Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଏହି ଦେଶରେ ଭୟଙ୍କର ହେଉଛି ଅନାହାର, ପେଟ ଚାଖଣ୍ଡକ ଲାଗି ଲୋକେ ବିକି ଦେଉଛନ୍ତି ନିଜ ଜନ୍ମ କଲା ପିଲା

27/10/2021 at 3:23 PM

କାବୁଲ : ତାଲିବାନ ହାତକୁ ଶାସନ ଡୋର ନେବା ପରଠୁ ଆଫଗାନିସ୍ତାନର ଅବସ୍ଥା ବେଳକୁ ବେଳ ଖରାପ ହେବାରେ ଲାଗିଛି। ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ଅନାହାରର ଶିକାର ହୋଇଛନ୍ତି। ଏବେ ଦେଶର ଗରିବ ଅଞ୍ଚଳରେ ପରିସ୍ଥିତି ଏପରି ହୋଇଛି ଯେ ଲୋକେ ନିଜ ପେଟ ପୁରାଇବା ଲାଗି କୁନି କୁନି ଝିଅଙ୍କୁ ବିକିଦେଉଛନ୍ତି। ଏଥିରେ ଫହିମା ନାମ୍ନୀ ଜନୈକା ମହିଳା ତାଙ୍କର ୬ ବର୍ଷର ଓ ଦେଢ ବର୍ଷର ଦୁଇଟି ଝିଅଙ୍କୁ ତାଙ୍କ ସ୍ୱାମୀ ବିକ୍ରି କରିଦେଇଥିବା କହିଛନ୍ତି। ଯଦି ଲୋକେ ଏପରି ନ କରନ୍ତି ତେବେ ସେମାନେ ନିଜେ ଭୋକରେ ମରିବା ସହ ପିଲାମାନେ ବି ମୃତ୍ୟୁମୁଖରେ ନ ପଡିବେ ତାର ଗ୍ୟାରଣ୍ଟି କିଏ ଦେବ ବୋଲି ପ୍ରଶ୍ନ କରୁଛନ୍ତି।

ଆଫଗାନିସ୍ତାନର ୬ ବର୍ଷର ଝିଅ ପିଲାଙ୍କୁ ୩ହଜାର ୩୫୦ ଡଲାର ( ଆଫଗାନି ମୁଦ୍ରାରେ ପାଖାପାଖି ଅଢେଇ ଲକ୍ଷ ଟଙ୍କା) ମିଳୁଥିବା ବେଳେ ବର୍ଷେ ଦେଢ ବର୍ଷର ଝିଅ ପିଲା ପାଖାପାଖି ୨ହଜାର ୮୦୦ ଡଲାର (୨ ଲକ୍ଷ ଟଙ୍କା ପାଖାପାଖି) ଦର ହେଉଛନ୍ତି। ପଶ୍ଚିମ ଆଫଗାନିସ୍ତାନର ବଦଘିସ୍‌ରେ ଏପରି ପିଲାବିକ୍ରି ଘଟଣା ଏବେ ବଢ଼ିବାରେ ଲାଗିଛି। ଲୋକେ ନିଜ ଗୁଜୁରାଣ ଚଳାଇବା ଲାଗି ଜନ୍ମିତ ସନ୍ତାନଙ୍କୁ ମଧ୍ୟ ବିକିବାକୁ ପଛାଉ ନାହାନ୍ତି। 

ବଦଘିସ୍‌ର ଏକ ଗ୍ରାମ ହେଉଛି କାଲା-ଏ-ନ। ଏଠାରେ ୨୦୧୮ ମସିହାରେ ମରୁଡି ପଡିଥିଲା। ତେବେ ସେତେବେଳେ ଦେଶର ପରିସ୍ଥିତି ଭଲ ଥିବାରୁ ଲୋକଙ୍କ ଉପରେ ମରୁଡିର ପ୍ରଭାବ ପଡିନଥିଲା। ଏଣୁ ଅନେକ ଯୁବକ ଯୁବତୀ ବିବାହ କରିଥିଲେ। ଚଳିତବର୍ଷ ଏଠାରେ ୨୦୧୮ର ପୁନରାବୃତ୍ତି ହୋଇଛି। ମରୁଡି ଯୋଗୁ ଫସଲ ହୋଇ ନଥିବା ବେଳେ ଦେଶରେ ସରକାର ମଧ୍ୟ ବଦଳି ଯାଇଛି। ନୂଆ ବିଦ୍ରୋହୀ ସରକାର ଏପର୍ଯ୍ୟନ୍ତ ନିଜର ଦାୟିତ୍ୱ ମଧ୍ୟ ଠିକ ଭାବେ ସମ୍ଭାଳି ନାହାନ୍ତି। ଏଥିରେ  ଲୋକଙ୍କ କଥା ପଚାରେ କିଏ? ଏଣୁ ଲୋକେ ନିଜ ବଞ୍ଚିବା ଲାଗି ନିଜ ପିଲାଙ୍କୁ ବିକିବାରେ ଲାଗିଛନ୍ତି।

ଆଫଗାନିସ୍ତାନର ଏହି ପ୍ରାନ୍ତରେ ପୁଣି ବାଲ୍ୟ ବିବାହ ସଂଖ୍ୟା ବଢିବାରେ ଲାଗିଲାଣି। ପରିସ୍ଥିତି ସାଙ୍ଗକୁ ଦାରିଦ୍ର୍ୟତା ଏବେ ଲୋକଙ୍କୁ ପୁଣି ଅପସଂସ୍କୃତି ଆପଣେଇବାକୁ ବାଧ୍ୟ କରିଛି। ଦେଶରେ ତାଲିବାନ ସରକାର ଝିଅଙ୍କ ଶିକ୍ଷା,ଦିକ୍ଷା ଓ ଚାକିରୀ ବୃତ୍ତିରେ ତାଲା ଲଗାଇଦେଇଛନ୍ତି। ଏଣୁ ଲୋକେ କନ୍ୟା ସନ୍ତାନମାନଙ୍କୁ ବିକିବାରେ ଲାଗିଛନ୍ତି। ଆଗକୁ ଶୀତ ଋତୁ, କୁହାଯାଉଛି ଏବର୍ଷ ଶୀତ ଆଫଗାନଙ୍କ ଉପରେ ଦାଉ ସାଧିବ। ଲୋକେ ପେଟ ପୁରାଇବା ଲାଗି ଘରର ସମସ୍ତ ଆସବାବପତ୍ର ବିକି ବିଚ୍‌ ରାସ୍ତାକୁ ଆସି ଯାଇଛନ୍ତି।   

   Related Posts