ପିଆଜ ସଙ୍କଟ ବେଳେ ଆମର ଏହି ପଡୋଶୀ ଦେଶ ପଠାଇଲା ପିଆଜ ଭର୍ତ୍ତି ଟ୍ରକ

Published By : Prameya-News7 Bureau | September 25, 2019 IST

ଅମୃତସର- ଏବେ ଦେଶରେ ପିଆଜ ଦର ୮୦ ଟଙ୍କା ପାର କଲାଣି । କିଛି ଦିନ ତଳେ ୧୨-୧୪ ଟଙ୍କାରେ କିଲେ ପିଆଜ ମିଳୁଥିବା ବେଳେ ହଠାତ୍‌ ଏହାର ଦର ହୁ ହୁ ହୋଇ ବଢି ଚାଲିଥିଲା । ଏବେ ଦେଶର ଅନେକ ସ୍ଥାନରେ ୮୦ ଟଙ୍କାରେ ପିଆଜ ବିକ୍ରି ହେଉଛି। ଏହି ସମୟରେ ଆମର ଅତି ପୁରୁଣା ବନ୍ଧୁ ରାଷ୍ଟ୍ର ଆଫଗାନୀସ୍ତାନ ସହଯୋଗର ହାତ ବଢାଇଛି । ଆଫଗାନୀସ୍ତାନର ପିଆଜ ଭର୍ତ୍ତି ଟ୍ରକ ଅଟାରୀ ଦେଇ ଭାରତକୁ ଆସୁଛନ୍ତି । ଭାରତର ଇଣ୍ଟିଗ୍ରେଟେଡ୍‌ ଚେକ୍‌ ପୋଷ୍ଟ ନିକଟରେ ଅନ୍ୟାନ୍ୟ ଡ୍ରାଇ ଫ୍ରୁଟସ୍‌ ସହ ପିଆଜ ଭର୍ତ୍ତି ଟ୍ରକ ପହଞ୍ଚୁଛି । ସୋମବାର ଓ ମଙ୍ଗଳବାରରେ ୪ଟି ଟ୍ରକ ପିଆଜ ପହଞ୍ଚିଥିବା ବେଳେ ଖୁବଶୀଘ୍ର ଆହୁରି ପିଆଜ ଭର୍ତ୍ତି ଟ୍ରକ ଏଠାରେ ପହଞ୍ଚିବ । ଖୁବଶୀଘ୍ର ଆଫଗାନୀସ୍ତାନର ପିଆଜ ପଞ୍ଜାବର ବିଭିନ୍ନ ପିଆଜ ମଣ୍ତିରେ ଉପଲବ୍ଧ ହେବ ।

ପଞ୍ଜାବରେ ଏବେ ପିଆଜ କିଲୋ ୮୦ ଟଙ୍କାରେ ପହଞ୍ଚିଛି । ଏବେ ସାଧାରଣ ଲୋକ ଆବଶ୍ୟକତାଠାରୁ କମ୍‌ ପିଆଜ ବ୍ୟବହାର କରୁଛନ୍ତି । ଏଥିପାଇଁ ଆଫଗାନୀସ୍ତାନରୁ ପିଆଜ ଆମଦାନୀ କରିବା ପାଇଁ ବ୍ୟବସାୟୀମାନେ ଅର୍ଡର ଦେଇଛନ୍ତି ।

ପୂର୍ବରୁ ପାକିସ୍ତାନରୁ ବହୁ ପରିମାଣରେ ପିଆଜ ଆମଦାନୀ କରାଯାଉଥିଲା । ମାତ୍ର କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏବେ ପାକିସ୍ତାନ ସହ ସମସ୍ତ ବ୍ୟବସାୟ ବନ୍ଦ ହୋଇଯାଇଛି । ସେଥିପାଇଁ ପରିବା ବ୍ୟବସାୟୀମାନେ ଆଫଗାନୀସ୍ତାନର ପିଆଜ ମଗାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.