ଆରାମରେ ଜୀବନଯାପନ କରୁଛନ୍ତି।

{"id":125647,"width":595,"height":389}

ସୂଚନା ଅନୁସାରେ,ଗାତକୁ ଘର କରିଥିବା ଏହି ଦମ୍ପତ୍ତି ଆମେରିକାର କଲମ୍ବିଆରେ ରୁହନ୍ତି। ଏହି ଦୁଇଜଣ ଯେବେଠୁ ନିଶାଗ୍ରସ୍ତ ହୋଇଥିଲେ ସେବେଠୁ ଏମାନେ ଗାତରେ ରହିବା ଆରମ୍ଭ କରିଥିଲେ। ଏମାନଙ୍କ ନିଶା ପ୍ରତି ଆସକ୍ତି ତାଙ୍କ ଜୀବନକୁ ବରବାଦ କରି ଦେଇଥିଲା। ଏମାନେ ସମସ୍ତଙ୍କଠୁ ଦୂରେଇ ଯାଇଥିଲେ। କିନ୍ତୁ ଯେତେବେଳେ ତାଙ୍କ ଆଖି ଖୋଲିଥିଲା ତାଙ୍କର ସବୁକିଛି ସରିଯାଇଥିଲା। ଏହା ପରେ ଧୀରେ ଧୀରେ ଦୁହେଁ ଜୀବନକୁ ସୁଧାରିବାକୁ ଚେଷ୍ଟା କରିଥିଲେ ଏବଂ ନିଶାରୁ ଦୂରେଇ ଥିଲେ।

{"id":125648,"width":598,"height":353}

ଏମାନେ ସବୁ କିଛି ହରାଇବା ପରେ କେହି ସେମାନଙ୍କୁ ଆର୍ଥିକ ସହାୟତା କରିବାକୁ ଆଗେଇ ଆସିନଥିଲେ। ଏହା ପରେ ସେମାନେ ସୁଡ଼ଙ୍ଗରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ବିଳାସବ୍ୟସନ ଜୀବନ ନ ଜିଇଁ ଏପରି ଜୀବନରେ ସନ୍ତୁଷ୍ଟ ହୋଇଥିଲେ। କିନ୍ତୁ ଏହି ଗାତରେ ସବୁ କିଛି ସୁବିଧା ରହିଛି। ଯେପରିକି ବିଜୁଳି,ଟିଭି,ରୋଷେଇ ଘର,ଖଟ ଆଦି। କଥାରେ ଅଛି ‘ ମନୁଷ୍ୟ ଯେଉ:ଠାରେ ରହେ,ତାକୁ ହିଁ ନିଜର ଘର କରିଥାଏ।’ ଠିକ୍ ଏପରି ଏହି ଦମ୍ପତ୍ତି କରିଛନ୍ତି। ଏହା ବ୍ୟତୀତ ସେମାନେ ଛୁଟିରେ ଏବଂ ପର୍ବ ପର୍ବାଣୀରେ ନିଜଘରକୁ ସଜାଇଥାଆନ୍ତି।

{"id":125649,"width":603,"height":370}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.