Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଏହି ଦେଶରେ ନାହାନ୍ତି ଅପରାଧି, ଜେଲ୍‌ ଭରିବା ପାଇଁ ପଡ଼ୋଶୀ ଦେଶରୁ ଆଣୁଛି କଏଦୀ

25/10/2020 at 8:10 PM

ନୁଆଦିଲ୍ଲୀ ୨୫/୧୦: ବିଶ୍ବର ବିଭିନ୍ନ ଦେଶରେ ଅପରାଧିକ ମାମଲା ବୃଦ୍ଧି ପାଉଛି। ଏପରିକି ବହୁ ଦେଶରେ କଏଦୀ ସଂଖ୍ୟା ବଢ଼ୁଥିବା ବେଳେ ଜେଲ୍‌ର ଅଭାବ ମଧ୍ୟ ପରିଲକ୍ଷିତ ହେଉଛି। କରୋନା କାଳରେ ବହୁ ଦେଶ ନିଜ ଦେଶର କଏଦୀଙ୍କୁ ମୁକ୍ତ ମଧ୍ୟ କରିଛନ୍ତି। କିନ୍ତୁ ବିଶ୍ବର ଏମିତି ଏକ ଦେଶ ଅଛି ଯେଉଁଠି କଏଦୀ ଅଭାବରୁ ଜେଲ୍‌ ବନ୍ଦ ହେବାକୁ ବସିଲାଣି। ଏବେ ପଡ଼ୋଶୀ ଦେଶରୁ କଏଦୀ ଆଣି ଜେଲ୍‌ ଭରିବାକୁ ଉଦ୍ୟମ କରୁଛନ୍ତି ସରକାର।

ନେଦଲଲ୍ୟାଣ୍ଡସ୍‌ ଏମିତି ଏକ ଦେଶ ଯେଉଁଠି କାରାଗାର ବନ୍ଦ ହେବାକୁ ଯାଉଛି। ଏହାର କାରଣ ଅର୍ଥନୀତି ନୁହେଁ ବରଂ କ୍ରାଇମ ରେଟ୍‌ କମୁଛି। ଏହାସହିତ ଯେଉଁ କଏଦୀ ଜେଲ୍‌ ଯାଉଛନ୍ତି ସେମାନଙ୍କୁ ଜଲଦି ବାହାରକୁ ବାହାର କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ସରକାରଙ୍କ ପକ୍ଷରୁ ଚେଷ୍ଟା କରାଯାଉଛି। ଏହି କାରଣ ପାଇଁ ଦେଶର ପାଖାପାଖି ସମସ୍ତ ଜେଲ୍‌ ବନ୍ଦ ହେବାକୁ ବସିଲାଣି ।

ଏହି ଡଚ୍‌ ଦେଶରେ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ପ୍ରତି ୧ ଲକ୍ଷ ଲୋକସଂଖ୍ୟାରେ କେବଳ ୬୧ ଲୋକ ଅପରାଧ କରୁଛନ୍ତି। କିନ୍ତୁ ତାହା ବି ଅତି ଗୁରୁତର ମାମଲା ନୁହେଁ। ଏହା ତୁଳନାରେ ଆମେରିକାରେ ଏହା ୧୦ ପ୍ରତିଶତ ଅଧିକ ବୋଲି ଜଣାପଡ଼ିଛି। ୧ ଲକ୍ଷ ଜନସଂଖ୍ୟାରେ ୬୫୫ ଲୋକ କିଛି ନା କିଛି ଅପରାଧ କରୁଛନ୍ତି। ଏହି ଡାଟା ଓ୍ବାର୍ଲଡ୍‌ ପ୍ରିଜନ୍‌ ବ୍ରିଫ ପକ୍ଷରୁ ଦିଆଯାଇଛି।

ନେଦଲଲ୍ୟାଣ୍ଡସ୍‌ର ବର୍ତ୍ତମାନର ଜନସଂଖ୍ୟା ପାଖାପାଖି ୧.୭୩ କୋଟି। ଏହାକୁ  ନଜରରରେ ରଖି ଦେଶର ଆଇନ୍‌ ବ୍ୟବସ୍ଥା ଆକଳନ କରିଛି ୨୦୨୩ ସୁଦ୍ଧା କେବଳ ୯,୮୧୦ ଅପରାଧି ଥିବେ। ତେଣୁ ନେଦଲଲ୍ୟାଣ୍ଡସ୍‌ ନିଜର ଆଇନ୍‌ ଶୃଙ୍ଖଳା ବ୍ୟବସ୍ଥାକୁ ବଞ୍ଚାଇ ରଖିବା ପାଇଁ ପଡ଼ୋଶୀ ଦେଶ ନରଓ୍ବେରୁ କଏଦୀ ଆଣି ନିଜ ଜେଲ୍‌ରେ ରଖୁଛି। ୨୦୧୫ରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। ନରଓ୍ବେରେ ଅଧିକ ଅପରାଧ ହେଉଥିବା ବେଳେ ଏଠାରେ କଏଦୀ ପାଇଁ ଜେଲ୍‌ ଅଭାବ ପଡ଼ୁଛି। ତେବେ ନେଦଲଲ୍ୟାଣ୍ଡସ୍‌ ଜେଲ୍‌ରେ କଏଦୀଙ୍କୁ ବହୁ ସୁବିଧା ସୁଯୋଗ ଦିଆଯାଉଛି। ଉତ୍ତମମାନର ଖାଦ୍ୟ, ପାନୀୟ କଏଦୀଙ୍କୁ ଦିଆଯାଉଥିବା ବେଳେ ସେମାନଙ୍କ ରହିବା ପାଇଁ ସୁବନ୍ଦୋବସ୍ତ କରାଯାଇଛି।

ନେଦଲଲ୍ୟାଣ୍ଡସ୍‌ରେ କଏଦୀ କମିବାର କାରଣ କ୍ରାଇମ ରେଟ୍‌ କମ୍‌ ତାହା ନୁହେଁ । ଏଠାକାର ଅପରାଧିଙ୍କୁ କେବଳ ଜେଲ୍‌ ନୁହେଁ ତାଙ୍କୁ ଅନ୍ୟ ସଜ୍ଜା ମଧ୍ୟ ଦିଆଯାଏ । ବହୁ ଅପରାଧିଙ୍କୁ ସରକାରୀ ଓ ବେସରକାରୀ ଅଫିସ୍‌ରେ କାମ କରିବାକୁ କୁହାଯାଏ। ଏହାସହ ସାମାଜିକ କାର୍ଯ୍ୟରେ କଏଦୀଙ୍କୁ ମଧ୍ୟ ନିୟୋଜିତ କରିବା ଭଳି ଦଣ୍ଡବିଧାନ କରାଯାଏ। ନେଦଲଲ୍ୟାଣ୍ଡସ୍‌ ସାରା ବିଶ୍ବ ପାଇଁ ଉଦାହରଣ ପାଲଟିଛି ସତ କିନ୍ତୁ ଜେଲ୍‌ ବନ୍ଦ ହୋଇଗଲେ ବହୁ କର୍ମଚାରୀ ରୋଜଗାର ହରାଇବେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

   Related Posts